ଆମ୍ବେଦକରଙ୍କ ୧୨୮ ତମ ଜନ୍ମତିଥିରେ ରାହୁଲଙ୍କ ଶ୍ରଦ୍ଧାଞ୍ଜଳି

Published: Apr 14, 2019, 2:18 pm IST

ଭାରତୀୟ ସମ୍ବିଧାନର ପ୍ରଣେତା ଡ. ଭୀମ ରାଓ ଆମ୍ବେଦକରଙ୍କ ୧୨୮ ତମ ଜନ୍ମଜୟନ୍ତୀରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହି ଅବସରରେ ଦେଶବାସୀଙ୍କୁ ନ୍ୟାୟ, ସ୍ବାଧୀନତା, ସମାନତା ଏବଂ ଭ୍ରାତୃତ୍ବ ଉପରେ ପୁନର୍ବାର ଆସ୍ଥା ପ୍ରକଟ କରିବାକୁ ନିବେଦନ କରିଥିଲେ। ସୋସିଆଲ ମିଡିଆ ସାଇଟ୍‌ ଟ୍ବିଟ୍ଟର ଜରିଆରେ ନିଜର ବାର୍ତ୍ତା ସେୟାର କରିଥିବା ରାହୁଲ କହିଛନ୍ତି, ଯେଉଁମାନେ ଆମ୍ବେଦକରଙ୍କ ନୀତିରେ ପରିଚାଳିତ ହେବାକୁ ଚାହୁଛନ୍ତି ସେମାନଙ୍କୁ ନ୍ୟାୟ, ସ୍ବାଧୀନତା, ସମାନତା ,ଏବଂ ଭାତୃତ୍ବ ଭାବ ସହିତ ସମ୍ବିଧାନ ପ୍ରତି ନିଜର ଆନୁଗତ୍ୟ ଦେଖାଇବା  ଉଚିତ୍‌।

Related posts