Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରେଲୱେ ସେଣ୍ଟ୍ରାଲ୍ ହସପିଟାଲ୍ ରେ ନୂତନ ଓପିଡି କମ୍ପ୍ଲେକ୍ସ ଏବଂ ନବିକୃତ ଅପରେସନ୍ ଥିଏଟର ଉଦଘାଟିତ
ଆଜିର ଖବର

ରେଲୱେ ସେଣ୍ଟ୍ରାଲ୍ ହସପିଟାଲ୍ ରେ ନୂତନ ଓପିଡି କମ୍ପ୍ଲେକ୍ସ ଏବଂ ନବିକୃତ ଅପରେସନ୍ ଥିଏଟର ଉଦଘାଟିତ

August 13, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରେଲୱେ ସେଣ୍ଟ୍ରାଲ୍ ହସପିଟାଲ୍ ରେ ନୂତନ ଓପିଡି କମ୍ପ୍ଲେକ୍ସ ଏବଂ ନବିକୃତ୍ତ ଅପରେସନ୍ ଥିଏଟର ଉଦଘାଟିତ

ଭୁବନେଶ୍ବର, କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ଓପିଡି ପରାମର୍ଶ ପାଇଁ ଏବଂ ଚିକିତ୍ସାଳୟକୁ ଯିବା ଆସିବା କରୁଥିବା ରୋଗୀ ଓ ସେମାନଙ୍କ ସହାୟକ ମାନଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥର କେନ୍ଦ୍ରୀୟ ଚିକିତ୍ସାଳୟ ଠାରେ ଏକ ନୂତନ ଓପିଡି କମ୍ପ୍ଲେକ୍ସ ନିର୍ମାଣ କରାଯାଇ ଅଛି ଯାହାଦ୍ୱାରା ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଏବଂ ବାହ୍ୟ ରୋଗୀଙ୍କ ମିଶ୍ରଣକୁ ଏଡ଼ାଇବା ସହିତ କୋଭିଡି ସଂକ୍ରମଣକୁ ଏଡ଼ାଇବା ପାଇଁ ସହାୟକ ହୋଇପାରିବ।

ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ରେଳବାଇ କେନ୍ଦ୍ରୀୟ ହସ୍ପିଟାଲରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ନୂତନ ଓପିଡି କମ୍ପ୍ଲେକ୍ସ ଏବଂ ନବିକୃତ୍ତ ଅପରେସନ୍ ଥିଏଟର (ଓଟି) ର ଉଦଘାଟନ କରିଛନ୍ତି।

ଭୁବନେଶ୍ୱରର ରେଲୱେ ସେଣ୍ଟ୍ରାଲ୍ ହସ୍ପିଟାଲରେ ସର୍ଜିକାଲ୍ ସେବାରେ ତୃତୀୟ ସ୍ତରର ଯତ୍ନକୁ ଆହୁରି ବୃଦ୍ଧି କରିବା ପାଇଁ ଅପରେସନ୍ ଥିଏଟର (ଓଟି) କମ୍ପ୍ଲେକ୍ସକୁ ନବୀକରଣ କରାଯାଇଛି।

ଭୁବନେଶ୍ୱରରେ ଥିବା ଜୋନାଲ ମୁଖ୍ୟାଳୟ ହସପିଟାଲ୍ (ସେଣ୍ଟ୍ରାଲ୍ ହସ୍ପିଟାଲ୍) ର ବେଡ୍ କ୍ଷମତା ୭୦ ବେଡ୍ ରୁ ୧୧୦ ବେଡ୍ କୁ ବୃଦ୍ଧି କରାଯାଇଛି ଏବଂ ଏହି ହସ୍ପିଟାଲରେ ଊଘଈ ପୋଷ୍ଟ ଗ୍ରାଜୁଏଟ୍ ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ମଧ୍ୟ ଉଦ୍ଧିଷ୍ଟ ହେବ। ଏହାଦ୍ୱାରା ଉତ୍ତମ ଚିକିତ୍ସା ପାଇଁ ରେଳବାଇ କର୍ମଚାରୀ ମାନଙ୍କୁ ସହାୟତା ଯୋଗାଇ ପାରିବ।

କୋଭିଡ କେୟାର କ୍ଷେତ୍ରରେ ନିରନ୍ତର ସେବା ପାଇଁ ସ୍ୱାସ୍ଥ୍ୟ ସେବା କର୍ମଚାରୀ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ କର୍ମଚାରୀଙ୍କୁ ମଧ୍ୟ ଏହି ଅବସରରେ ସମ୍ମାନିତ କରାଯାଇଛି । ମୋଟାମୋଟି ଭାବେ, ୮୨ ଜଣ ଆଗ ଧାଡ଼ିର ସ୍ୱାସ୍ଥ୍ୟସେବା କର୍ମଚାରୀ, ଯେଉଁମାନେ କୋଭିଡ଼୧୯ ଦ୍ୱାରା ପ୍ରଭାବିତ ରୋଗୀମାନଙ୍କର ଯତ୍ନରେ ଆନ୍ତରିକତାର ସହିତ ଜଡ଼ିତଥିଲେ ସେମାନଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା।

ଏହି ଅବସରରେ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାର, ପ୍ରମୁଖ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଶ୍ରୀ କେ ସି ସାହୁ, କେନ୍ଦ୍ରୀୟ ଚିକିତ୍ସାଳୟର ଚିକିତ୍ସା ନିର୍ଦେଶକ ଡ. ଏ. କେ. ସେଠୀ ଏବଂ ଅନ୍ୟାନ୍ୟ ପ୍ରମୁଖ ବିଭାଗୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ପୂର୍ବତଟ ରେଳପଥ
Share. Facebook Twitter LinkedIn Email WhatsApp Copy Link

Related Posts

‘ଫଳାଫଳ ଚକିତ କରିବ’: ଉପରାଷ୍ଟ୍ରପତି ନିର୍ବାଚନ ମଧ୍ୟରେ ସଞ୍ଜୟ ସିଂହଙ୍କ ବଡ ଦାବି

September 9, 2025

ନେପାଳର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କେପି ଶର୍ମା ଓଲି

September 9, 2025

Asia Cup 2025: ଏହି ପ୍ଲେଇଂ ୧୧ ସହିତ ଏସିଆ କପ୍ ରେ ପ୍ରବେଶ କରିପାରେ ଟିମ୍ ଇଣ୍ଡିଆ

September 9, 2025

‘ଆମେ ନିଶ୍ଚିତ ଜିତିବୁ’: ଭୋଟ ଦେବା ପୂର୍ବରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କ ବଡ ଦାବି

September 9, 2025
Latest News

‘ଫଳାଫଳ ଚକିତ କରିବ’: ଉପରାଷ୍ଟ୍ରପତି ନିର୍ବାଚନ ମଧ୍ୟରେ ସଞ୍ଜୟ ସିଂହଙ୍କ ବଡ ଦାବି

September 9, 2025

ନେପାଳର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କେପି ଶର୍ମା ଓଲି

September 9, 2025

Asia Cup 2025: ଏହି ପ୍ଲେଇଂ ୧୧ ସହିତ ଏସିଆ କପ୍ ରେ ପ୍ରବେଶ କରିପାରେ ଟିମ୍ ଇଣ୍ଡିଆ

September 9, 2025

‘ଆମେ ନିଶ୍ଚିତ ଜିତିବୁ’: ଭୋଟ ଦେବା ପୂର୍ବରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କ ବଡ ଦାବି

September 9, 2025

ପ୍ରଥମ ସପ୍ତାହାନ୍ତରେ ‘ଦି ବେଙ୍ଗଲ୍ ଫାଇଲ୍ସ’ର ଆୟ ୧୧୧% ବୃଦ୍ଧି, ଜାଣନ୍ତୁ ସବୁକିଛି

September 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.