ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୭୬୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।
ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୯୧, କଟକରୁ ୭୭, ବାଲେଶ୍ବରରୁ ୫୧, ମୟୂରଭଞ୍ଜରୁ ୪୨, ଅନୁଗୁଳରୁ ୩୨, ଜଗତସିଂହପୁରରୁ ୩୭, କେନ୍ଦ୍ରାପଡାରୁ ୩୭, ଯାଜପୁରରୁ ୨୪, ପୁରୀରୁ ୨୪, ଭଦ୍ରକରୁ ୨୨, ନୟାଗଡରୁ ୧୬, ସୁନ୍ଦରଗଡରୁ ୯, ଢେଙ୍କାନାଳରୁ ୭, କନ୍ଧମାଳରୁ ୭, ଗଞ୍ଜାମରୁ ୬, ଦେବଗଡରୁ ୫, କଳାହାଣ୍ଡିରୁ ୩, କେନ୍ଦୁଝରରୁ ୩, ବଲାଙ୍ଗୀରିରୁ ୨, ଗଜପତିରୁ ୨, କୋରାପୁଟରୁ ୨, ରାୟଗଡରୁ ୨, ବୌଦ୍ଧରୁ ୧, ମାଲକାନଗିରିରୁ ୧, ନୂଆପଡାରୁ ୧ ଏବଂ ଷ୍ଟେଟ ପୁଲରୁ ୬୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୮୮ ହଜାର ୮୫୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪ ହଜାର ୫୯ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭ ହଜାର ୫୨୪ ଜଣ। ସେହିଭଳି ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୭ ହଜାର ୬୨୮ କୁ ବୃଦ୍ଧି ହୋଇଛି।