ଭାରତ ଆସିବେ ରବର୍ଟ ଡାଉନି ଜୁନିୟର୍‌

Published: Apr 14, 2019, 2:43 pm IST
tony stark will come to india soon

ଆଇରନ୍‌ ମ୍ୟାନ୍‌ ତଥା ଟୋନି ଷ୍ଟାର୍କ ଭାବରେ ଭାରତୀୟ ଦର୍ଶକଙ୍କ ନିକଟରେ ପରିଚିତ ରବର୍ଟ ଡାଉନି ଜୁନିୟର ଖୁବ୍‌ ଶୀଘ୍ର ଭାରତ ଆସିବେ ବୋଲି ଜଣାପଡିଛି।ଏପ୍ରିଲ୍‌ ୨୬ରେ ଡାଉନିଙ୍କ ଆଭେଞ୍ଜର: ଏଣ୍ଡ ଗେମ୍‌ ରିଲିଜ୍‌ ହେଉଥିବା ବେଳେ ଏହା ପୂର୍ବରୁ ଫିଲ୍ମର ପ୍ରମୋଶନ ପାଇଁ ଭାରତ ଆସିବେ ବୋଲି ସୂଚନା ଦେଇଛନ୍ତି। ବର୍ତ୍ତମାନ ଫିଲ୍ମର ପ୍ରମୋଶନ ପାଇଁ ଦକ୍ଷିଣ କୋରିଆରେ ଫିଲ୍ମର ଟିମ୍‌ ରହିଛି। ସହ କଳାକାର ବ୍ରିଏ ଲାର୍ସନ୍‌, ଜେରେମି ରେନ୍ନର ଏବଂ ନିର୍ଦ୍ଦେଶକ ଦ୍ବୟ ଆନ୍ଥୋନୀ ଏବଂ ଜୋ ଋଷୋ ମଧ୍ୟ ଉପସ୍ଥିତ ଥିଲେ। ଆଭେଞ୍ଜର ଏଣ୍ଡଗେମ୍‌ ଏପ୍ରିଲ୍‌ ୨୬ରେ ରିଲିଜ୍‌ ହେବାକୁ ଥିବା ବେଳେ ଫିଲ୍ମରେ କ୍ରିସ୍‌ ଏଭାନ୍ସ, ମାର୍କ ରଫେଲୋ, କ୍ରିସ୍‌ ହେମ୍‌ସଓ୍ବର୍ଥ, ସ୍କାର୍ଲେଟ୍ ଜୋହାନ୍‌ସନ୍‌, ଡନ୍‌ ଚିଡେଲ, ପଲ୍‌ ରଡ୍‌, ବ୍ରାଡ୍‌ଲେ କୁପର୍‌ ଏବଂ ଟେସା ଥମ୍ପସନ୍‌ ପ୍ରମୁଖ ନଜର ଆସିବେ।

Related posts