Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହମ୍ମଦ ଅଲ୍ଲୀଙ୍କୁ ଦେଖି ବକ୍ସିଂକୁ ଆସିଥିଲି : ମେରୀକମ୍‌
ଆଜିର ଖବର

ମହମ୍ମଦ ଅଲ୍ଲୀଙ୍କୁ ଦେଖି ବକ୍ସିଂକୁ ଆସିଥିଲି : ମେରୀକମ୍‌

April 14, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

୬ ଥର ବିଶ୍ଵ ଚାମ୍ପିୟନ୍‌ ତଥା ଅଲମ୍ପିକ୍ସ ପଦକ ବିଜେତା ଭାରତୀୟ ବକ୍ସର ଏମ୍‌ସି ମେରୀ କମ୍ ବକ୍ସିଂ କିମ୍ବଦନ୍ତୀ ମହମ୍ମଦ ଅଲ୍ଲିଙ୍କୁ ନିଜର ଆଦର୍ଶ ବୋଲି କହିଛନ୍ତି। ଗୋଆ ଫେଷ୍ଟ ୨୦୧୯ରେ ଅଂଶଗ୍ରହଣ କରିବା ଅବସରରେ ମେରୀ କମ୍‌ କହିଛନ୍ତି, ଟିଭିରେ ମହମ୍ମଦ ଅଲ୍ଲୀଙ୍କୁ ଦେଖି ବକ୍ସିଂ ପାଇଁ ପ୍ରେରଣା ପାଇଥିଲି। ମହମ୍ମଦ ଅଲ୍ଲୀଙ୍କୁ ଦେଖି ମୁଁ ସର୍ବଦା ନିଜକୁ କୁହେ, ‘ଯଦି ଜଣେ ପୁରୁଷ କରିପାରୁଛି ତେବେ ମୁଁ ମଧ୍ୟ କରିପାରିବି’ ଏହା ହିଁ ମୋ ପାଇଁ ପ୍ରେରଣାର ଉତ୍ସ ଏବଂ ଏହାଦ୍ବାରା ମୁଁ ସର୍ବଦା ଆଗକୁ ବଢିବାର ପ୍ରେରଣା ପାଇଛି। କେବଳ ବକ୍ସରଙ୍କଠାରୁ ନୁହେଁ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଏବଂ ହଲିଉଡ୍‌ ଅଭିନେତା ଜ୍ୟାକି ଚାନ୍‌ ମଧ୍ୟ ମୋର ଆଦର୍ଶ ବୋଲି କହିଛନ୍ତି ମେରୀକମ୍‌। ଭାରତରେ ଖେଳାଳିଙ୍କ ପାଇଁ ବର୍ତ୍ତମାନ ସବୁପ୍ରକାର ସୁବିଧା ରହିଛି ମାତ୍ର ଆମେ ଚାମ୍ପିୟନ୍‌ ଖେଳାଳି ସୃଷ୍ଟି କରିବାରେ ସକ୍ଷମ ହେଉନାହୁଁ ବୋଲି କ୍ଷୋଭ ପ୍ରକାଶ କରିଥିଲେ ମେରୀକମ୍‌। ସେ କହିଥିଲେ, ଏଥିପାଇଁ ସରକାର କିମ୍ବା ଫେଡେରେସନ୍‌କୁ ଦୋଷ ଦେବା ଆଦୌ ଗ୍ରହଣୀୟ ନୁହେଁ। ଯୁବ ଖେଳାଳିଙ୍କ ନିକଟରେ ଶିଖିବାର ଆଗ୍ରହ ନଥିବାକୁ ପରୋକ୍ଷରେ ଦୋଷାରୋପ କରି ମେରୀ କହିଥିଲେ, କୌଣସି ବି ଯୁବ ଖେଳାଳି ନିଜର ବୈଷୟିକ ତ୍ରୁଟି ଅଥବା ଖେଳିବାର ଶୈଳୀକୁ ନେଇ କେବେବି ମୋତେ ପରାମର୍ଶ ମାଗି ନାହାନ୍ତି। ଟୋକିଓ ଅଲମ୍ପିକ୍ସରେ ପଦକ ଜିତିବା ପାଇଁ ୧୦୦ ରୁ ୧୨୦ ପ୍ରତିଶତ ପରିଶ୍ରମ କରୁଛି ବୋଲି କହିଛନ୍ତି ଏହି ୩୬ ବର୍ଷୀୟ ଖେଳାଳି।

boxing marykom thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଇଗ୍ନୋରେ ନୁତନ ନାମ ଲେଖା ଓ ପୁନଃ ପଞ୍ଜିକରଣ ଅବଧି ଚଳିତ ମାସ ୧୬ ତାରିଖକୁ ବୃଦ୍ଧି

August 4, 2026

ଆଜି ଅଗଷ୍ଟ 4 ତାରିଖ ମଙ୍ଗଳବାରରେ ଏହି 7ଟି ରାଶିର ବ୍ୟକ୍ତି ହେବେ ମାଲେମାଲ୍

August 4, 2026

ଆସନ୍ତାକାଲି ଏନଡିଏର ‘ମଙ୍ଗଳ ମିଳନ’ ବୈଠକ; ସଂସଦ ରଣନୀତି ଓ ସରକାରୀ ଏଜେଣ୍ଡା ଉପରେ ହୋଇପାରେ ଆଲୋଚନା

August 3, 2026

ବାଙ୍କିପୁର ସମେତ ଦୁଇ ଆସନରେ ପରାଜୟ ପରେ ଆସିଲା ବିଜେପିର ପ୍ରଥମ ପ୍ରତିକ୍ରିୟା

August 3, 2026
Latest News

ଇଗ୍ନୋରେ ନୁତନ ନାମ ଲେଖା ଓ ପୁନଃ ପଞ୍ଜିକରଣ ଅବଧି ଚଳିତ ମାସ ୧୬ ତାରିଖକୁ ବୃଦ୍ଧି

August 4, 2026

ଆଜି ଅଗଷ୍ଟ 4 ତାରିଖ ମଙ୍ଗଳବାରରେ ଏହି 7ଟି ରାଶିର ବ୍ୟକ୍ତି ହେବେ ମାଲେମାଲ୍

August 4, 2026

ଆସନ୍ତାକାଲି ଏନଡିଏର ‘ମଙ୍ଗଳ ମିଳନ’ ବୈଠକ; ସଂସଦ ରଣନୀତି ଓ ସରକାରୀ ଏଜେଣ୍ଡା ଉପରେ ହୋଇପାରେ ଆଲୋଚନା

August 3, 2026

କଟକରେ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

August 3, 2026

ବାଙ୍କିପୁର ସମେତ ଦୁଇ ଆସନରେ ପରାଜୟ ପରେ ଆସିଲା ବିଜେପିର ପ୍ରଥମ ପ୍ରତିକ୍ରିୟା

August 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.