
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧ ହଜାର ୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।
ଆଜି ସର୍ବାଧିକ ଖୋର୍ଦ୍ଧାରୁ ୪୧୬, କଟକରୁ ୮୬, ଯାଜପୁରରୁ ୬୭, ବାଲେଶ୍ବରରୁ ୫୮, ଜଗତସିଂହପୁରରୁ ୫୭, ପୁରୀରୁ ୪୬, ମୟୂରଭଞ୍ଜରୁ ୩୨, କେନ୍ଦ୍ରାପଡାରୁ ୩୧, ଅନୁଗୁଳରୁ ୨୬, ଭଦ୍ରକରୁ ୨୦, ସୁନ୍ଦରଗଡରୁ ୧୯, କନ୍ଧମାଳରୁ ୧୭, ରାୟଗଡାରୁ ୧୩, କେନ୍ଦୁଝରରୁ ୧୨, ଢେଙ୍କାନାଳରୁ ୧୦, ନୟାଗଡରୁ ୯, ନବରଙ୍ଗପୁରରୁ ୭, ବଲାଙ୍ଗୀରିରୁ ୬, ଗଞ୍ଜାମରୁ ୫, ଝାରସୁଗୁଡାରୁ ୫, କୋରାପୁଟରୁ ୫, ମାଲକାନଗିରିରୁ ୫, ବୌଦ୍ଧରୁ ୩, କଳାହାଣ୍ଡିରୁ ୨, ବରଗଡରୁ ୧, ନୂଆପଡାରୁ ୧ ଏବଂ ଷ୍ଟେଟ ପୁଲରୁ ୮୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୭୮ ହଜାର ୨୪୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୪ ହଜାର ୫୬୫ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୯ ହଜାର ୩୮୫ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୬ ହଜାର ୮୮୭ କୁ ବୃଦ୍ଧି ହୋଇଛି।