Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୨୦୨୮ ମସିହା ସୁଦ୍ଧା ସମାନ ହେବ ହିନ୍ଦୁ-ମୁସଲମାନ ଜନସଂଖ୍ୟା: ଦିଗବିଜୟ ସିଂହ ବୁଝାଇଲେ ଗଣିତ
ଆଜିର ଖବର

୨୦୨୮ ମସିହା ସୁଦ୍ଧା ସମାନ ହେବ ହିନ୍ଦୁ-ମୁସଲମାନ ଜନସଂଖ୍ୟା: ଦିଗବିଜୟ ସିଂହ ବୁଝାଇଲେ ଗଣିତ

September 23, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୋପାଳ: ହିନ୍ଦୁ ଏବଂ ମୁସଲମାନମାନଙ୍କ ଉପରେ ମଧ୍ୟପ୍ରଦେଶର କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ଏକ ବଡ଼ ବୟାନ ଦେଇଛନ୍ତି। ଦିଗବଜୟ ସିଂ କହିଛନ୍ତି ଯେ, ୨୦୨୮ ସୁଦ୍ଧା ହିନ୍ଦୁ ଏବଂ ମୁସଲମାନମାନଙ୍କର ଜନ୍ମ ହାର ସମାନ ହେବ।

ମଧ୍ୟପ୍ରଦେଶର ସିହୋରରେ କିଷାନ ପଦଯାତ୍ରା କାର୍ଯ୍ୟକ୍ରମ ଶେଷ ହେବା ସମୟରେ ଟାଉନ ହଲରେ ଦିଗବିଜୟ ସିଂ କହିଛନ୍ତି, ‘ସେମାନେ କହୁଛନ୍ତି ଯେ ମୁସଲମାନମାନେ ୪-୪ ପତ୍ନୀ କରନ୍ତି। ୧୦-୧୨ ଛୁଆ ଜନ୍ମ କରନ୍ତି। ଯାହାଫଳରେ ୧୦ ରୁ ୨୦ ବର୍ଷ ପରେ ମୁସଲମାନମାନେ ସଂଖ୍ୟାଗରିଷ୍ଠ ହେବେ ଏବଂ ହିନ୍ଦୁମାନେ ସଂଖ୍ୟାଲଘୁ ହେବେ। ସେମାନଙ୍କୁ ମୁଁ ଆହ୍ଵାନ ଦେଉଛି, ଯିଏ ମୋ ସହ ଏହି ବାବଦରେ ଆଲୋଚନା କରିବାକୁ ଚାହୁଁଛି, ଆଗକୁ ଆସୁ।

ସିଂ ଆହୁରି କହିଛନ୍ତି, ‘ଏକ ଅଧ୍ୟୟନରୁ ଜଣାପଡିଛି ଯେ ଦେଶର ହିନ୍ଦୁମାନଙ୍କ ତୁଳନାରେ ମୁସଲମାନମାନଙ୍କର ଜନ୍ମ ହାର କ୍ରମାଗତ ଭାବେ ହ୍ରାସ ପାଉଛି। ୧୯୫୧ ରୁ ଆଜି ପର୍ଯ୍ୟନ୍ତ ମୁସଲମାନମାନଙ୍କର ଜନ୍ମ ହାର ହିନ୍ଦୁମାନଙ୍କ ଜନ୍ମ ହାର ଭଳି ଦ୍ରୁତ ଗତିରେ ହ୍ରାସ ପାଇନାହିଁ, କିନ୍ତୁ ଆଜି ମଧ୍ୟ ମୁସଲମାନମାନଙ୍କର ଜନ୍ମ ହାର ୨.୭ ଏବଂ ହିନ୍ଦୁମାନଙ୍କର ୨.୩ ଅଟେ, ଅର୍ଥାତ ସେମାନଙ୍କର ମଧ୍ୟ ଜନ୍ମ ହାର ହ୍ରାସ ପାଉଛି। ୨୦୨୮ ସୁଦ୍ଧା ହିନ୍ଦୁ ଏବଂ ମୁସଲମାନମାନଙ୍କର ଜନ୍ମ ହାର ସମାନ ହେବ ଏବଂ ସେହି ସମୟରେ ସମଗ୍ର ଦେଶର ଜନସଂଖ୍ୟା ସ୍ଥିର ରହିବ। ଯାହା ବି ବୃଦ୍ଧି ହେବ ୨୦୨୮ପର୍ଯ୍ୟନ୍ତ ହେବ। ଏହା ପରେ ସେମାନଙ୍କର ଜନ୍ମ ହାର ଆଉ ବୃଦ୍ଧି ଘଟିବ ନାହିଁ।

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅସଦୁଦ୍ଦିନ ଓୱାଇସିଙ୍କୁ ମଧ୍ୟ ଦିଗବିଜୟ ସିଂ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ଆଜି ହିନ୍ଦୁମାନେ ବିପଦରେ ଅଛନ୍ତି କହି ବିଭ୍ରାନ୍ତ କରାଯାଉଛି ଏବଂ ଅନ୍ୟ ପଟେ ମୁସଲମାନମାନଙ୍କ ପ୍ରତି ବିପଦ ସୃଷ୍ଟି ହେଉଛି କହି ଓୱାଇସି ସାହବ ଭୋଟ୍ ପାଇବାକୁ ଚାହୁଁଛନ୍ତି। ନରେନ୍ଦ୍ର ମୋଦୀ ହିନ୍ଦୁମାନଙ୍କୁ ଭ୍ରମିତ କରୁଥିବା ବେଳେ ଓୱାଇସି ମୁସଲମାନମାନଙ୍କୁ ଭ୍ରମିତ କରୁଛନ୍ତି। ନା ହିନ୍ଦୁ ବିପଦରେ ଅଛନ୍ତି, ନା ମୁସଲମାନମାନଙ୍କ ପାଇଁ କୌଣସି ବିପଦ ଅଛି। ଯଦି କୌଣସି ବିପଦ ଥାଏ, ତେବେ ମୋଦୀ ଜୀ ଏବଂ ଓୱାଇସି ଜୀଙ୍କୁ ବିପଦ ଅଛି।

କଂଗ୍ରେସ ନେତା ଜନସଂଖ୍ୟା ଦିଗବିଜୟ ସିଂ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟପ୍ରଦେଶ ହିନ୍ଦୁ-ମୁସଲମାନ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026
Latest News

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.