
ନୂଆଦିଲ୍ଲୀ, ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘର ମୁଖ୍ୟ ମୋହନ ଭାଗବତ ହିନ୍ଦୁ ମୁସଲିମଙ୍କୁ ନେଇ କହିଛନ୍ତି ଏକ ଭିନ୍ନ କଥା। ତାହା ହେଲା ଯେ, ଭାରତରେ ପ୍ରାଚୀନ ସମୟରୁ ହିନ୍ଦୁ ଏବଂ ମୁସଲିମମାନେ ଏକାଠି ବସବାସ କରିବାର ପ୍ରଥା ରହିଛି। ଉଭୟ ଭାରତକୁ ଆଗେଇ ନେବାରେ ସହଯୋଗ କରୁଥିଲେ। ହେଲେ ବ୍ରିଟିସର ଆସି ଏହି ଦୁଇ ଧର୍ମ ଭିତରେ ପାଚେରୀ ଛିଡା କରିଦେଲେ।
ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାଗବତ କହିଛନ୍ତି ଯେ, ବ୍ରିଟିସରମାନେ ଭାରତ ଛାଡିବା ପୂର୍ବରୁ ଏହି ଦୁଇ ଧର୍ମର ମଧ୍ୟରେ ବିବାଦ ସୃଷ୍ଟି କରିଦେଲେ। ସେମାନେ ଚାହୁଁ ନ ଥିଲେ ଭାରତରେ ମୁସଲିମ ରୁହନ୍ତୁ। ମୁସିଲମମାନେ ଏହି ଦେଶରେ ପ୍ରତିନିଧିତ୍ବ କରନ୍ତୁ। ହେଲେ ସେମାନଙ୍କର ଏହି ଚକ୍ରାନ୍ତ ସଫଳ ହେଲା ନାହିଁ ବୋଲି ଭାଗବତ କହିଛନ୍ତି।
ବର୍ତ୍ତମାନ ଭାରତରେ ହିନ୍ଦୁ ମୁସଲିମ ଏକାଠି ରହୁଛନ୍ତି। ସେମାନଙ୍କ ଚକ୍ରାନ୍ତ ଫସର ଫାଟିଯାଇଛି ବୋଲି ସେ କହିଛନ୍ତି। ମୁସଲିମମାନେ ଭାରତରେ ନିର୍ବାଚନ ଲଢି ବିଜୟ ଲାଭ କରୁଛନ୍ତି। ମୁମ୍ବାଇରେ ଆୟୋଜିତ ‘ରାଷ୍ଟ୍ର ପ୍ରଥମ, ରାଷ୍ଟ୍ର ସର୍ବୋପରି’ ଆଲୋଚନା ଚକ୍ରରେ ଭାଗବତ ଭାଗ ନେଇଥିଲେ।