ନେଟ୍‌ଫ୍ଲିକ୍ସ ଓ୍ବେବ୍‌ ସିରିଜ୍‌ରେ ପୁଣିଥରେ ଏକତ୍ର ଆସିବେ ଅଲୀ-ଶ୍ରୀୟା

Published: Apr 13, 2019, 5:39 pm IST
ali and supriya together in Netflix next

ଡିଜିଟାଲ ପ୍ଲାଟଫର୍ମ ଲୋକପ୍ରିୟତାର ଶୀର୍ଷରେ ରହିଥିବା ବେଳେ ବଲିଉଡ ତାରକା ମାନେ ସିଲ୍‌ଭର ସ୍କ୍ରିନ୍‌ ସହିତ ଡିଜିଟାଲ୍‌ ପ୍ଲାଟ୍‌ଫର୍ମକୁ ପ୍ରାଧାନ୍ୟ ଦେଉଛନ୍ତି । ନିକଟରେ ନେଟ୍‌ଫ୍ଲିକ୍ସ ପକ୍ଷରୁ ଘୋଷଣା କରାଯାଇଥିବା ଏହାର ଅପ୍‌କମିଙ୍ଗ୍‌ ପ୍ରୋଜେକ୍ଟରେ ନଜର ଆସିବାକୁ ଯାଉଛନ୍ତି ଅଲୀ ଫଜଲ ଏବଂ ଶ୍ରୀୟା ପିଲଗାଓଁକର । ଅଲୀ ଏବଂ ଶ୍ରୀୟା ଉଭୟ ଏକତ୍ର ଆମାଜନ୍‌ ପ୍ରାଇମ୍‌ର ମିର୍ଜାପୁରର ପ୍ରଥମ ଭାଗରେ ନଜର ଆସିଥିଲେ । ମିର୍ଜାପୁରର ଦ୍ବିତୀୟ ଭାଗ ଆରମ୍ଭ ହେବାକୁ ଯାଉଥିବା ବେଳେ ଏଥିରେ ଶ୍ରୀୟାଙ୍କୁ ଦେଖିବାକୁ ମିଳିବନାହିଁ । ଖ୍ୟାତନାମା ନିର୍ଦ୍ଦେଶକ ଶଶାଙ୍କ ଘୋଷ ଏହାର ନିର୍ଦ୍ଦେଶନା ଦେବାକୁ ଯାଉଥିବା ବେଳେ ଏହା ଏକ ଫିଲ୍ମ ରହିବ କି ଓ୍ବେବ୍‌ ସିରିଜ୍‌ ଏନେଇ କୌଣସି ସୂଚନା ପ୍ରଦାନ କରିନାହିଁ ନେଟ୍‌ଫ୍ଲିକ୍ସ । ଉଭୟ ପୁନର୍ବାର ଏକତ୍ର ଆସୁଥିବାରୁ ଏନେଇ ଖୁସି ଜାହିର କରିଛନ୍ତି ଅଲୀ ଓ ଶ୍ରୀୟା । ଶଶାଙ୍କ ନିକଟରେ ବୀରେ ଦ ଓ୍ବେଡିଙ୍ଗର ନିର୍ଦ୍ଦେଶନା ଦେଇଥିବା ବେଳେ ଅଲୀ ଫଜଲ ତିଗମାଂଶୁ ଧୂଲିଆଙ୍କ ‘ମିଲନ ଟକିଜ୍‌’ରେ ନଜର ଆସିବେ ।

Related posts