୬ ଲକ୍ଷ କୋଟିର ଖଣି ଦୁର୍ନୀତି : ଓଡିଶା, କର୍ଣ୍ଣାଟକ ଏବଂ ଝାଡଖଣ୍ଡକୁ ନୋଟିସ୍‌

Published: Apr 16, 2019, 12:44 pm IST

୬ ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନୀତିକୁ ନେଇ ସୁପ୍ରିମ୍‌କୋର୍ଟ ଓଡିଶା, କର୍ଣ୍ଣାଟକ ଏବଂ ଝାଡଖଣ୍ଡ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଖଣି ଆବଣ୍ଟନ ନେଇ ହୋଇଥିବା ଦୁର୍ନୀତିର ବିଚାର ପାଇଁ ଏହି ନୋଟିସ୍‌ ଜାରି କରାଯାଇଥିବା ଜଣାପଡିଛି। ଏହା ସହିତ ,ଏହି ମାମଲାରେ କେନ୍ଦ୍ର ସରକାର ଏବଂ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋକୁ ମଧ୍ୟ ନୋଟିସ୍‌ ଜାରି କରାଯାଇଛି। ଜଷ୍ଟିସ୍‌ ଏସ୍‌ ଏ ବୋବଡେଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ବରିଷ୍ଠ ଓକିଲ ପିଏସ୍‌ ନରସିହ୍ମା ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରିବା ନେଇ ଆଦେଶ ଦେଇଛନ୍ତି।

Related posts