ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧ ହଜାର ୧୬୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।
ଆଜି ସର୍ବାଧିକ ଖୋର୍ଦ୍ଧାରୁ ୩୮୦, କଟକରୁ ୧୫୧, ଜଗତସିଂହପୁରରୁ ୭୪, ପୁରୀରୁ ୬୯, ବାଲେଶ୍ବରରୁ ୫୮, ଯାଜପୁରରୁ ୫୬, ନୟାଗଡରୁ ୫୨, ମୟୂରଭଞ୍ଜରୁ ୩୫, କେନ୍ଦ୍ରାପଡାରୁ ୩୧, ଅନୁଗୁଳରୁ ୨୬, ରାୟଗଡାରୁ ୨୦, ସୁନ୍ଦରଗଡରୁ ୧୯, କେନ୍ଦୁଝରରୁ ୧୮, ଭଦ୍ରକରୁ ୧୬, ଢେଙ୍କାନାଳରୁ ୧୬, କନ୍ଧମାଳରୁ ୧୬, ମାଲକାନାଗିରିରୁ ୯, ବରଗଡରୁ ୭, କୋରାପୁଟରୁ ୬, ବଲାଙ୍ଗୀରିରୁ ୫, ଝାରସୁଗୁଡାରୁ ୪, ଗଜପତିରୁ ୩, ଗଞ୍ଜାମରୁ ୩, ସମ୍ବଲପୁରରୁ ୩, ବୌଦ୍ଧରୁ ୨, ନୂଆପଡାରୁ ୨, ସୋନପୁରରୁ ୨, ଦେବଗଡରୁ ୧, କଳାହାଣ୍ଡିରୁ ୧ ଏବଂ ଏବଂ ଷ୍ଟେଟ ପୁଲରୁ ୮୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୭୯ ହଜାର ୪୦୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୫ ହଜାର ୪୩୩ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୯ ହଜାର ୨୦ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୬ ହଜାର ୯୫୩ କୁ ବୃଦ୍ଧି ହୋଇଛି।