ବିଜେପି କ୍ଷମତାକୁ ଆସିଲେ ଲୋକଙ୍କୁ ୧ ଟଙ୍କାରେ ମିଳିବ ଖାଦ୍ୟ ସାମଗ୍ରୀ, ଘୋଷଣା କଲେ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ

Published: Apr 13, 2019, 4:47 pm IST
Let not poll freebies reduce people to become cripples through rice-dal-salt @ Rs.1

ଚୌଦ୍ବାରର ଏକ ନିର୍ବାଚନ ସଭାରେ ବିଜେପି ନେତା ତଥା ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଘୋଷଣା କରିଛନ୍ତି। ସବୁବେଳେ ନବୀନ ସରକାରଙ୍କୁ ଗାଳି କରୁଥିବା ଧର୍ମେନ୍ଦ୍ର ଶେଷରେ ଭୋଟ ହାତେଇବା ପାଇଁ କିଛି ନୂଆ ଘୋଷଣା କରିଛନ୍ତି। ଘୋଷଣା ଅନୁସାରେ ବିଜେପି ସରକାରକୁ ଆସିଲେ ଏଣିକି ଗରିବମାନଙ୍କୁ ଏକ ଟଙ୍କାରେ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯିବ। ଏକ ଟଙ୍କାରେ ଡାଲି ଲୁଣ ଏବଂ ଚାଉଳ ଦିଆଯିବ ବୋଲି ଧର୍ମେନ୍ଦ୍ର ନିର୍ବାଚନ ପ୍ରତିଶୃତି ଦେଇଛନ୍ତି। ତାଙ୍କ ହିସାବରେ ଖାଦ୍ୟ ସୁରକ୍ଷା ଆଇନି ଅନୁସାରେ ଏକ ଟଙ୍କାରେ ୫ କେଜି ଚାଉଳ, ୫ଶହ ଗ୍ରାମ ଡାଲି ଏବଂ ୫ଶହ ଗ୍ରାମ ଲୁଣ ପ୍ରଦାନ କରାଯିବ। ଧର୍ମେନ୍ଦ୍ର ଏପରି ବଡ ଜନକଲ୍ୟାଣ ଯୋଜନା କେବେ ଘୋଷଣା କରି ନ ଥିଲେ। ଯେତେ ନିର୍ବାଚନ ସଭା ହୋଇଛି ସେଠାରେ ସେ କେବଳ ବିଜେଡିକୁ ଗାଳି, ଅଫିସରଙ୍କୁ ଗାଳି ଏବଂ ନବୀନ ପଟ୍ଟନାୟକଙ୍କୁ ଗାଳି କରୁଥିଲେ। ସେ ଗାଳି କାମ ନ କରିବାରୁ ଏବେ ଧର୍ମେନ୍ଦ୍ର ଜନକଲ୍ୟାଣ ଘୋଷଣା ଉପରେ ଜୋର ଦେଉଥିବାର ଜଣାପଡିଛି।

Related posts