ଟିଭି ପରଦାକୁ ଆସିଲା ଏକ ଭିନ୍ନ ଧରଣର ନ୍ୟୁଜ ଚ୍ୟାନେଲ

Published: Sep 6, 2021, 1:27 pm IST

ନୂଆଦିଲ୍ଲୀ, ଭାରତର ମିଡିଆ ଜଗତରେ ବେଶ ପ୍ରତିଷ୍ଠା ଅର୍ଜନ କରିଥିବା କଂପାନୀ ‘ଇଣ୍ଡିଆ ଟୁଡେ’ ଗ୍ରୁପ ଏକ ନୂଆ ନ୍ୟୁଜ ଚ୍ୟାନେଲ ଆଣିଛନ୍ତି। ଯାହାର ନାମ ହେଲା ‘ଗୁଡ୍ ନ୍ୟୁଜ ଟୁଡେ’। ବର୍ତ୍ତମାନ ସମୟରେ ରାଜନୈତିକ ତଥା ଅପରାଧିକ ଖବର ଉପରେ ସମସ୍ତେ ଗୁରୁତ୍ବ ଦେଉଛନ୍ତି। ଏହି ଗହଳି ଭିତରେ ଭଲ ଖବର କୁଆଡେ ହଜିଯାଉଛି। ସେହିପରି ଖବରକୁ ନେଇ ଦେଶର ଏହି ବଡ ମିଡିଆ ଗ୍ରୁପ ଏହି ନ୍ୟୁଜ ଚ୍ୟାନେଲ ପରିକଳ୍ପନା କରିଛନ୍ତି।

ଏହି ଚ୍ୟାନେଲଟି ଗତକାଲି ଗୁରୁ ଦିବସରେ ତାହାର ପ୍ରସାରଣ ଆରମ୍ଭ କରିଛି। ପୂର୍ବରୁ ଏହାକୁ ନେଇ ବେଶ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ଏହି ଚ୍ୟାନେଲ ପ୍ରସାରଣ ପୂର୍ବରୁ ଦେଶର ନାମୀଦାମୀ ବିଜ୍ଞାପନ କଂପାନୀ ଏଥିରେ ବିଜ୍ଞାପନ ଦେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଫଳରେ ଏହି ‘ଗୁଡ ନ୍ୟୁଜ ଟୁଡେ’ ଚ୍ୟାନେଲ ଧୂମଧାମରେ ବଜାର ପ୍ରବେଶ କରିଛି। ବର୍ତ୍ତମାନ ଏହି ଗ୍ରୁପର ଚ୍ୟାନେଲ ଆଜତକ୍, ତେଜ୍, ଇଣ୍ଡିଆ ଟୁଡେ ଚ୍ୟାନେଲ ବେଶ ଲୋକପ୍ରିୟ ଅର୍ଜନ କରିଛି।

Related posts