ସିଙ୍ଗାପୁର ଓପନରୁ ଭାରତୀୟ ଚ୍ୟାଲେଞ୍ଜ ଶେଷ : ସେମିରୁ ବିଦା ହେଲେ ସିନ୍ଧୁ

Published: Apr 13, 2019, 6:31 pm IST

ଭାରତୀୟ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ସିଙ୍ଗାପୁର ଓପନ ସେମିରୁ ବିଦାୟ ନେଇଛନ୍ତି । ସିନ୍ଧୁଙ୍କ ବିଦାୟ ସହିତ ସିଙ୍ଗାପୁର ଓପନ ୨୦୧୯ରୁ ଭାରତୀୟ ଚ୍ୟାଲେଞ୍ଜ ଶେଷ ହୋଇଛି । ଓକୁହାରା ମାତ୍ର ୩୭ମିନିଟ୍‌ ସମୟ ନେଇ ଏକପାଖିଆ ଭାବରେ ସିନ୍ଧୁଙ୍କୁ ପରାସ୍ତ କରିଥିୁଲେ । ୨୧-୭ ଏବଂ ୨୧-୧୧ ସେଟ୍‌ରେ ଓକୁହାରା ସିନ୍ଧୁଙ୍କୁ ପରାସ୍ତ କରିଥିଲେ । କ୍ବାର୍ଟର ଫାଇନାଲରେ ସାଇନାଙ୍କୁ ପରାସ୍ତ କରିଥିବା ଜାପାନର ନୋଜୋମି ଓକୁହାରାଙ୍କ ଶକ୍ତିଶାଳୀ ସ୍ମାସ୍‌ ସାମ୍ନାରେ ସିନ୍ଧୁଙ୍କ ଚମକ ଫିକା ପଡିଯାଇଥିଲା ।  ଦୁଇ ସପ୍ତାହ ମଧ୍ୟରେ ସିନ୍ଧୁଙ୍କର ଏହା ଦ୍ବିତୀୟ ସେମିଫାଇନାଲ୍‌ ପରାଜୟ । ପୂର୍ବରୁ ଇଣ୍ଡିଆନ୍‌ ଓପନ୍‌ର ସେମିରୁ ମଧ୍ୟ ବିଦାୟ ନେଇଥିଲେ ସିନ୍ଧୁ । ଏହି ପରଜାୟ ସହିତ ଓକୁହାରା ଏବଂ ସିନ୍ଧୁଙ୍କ ବିଜୟ ବ୍ୟବଧାନ ୭-୭ରେ ପହଞ୍ଚିଛି । ଟାଇଟଲ ମୁକାବିଲା ପାଇଁ ବିଶ୍ବ ମାନ୍ୟତାରେ ତିନି ନମ୍ବର ସ୍ଥାନରେ ରହିଥିବା ଓକୁହାରା ଏକ ନମ୍ବର ସ୍ଥାନରେ ରହିଥିବା ଚାଇନିଜ୍‌ ତାଇପେର ଟାଇ ଜୁ ଜଙ୍ଗଙ୍କ ମୁକାବିଲା କରିବେ ।

Related posts