
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୪୪୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।
ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୯୨, କଟକରୁ ୫୫, ବାଲେଶ୍ବରରୁ ୩୭, ଯାଜପୁରରୁ ୨୨, ମୟୂରଭଞ୍ଜରୁ ୧୮, ପୁରୀରୁ ୧୪, ଢେଙ୍କାନାଳ ଜିଲ୍ଲାରୁ ୧୨, ଜଗତସିଂହପୁରରୁ ୧୨, ନୟାଗଡ ଜିଲ୍ଲାରୁ ୬, ଭଦ୍ରକ ଜିଲ୍ଲାରୁ ୫, ରାୟଗଡା ଜିଲ୍ଲାରୁ ୪, ଅନୁଗୁଳ ଜିଲ୍ଲାରୁ ୩, ଦେବଗଡ ଜିଲ୍ଲାରୁ ୩, ଗଞ୍ଜାମ ଜିଲ୍ଲାରୁ ୩, ସମ୍ବଲପୁରରୁ ୩, ବରଗଡରୁ ୨, କେନ୍ଦ୍ରାପଡାରୁ ୨, ନବରଙ୍ଗପୁରରୁ ୨, ବଲାଙ୍ଗୀରିରୁ ୧, ବୌଦ୍ଧରୁ ୧, କେନ୍ଦୁଝରରୁ ୧, କୋରାପୁଟରୁ ୧, ମାଲକାନଗିରିରୁ ୧, ସୁନ୍ଦରଗଡରୁ ୧ ଏବଂ ଷ୍ଟେଟ ପୁଲରୁ ୪୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୮ ହଜାର ୬୭୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୧ ହଜାର ୯୫୦ କୁ ବୃଦ୍ଧି ହୋଇଥିବାବେଳେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫ ହଜାର ୭୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୧୫୦ କୁ ବୃଦ୍ଧି ହୋଇଛି।