Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋଆରେ ବିଶାଳ ରକ୍ତଦାନ ସପ୍ତାହ ଉଦଘାଟିତ
ଆଜିର ଖବର

ସୋଆରେ ବିଶାଳ ରକ୍ତଦାନ ସପ୍ତାହ ଉଦଘାଟିତ

September 19, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୂବନେଶ୍ଵର: ଶିକ୍ଷା ଓ ଅନୁସନ୍ଧାନ ( ସୋଆ) ଏନଏସଏସ ବ୍ୟୁରୋ ଓ ଆଇଏମଏସ ଆଣ୍ଡ ସମ୍ ହସପିଟାଲର ମିଳିତ ଆନୁକୁଲ୍ୟରେ ଶନିବାର ଏକ ସପ୍ତାହବ୍ୟାପି ବିଶାଳ ରକ୍ତଦାନ ସପ୍ତାହ ସମ୍ ହସ୍ପିଟାଲରେ ଉଦ୍ଘାଟିତ ହୋଇଯାଇଛି।

ଏହି ଅବସରରେ ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ରକ୍ତ ଅମ୍ଳଜାନ ଭଳି ମୂଲ୍ୟବାନ ବୋଲି କହିବା ସହିତ ରକ୍ତ ଦେଇ ପ୍ରତ୍ୟେକ ନିଜର ସାମାଜିକ କର୍ତ୍ତବ୍ୟ ପାଳନ କରିବା ଉଚିତ ବୋଲି କହିଥିଲେ। ସେ ନିଜ ଡାକ୍ତରି ପାଠପଢ଼ା ସମୟରେ ତାଙ୍କର ଏନଏସଏସ ସ୍ଵେଛାସେବୀ ଭାବେ ୫ ବର୍ଷର ଅନୁଭୂତି କହି ସମସ୍ତଙ୍କୁ ଅନୁପ୍ରାଣୀତ କରିଥିଲେ।

ଏହି କାର୍ଯ୍ୟକ୍ରମ ରେ ଭାରତ ସରକାରଙ୍କ ଆଞ୍ଚଳିକ ଏନଏସଏସ ନିର୍ଦ୍ଦେଶାଳୟର ନିର୍ଦ୍ଦେଶିକା ସୁଶ୍ରୀ ସରିତା ପଟେଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। କରୋନାରେ ପୀଡ଼ିତ ହୋଇ ସମ୍ ଡ଼ାକ୍ତରଖାନାରେ ସେ ଦ୍ଵିତୀୟ ଜୀବନ ପାଇଛନ୍ତି ବୋଲି କହିଥିଲେ। ସମ୍ ଓ ସୋଆ ଏନଏସଏସର କୋଭିଡ଼ ମୁକାବିଲାରେ ଅବଦାନ ବିଷୟ ଆଲୋଚନା କରି ଶିକ୍ଷାନୁଷ୍ଠାନର ଭୂୟସୀ ପ୍ରଶଂସା କରିଥିଲେ।

ଅନ୍ୟତମ ଆୟୋଜକ ସମ୍ ଡ଼ାକ୍ତରଖାନା ର ଅଧୀକ୍ଷକ ପ୍ର. ( ଡ଼ାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଡ଼େଙ୍ଗୁ ସମୟରେ ରକ୍ତର ବର୍ଦ୍ଧିତ ଚାହିଦାକୁ ଦେଖିଲେ ଏନଏସଏସ ଦ୍ଵାରା ଏହି ରକ୍ତଦାନ ସପ୍ତାହର ଆୟୋଜନ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ବୋଲି କହିଥିଲେ। ଡିନ (ଛାତ୍ର ମଙ୍ଗଳ) ପ୍ର. ଜ୍ୟୋତିରଞ୍ଜନ ଦାସ ରକ୍ତଦାନ ଭଳି ଏକ ମହତ୍ କାମରେ ଭାଗିଦାର ହେବା ପାଇଁ ସମସ୍ତଙ୍କୁ ପ୍ରବର୍ତ୍ତାଇ ଥିଲେ। ବିଶ୍ଵବିଦ୍ୟାଳୟ ଆଉଟରିଚ ପ୍ରୋଗ୍ରାମର ନିର୍ଦ୍ଦେଶକ ତଥା ଏନଏସଏସ ସଂଯୋଜକ ପ୍ର. ନଚିକେତା ଶର୍ମା କୋଭିଡ ସମୟରେ କରାଯାଇଥିବା କାର୍ଯ୍ୟକ୍ରମର ଏକ ସଂକ୍ଷିପ୍ତ ବିବରଣୀ ରଖିଥିଲେ।

ଏହି ଶିବିର ସେପ୍ଟେମ୍ବର ୨୪ ରେ ଏନଏସଏସ ଦିବସ ପାଳନ ସହିତ ଉଦ୍ ଯାପିତ ହେବ। ମଙ୍ଗଳବାର ଦିନ ରାଜ୍ୟ ଏନଏସଏସ ସେଲର ଅଧିକାରୀ ଡ. ରମେଶ ଚନ୍ଦ୍ର ବେହେରା ଯୋଗଦେବା ସ୍ଥିରୀକୃତ ହୋଇଛି। ପ୍ରଥମ ଦିନ ୨୬ ଜଣ ସ୍ଵେଚ୍ଛାସେବୀ ରକ୍ତଦାନ କରିଥିଲେ। ଏହି ଉତ୍ସବରେ ସମ୍ ବ୍ଳଡବ୍ୟାଙ୍କର ମୁଖ୍ୟ ଡାକ୍ତର ଗିରିଜା ନନ୍ଦିନୀ କାନୁନଗୋ ସମସ୍ତଙ୍କୁ ରକ୍ତଦାନ ବିଷୟରେ କହିଥିଲେ। ଏଥିରେ ସୋଆ ଅନ୍ତର୍ଗତ ବିଭିନ୍ନ ଅନୁଷ୍ଠାନର ଏନଏସଏସ ପ୍ରୋଗ୍ରାମ ଅଫିସର, ଡାକ୍ତର, ନର୍ସିଙ୍ଗ ଷ୍ଟାଫ, ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ଆଇଏମଏସର ପ୍ରୋଗ୍ରାମ ଅଫିସର ଡାକ୍ତର ସୌର୍ଯ୍ୟ ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ଶିକ୍ଷା ଓ ଅନୁସନ୍ଧାନ ସମ୍‌ ହସ୍ପିଟାଲ ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

ବାରବାଟି ଷ୍ଟାଡିୟମରେ ଆଜିଠାରୁ ଟି-୨୦ ଏସିଆ ବଧିର କ୍ରିକେଟ କପ୍ ପ୍ରତିଯୋଗିତା

February 19, 2026

ଭାରତର ବୃହତ୍ ଟେକ୍ନୋଲୋଜି ସଫଳତା ଉପରେ ଧ୍ୟାନ ଦେଇଛି ବିଶ୍ୱ ଗଣମାଧ୍ୟମ

February 19, 2026

ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ବିନିମୟ

February 19, 2026

ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

February 19, 2026
Latest News

ବାରବାଟି ଷ୍ଟାଡିୟମରେ ଆଜିଠାରୁ ଟି-୨୦ ଏସିଆ ବଧିର କ୍ରିକେଟ କପ୍ ପ୍ରତିଯୋଗିତା

February 19, 2026

ଭାରତର ବୃହତ୍ ଟେକ୍ନୋଲୋଜି ସଫଳତା ଉପରେ ଧ୍ୟାନ ଦେଇଛି ବିଶ୍ୱ ଗଣମାଧ୍ୟମ

February 19, 2026

ଆଜି ଏଆଇ ଇମ୍ପାକ୍ଟ ସମିଟ୍‌ ୨୦୨୬କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

February 19, 2026

ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ବିନିମୟ

February 19, 2026

ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.