
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧ ହଜାର ୬୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।
ଆଜି ସର୍ବାଧିକ ଖୋର୍ଦ୍ଧାରୁ ୩୮୬, ଜଗତସିଂହପୁରରୁ ୮୭, ବାଲେଶ୍ବରରୁ ୭୧, କଟକରୁ ୬୩, ପୁରୀରୁ ୫୦, ଯାଜପୁରରୁ ୪୩, ଅନୁଗୁଳରୁ ୪୦, ଭଦ୍ରକରୁ ୩୯, ନୟାଗଡରୁ ୨୮, ଢେଙ୍କାନାଳରୁ ୨୫, ମୟୂରଭଞ୍ଜରୁ ୨୫, କେନ୍ଦ୍ରାପଡାରୁ ୨୨, କେନ୍ଦୁଝରରୁ ୨୦, ସୁନ୍ଦରଗଡରୁ ୧୧, ବରଗଡରୁ ୯, କନ୍ଧମାଳରୁ ୯, ସମ୍ବଲପୁରରୁ ୯, କୋରାପୁଟରୁ ୬, ମାଲକାନାଗିରିରୁ ୬, ଦେବଗଡରୁ ୫, ଗଜପତିରୁ ୫, ଗଞ୍ଜାମରୁ ୫, ରାୟଗଡାରୁ ୫, ଝାରସୁଗୁଡାରୁ ୪, ସୋନପୁରରୁ ୪, କଳାହାଣ୍ଡିରୁ 2, ବୌଦ୍ଧରୁ ୧ ଏବଂ ଏବଂ ଷ୍ଟେଟ ପୁଲରୁ ୮୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୮୦ ହଜାର ୪୭୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୬ ହଜାର ୧୫୩ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୮ ହଜାର ୬୦୮ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୭ ହଜାର ୨୧ କୁ ବୃଦ୍ଧି ହୋଇଛି।