ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ଭୁବନେଶ୍ୱର ସତ୍ୟନଗରସ୍ଥିତ ତୋଷାଳୀ ଭବନର ଏ-୧ ବ୍ଲକ, ୭ମ ମହଲାରେ ଓଡିଶା ସ୍ଥାବର ସଂପତି ପୁନର୍ବିଚାର ନ୍ୟାୟାଧିକରଣ ବା ରିଅଲ ଇଷ୍ଟେଟ୍ ଆପିଲେଟ୍ ଟ୍ରିବ୍ୟୁନାଲର ସ୍ଥାୟୀ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି।
ଏହାକୁ ସୁପ୍ରିମ କୋର୍ଟର ବିଚାରପତି ଶ୍ରୀ ବିନୀତ ସରଣଙ୍କ ଦ୍ୱାରା ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡଃ.ଏସ୍. ମୂରଲୀଧର ଏବଂ ରିଅଲ ଇଷ୍ଟେଟ୍ ଆପିଲେଟ୍ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ମାନ୍ୟବର ନ୍ୟାୟମୂର୍ତି ଏସ୍.ସି.ପରିଜାଙ୍କ ଉପସ୍ଥିତିରେ ଉଦ୍ଘାଟିତ ହୋଇଯାଇଛି ।
ପୂର୍ବରୁ ଏହି ରିଅଲ୍ ଇଷ୍ଟେଟ ଟ୍ରିବ୍ୟୁନାଲ କାର୍ଯ୍ୟାଳୟ ଚନ୍ଦ୍ରଶେଖରପୁରସ୍ଥିତ ଫଚ୍ୟୁନ୍ ଟାୱାରର ୪ର୍ଥ ମହଲା, ଜୋନ୍-ଏ-୨ରେ କାର୍ଯ୍ୟ କରୁଥିଲା । ଏହି ଟ୍ରିବ୍ୟୁନାଲର କୋର୍ଟ କାର୍ଯ୍ୟ ନୂତନ କାର୍ଯ୍ୟାଳୟରେ ଆରମ୍ଭ ହେବା ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ସରିଥିବା ବେଳେ କାର୍ଯ୍ୟାଳୟ ସ୍ଥାନାନ୍ତରଣ ଆନୁଷଙ୍ଗିକ କାର୍ଯ୍ୟ ପରେ ଚଳିତ ମାସ ୨୭ ତାରିଖରୁ ଏହା ନୂତନ କାର୍ଯ୍ୟାଳୟରେ ଆରମ୍ଭ କରାଯିବ ବୋଲି ଜଣାଯାଇଛି।



