ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୯୮୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।
ଆଜି ସର୍ବାଧିକ ଖୋର୍ଦ୍ଧାରୁ ୪୧୧, କଟକରୁ ୧୩୪, ଯାଜପୁରରୁ ୫୭, ମୟୂରଭଞ୍ଜରୁ ୩୩, ପୁରୀରୁ ୩୩, ଜଗତସିଂହପୁରରୁ ୨୯, ସୋନପୁରରୁ ୨୫, କେନ୍ଦ୍ରାପଡାରୁ ୨୦, ବାଲେଶ୍ବରରୁ ୧୯, ସମ୍ବଲପୁରରୁ ୧୫, ଅନୁଗୁଳରୁ ୧୪, କନ୍ଧମାଳରୁ ୧୪, ନୟାଗଡରୁ ୧୪, କେନ୍ଦୁଝରରୁ ୧୧, ଭଦ୍ରକରୁ ୧୦, ଢେଙ୍କାନାଳରୁ ୧୦, ବଲାଙ୍ଗୀରିରୁ ୯, ଦେବଗଡରୁ ୯, ସୁନ୍ଦରଗଡରୁ ୮, ଗଞ୍ଜାମରୁ ୬, ବରଗଡରୁ ୪, ରାୟଗଡାରୁ ୩, କୋରାପୁଟରୁ ୨, ମାଲକାନଗିରିରୁ ୨, କଳାହାଣ୍ଡିରୁ ୧ ଏବଂ ଷ୍ଟେଟ ପୁଲରୁ ୯୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୮୯ ହଜାର ୮୪୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪ ହଜାର ୮୭୫ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭ ହଜାର ୨୮୫ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୭ ହଜାର ୬୯୭ କୁ ବୃଦ୍ଧି ହୋଇଛି।