ଭୁବନେଶ୍ବର: ଆଜି ରାଜ୍ୟରେ ୭୬୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।
ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୪୪୩ ଜଣ ଚିହ୍ନଟ ହୋଇଥିବା ବେଳେ ୩୧୮ ଟି ଲୋକାଲ କେସ୍ ରହିଛ। ୭୬୧ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୧ ଜଣ ୦ ରୁ ୧୮ ବର୍ଷ ବର୍ଗର ପିଲାମାନେ ଆକ୍ରାନ୍ତ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧ ହଜାର ୬୯୮ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୮୫ ହଜାର ୩୦୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୮ ହଜାର ୯୧୭ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୭ ହଜାର ୩୫୪ କୁ ବୃଦ୍ଧି ହୋଇଛି।
ଆଜି ମୋଟ ୨୭ ଟି ଜିଲ୍ଲାରୁ ୭୬୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୨୮୯ ଜଣ, କଟକ ଜିଲ୍ଲାରୁ ୧୧୭ ଜଣ, ଅନୁଗୁଳ ଜିଲ୍ଲାରୁ ୧୬, ବାଲେଶ୍ଵର ଜିଲ୍ଲାରୁ ୫୨ ଜଣ, ବରଗଡ ଜିଲ୍ଲାରୁ ୧୮, ଭଦ୍ରକ ଜିଲ୍ଲାରୁ ୮ ଜଣ, ବଲାଙ୍ଗୀର ଜିଲ୍ଲାରୁ ୨ ଜଣ, ବୌଦ୍ଧ ଜିଲ୍ଲାରୁ ୧, ଦେବଗଡ ଜିଲ୍ଲାରୁ ୧୨ ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୨ ଜଣ, ଗଜପତି ଜିଲ୍ଲାରୁ ୨, ଗଞ୍ଜାମ ଜିଲ୍ଲାରୁ ୩ ଜଣ, ଜଗତସିଂହପୁର ଜିଲ୍ଲାରୁ ୧୮ ଜଣ, ଯାଜପୁର ଜିଲ୍ଲାରୁ ୩୫ ଜଣ, ଝାରସୁଗୁଡା ଜିଲ୍ଲାରୁ ୧, କନ୍ଧମାଳ ଜିଲ୍ଲାରୁ ୩, କେନ୍ଦ୍ରାପଡା ଜିଲ୍ଲାରୁ ୧୫ ଜଣ, କେନ୍ଦୁଝର ଜିଲ୍ଲାରୁ ୫ ଜଣ, ମାଲକାନଗିରି ଜିଲ୍ଲାରୁ ୨, ମୟୂରଭଞ୍ଜ ଜିଲ୍ଲାରୁ ୨୪ ଜଣ, ନୟାଗଡ ଜିଲ୍ଲାରୁ ୧୨ ଜଣ, ନବରଙ୍ଗପୁର ଜିଲ୍ଲାରୁ ୧, ପୁରୀ ଜିଲ୍ଲାରୁ ୧୩ ଜଣ, ରାୟଗଡା ଜିଲ୍ଲାରୁ ୫ ଜଣ, ସମ୍ବଲପୁର ଜିଲ୍ଲାରୁ ୨୦ ଜଣ, ସୋନପୁର ଜିଲ୍ଲାରୁ ୧, ସୁନ୍ଦରଗଡ ଜିଲ୍ଲାରୁ ୧୦ ଜଣ ଏବଂ ଷ୍ଟେଟ ପୁଲରୁ ୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।