କୃଷକଙ୍କ ସମସ୍ୟା ନେଇ ମୋଦି ଗମ୍ଭୀର ନୁହନ୍ତି : ପଓ୍ବାର

Published: Apr 16, 2019, 11:13 am IST
PAWAR TROLLS MODI

ନ୍ୟାସଲାସିଷ୍ଟ କଂଗ୍ରେସ ପାର୍ଟି (ଏନ୍‌ସିପି) ପ୍ରମୁଖ ଶରଦ ପଓ୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି। ଉଭୟ ପ୍ରଧାନମନ୍ତ୍ରୀ ମୋଦି ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ ଚାଷୀଙ୍କ ସମସ୍ୟାକୁ ଆଦୌ ଗମ୍ଭୀରତାର ସହ ନେଉନାହାନ୍ତି ବୋଲି ପଓ୍ବାର ଅଭିଯୋଗ କରିଛନ୍ତି। ଚାଷୀଙ୍କ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ଉଭୟ ନେତା କେବଳ ଗାନ୍ଧୀ- ନେହେରୁ ପରିବାରର ସମାଲୋଚନାକୁ ନିର୍ବାଚନ ପ୍ରଚାରର ପ୍ରମୁଖ ଇସ୍ତାହାର ଭାବରେ ଗ୍ରହଣ କରିଛନ୍ତି ବୋଲି କହିଛନ୍ତି ପଓ୍ବାର। ସେହିପରି ପଓ୍ବାର କହିଥିଲେ ଯଦି ମହାମେଣ୍ଟ କ୍ଷମତାକୁ ଆସେ ତେବେ ବିନା କୌଣସି ସର୍ତ୍ତରେ ଚାଷୀଙ୍କ ସମସ୍ତ ଋଣ ଛାଡ କରାଯିବ। ପଓ୍ବାର କହିଛନ୍ତି, ୟୁପିଏ ସରକାର ସମୟରେ ମାତ୍ର 8 ଦିନ ମଧ୍ୟରେ ଚାଷୀଙ୍କର 70 ହଜାର କୋଟିର ଋଣ ଛାଡ କରିଥିଲେ ମାତ୍ର ଏନ୍‌ଡିଏ ସରକାର ଅମଳରେ ମାତ୍ର ୩୪ ହଜାର କୋଟିର ଋଣ ଛାଡ କରାଯାଇଥିଲା। ଏହା ଦ୍ବାରା ମାତ୍ର ୧୦ ରୁ ୧୫ ପ୍ରତିଶତ ଚାଷୀ ଲାଭବାନ ହୋଇଛନ୍ତି ବୋଲି ପଓ୍ବାର କହିଥିଲେ। ମୋଦି ଚାଷୀଙ୍କ ସମସ୍ୟା, ଚାଷୀ ଆତ୍ମହତ୍ୟା ଏବଂ ବେକାରୀ ସମସ୍ୟା ଉପରେ ମୋଦି ଆଲୋଚନା କରୁନାହାନ୍ତି କେବଳ ଗାନ୍ଧୀ-ନେହେରୁ ପରିବାରର ସଦସ୍ୟଙ୍କୁ ଟାର୍ଗେଟ୍‌ କରୁଛନ୍ତି ଯେଉଁମାନେ କି ଦେଶ ପାଇଁ ପ୍ରାଣବଳି ଦେଇଛନ୍ତି। ରାଫାଲେ ସମସ୍ୟା ନେଇ ମଧ୍ୟ ମୋଦିଙ୍କୁ ସମାଲୋଚନା କରିଛନ୍ତି ପଓ୍ବାର । ୨ ବର୍ଷ ମଧ୍ୟରେ ବିମାନର ମୂଲ୍ୟ ୩୫୦ କୋଟିରୁ ୧୬୦୦ କୋଟିରେ ପହଞ୍ଚିବା ଆଶ୍ଚର୍ଯ୍ୟଜନକ ବୋଲି ପଓ୍ବାର କହିଥିଲେ।

Related posts