ଏସିଆନ୍‌ ଚାମ୍ପିୟନ୍‌ସିପ୍‌ ବକ୍ସିଂ ପାଇଁ ଭାରତୀୟ ମହିଳା ଦଳ

Published: Apr 16, 2019, 1:00 pm IST
indian boxing team

ଏସିଆନ୍‌ ବକ୍ସିଂ ଚାମ୍ପିୟନ୍‌ସିପ୍‌ ୨୦୧୯ ପାଇଁ ଭାରତୀୟ ମହିଳା ଦଳ ଘୋଷଣା କରାଯାଇଛି। ବ୍ୟାଙ୍କକ୍‌ରେ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ  ଆଜି ଠାରୁ ଏପ୍ରିଲ୍‌ ୨୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଦଳ ଏହି ଟୁର୍ଣ୍ଣାମେଣ୍ଟ ନେଇ ଇନ୍ଦିରା ଗାନ୍ଧୀ ସ୍ପୋର୍ଟସ୍‌ କମ୍ପ୍ଲେକ୍ସରେ ପ୍ରସ୍ତୁତି ଚଳାଇଥିବା ବେଳେ ଦଳରେ ଭେଟେରାନ୍‌ଙ୍କ ସହିତ ଅନେକ ଯୁବ ପ୍ରତିଭାଙ୍କୁ ଦେଖିବାକୁ ମିଳିଛି। ଏହି ପ୍ରତିଯୋଗିତାରୁ ଦଳ ୪ ପଦକ ଆଶା ରଖିଥିବା ବେଳେ ଭେଟରାନ୍‌ ସରିତା ଦେବୀ(୩୭)ଙ୍କ ଠାରୁ ଦଳ ପଦକ ଆଶା ରଖିଛି। ନୂତନ ଭାବରେ ଦଳର ପ୍ରଶିକ୍ଷକ ଦାୟିତ୍ବ ତୁଲାଉଥିବା ମହମ୍ମଦ ଅଲୀ କମର କହିଛନ୍ତି, ସରିତା ଏବଂ ମେରୀକମ୍‌ଙ୍କ ପରି ବରିଷ୍ଠ ଖେଳାଳିଙ୍କ ସହ ଅଭ୍ୟାସ କରିବା ଦ୍ବାରା ଯୁବ ଖେଳାଳିଙ୍କ ପାଇଁ ଲାଭଦାୟକ।

ଭାରତୀୟ ଦଳ : ୪୮ କିଗ୍ରା : ନୀତୁ, ୫୧ କିଗ୍ରା : ନିଖତ୍‌ ଜରିନ୍‌, ୫୪ କିଗ୍ରା : ମନୀଷା, ୫୭ କିଗ୍ରା : ସୋନିଆ ଚହଲ, ୬୦ କିଗ୍ରା : ସରିତା ଦେବୀ, ୬୪ କିଗ୍ରା: ସିମରନ୍‌ଜିତ୍‌ କୌର୍‌, ୬୯ କିଗ୍ରା : ଲୋଭଲିନା ବୋର୍ଗୋହାଇମ୍‌, ୭୫ କିଗ୍ରା : ନୁପୁର, ୮୧ କିଗ୍ରା : ପୂଜା ରାଣୀ, ୮୧ କିଗ୍ରା+ ସୀମା ପୁନିଆ।

Related posts