Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ସୁପ୍ରିମକୋର୍ଟରେ ପ୍ରଥମ ଥର ପାଇଁ ୯ ଜଣ ବିଚାରପତି ଏକାଠି ଗ୍ରହଣ କଲେ ଶପଥ ପାଠ
ଆଜିର ଖବର

ଆଜି ସୁପ୍ରିମକୋର୍ଟରେ ପ୍ରଥମ ଥର ପାଇଁ ୯ ଜଣ ବିଚାରପତି ଏକାଠି ଗ୍ରହଣ କଲେ ଶପଥ ପାଠ

August 31, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ୯ ଜଣ ନୂତନ ବିଚାରପତି ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି ଏନ.ଭି ରାମନା ଆଜି ସକାଳେ ସମସ୍ତଙ୍କୁ ଶପଥ ପାଠ କରାଇଛନ୍ତି। ଆଜି ସୁପ୍ରିମକୋର୍ଟର ବିଚାରପତି ହୋଇଥିବା ୯ ଜଣଙ୍କ ମଧ୍ୟରୁ ୮ ଜଣ ମୁଖ୍ୟ ବିଚାରପତି କିମ୍ବା ହାଇକୋର୍ଟର ବିଚାରପତି ଅଟନ୍ତି। ତାଙ୍କ ବ୍ୟତୀତ ଜଣେ ବରିଷ୍ଠ ଓକିଲ ମଧ୍ୟ ସିଧାସଳଖ ସୁପ୍ରିମକୋର୍ଟର ବିଚାରପତି ଭାବରେ ନିଯୁକ୍ତ ହୋଇଛନ୍ତି।

ପ୍ରଥମ ଥର ପାଇଁ ଶପଥ ଗ୍ରହଣ କାର୍ଯ୍ୟକ୍ରମର ସିଧା ପ୍ରସାରଣ:

ସାଧାରଣତଃ ପ୍ରଧାନ ବିଚାରପତିଙ୍କ କୋର୍ଟ କକ୍ଷରେ ହେଉଥିବା ଏହି କାର୍ଯ୍ୟକ୍ରମ ଏଥର ଭିନ୍ନ ଥିଲା। ସୁପ୍ରିମକୋର୍ଟଙ୍କ ନୂତନ ଭବନରେ ନିର୍ମିତ ଅଡିଟୋରିୟମରେ ନୂତନ ବିଚାରପତିଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅଡିଟୋରିୟମରେ ୯୦୦ ଲୋକଙ୍କ ପାଇଁ ଏକ ବସିବାର ବ୍ୟବସ୍ଥା ରହିଛି। ଏହା ସହିତ, ପ୍ରଥମ ଥର ପାଇଁ ବିଚାରପତିଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ମଧ୍ୟ ଦୂରଦର୍ଶନରେ ସିଧା ପ୍ରସାରଣ କରାଯାଇଥିଲା।

ଶପଥ ନେଇଥିବା ବିଚାରପତି:

୧- ନ୍ୟାୟଧୀଶ ଏ ଏସ୍ ଓକା
୨- ନ୍ୟାୟଧୀଶ ବିକ୍ରମ ନାଥ
୩- ନ୍ୟାୟଧୀଶ ଜେ.କେ ମହେଶ୍ୱରୀ
୪- ନ୍ୟାୟଧୀଶ ହିମା କୋହଲି
୫- ନ୍ୟାୟଧୀଶ ବି.ଭି ନାଗରତ୍ନା
୬- ନ୍ୟାୟଧୀଶ ବେଲା ତ୍ରିବେଦୀ
୭- ନ୍ୟାୟଧୀଶ ସି ଟି ରବିନ୍ଦ୍ରକୁମାର
୮- ନ୍ୟାୟଧୀଶ ଏମଏମ ସୁନ୍ଦରେଶ
୯- ବରିଷ୍ଠ ଓକିଲ ପିଏସ ନରସିଂହ

୨୦୨୭ ମସିହାରେ ନ୍ୟାୟଧୀଶ ନାଗରତ୍ନା ପ୍ରଥମ ମହିଳା ପ୍ରଧାନ ବିଚାରପତି ହୋଇପାରନ୍ତି।

ଏହି ବିଚାରପତିମାନଙ୍କ ମଧ୍ୟରୁ ଜଷ୍ଟିସ ବିକ୍ରମ ନାଥ, ଜଷ୍ଟିସ ବିଭି ନାଗରତ୍ନା ଏବଂ ପିଏସ ନରସିଂହ ଭବିଷ୍ୟତରେ ଭାରତର ପ୍ରଧାନ ବିଚାରପତି ହେବାର ସମ୍ଭାବନା ରହିଛି। ଏପର୍ଯ୍ୟନ୍ତ ସୁପ୍ରିମକୋର୍ଟରେ କୌଣସି ମହିଳା ପ୍ରଧାନ ବିଚାରପତି ନାହାଁନ୍ତି। ସେପ୍ଟେମ୍ବର ୨୦୨୭ ରେ, ଭାରତ ପ୍ରଥମ ମହିଳା ପ୍ରଧାନ ବିଚାରପତି ଜଷ୍ଟିସ ନାଗରତ୍ନା ରୂପେ ପାଇପାରେ। ପ୍ରାୟ ଦୁଇ ବର୍ଷ ପରେ ସୁପ୍ରିମକୋର୍ଟରେ ହୋଇଥିବା ନୂତନ ନିଯୁକ୍ତିରେ ମୋଟ ୩୪ ଜଣ ବିଚାରପତିଙ୍କ ମଧ୍ୟରୁ ୩୩ ଟି ପୂରଣ ହୋଇଛି।

ଏନ.ଭି ରାମନା ବିଚାରପତି ଶପଥ ପାଠ ସୁପ୍ରିମକୋର୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026
Latest News

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.