Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋଆରେ ଦୁଇ ଦିନିଆ ମେକାନିକାଲ୍ ଇଞ୍ଜିନିୟରିଂ ଅନ୍ତର୍ଜାତିକ ସମ୍ମିଳନୀ ଆୟୋଜିତ
ଆଜିର ଖବର

ସୋଆରେ ଦୁଇ ଦିନିଆ ମେକାନିକାଲ୍ ଇଞ୍ଜିନିୟରିଂ ଅନ୍ତର୍ଜାତିକ ସମ୍ମିଳନୀ ଆୟୋଜିତ

September 25, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍‌ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ରେ ଦୁଇ ଦିନିଆ ଅନ୍ତର୍ଜାତିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି।

ଏହି ସମ୍ମିଳନୀରେ ଆଲ୍ଲେଖ୍ୟ ଶୀର୍ଷକ ଥିଲା “ ରିସେଂଟ ଆଡ୍‌ଭାନ୍‌ସେସ୍ ଇନ୍ ମେକାନିକାଲ୍  ଇଞ୍ଜିନିୟରିଂ ରିସର୍ଚ୍ଚ ଆଣ୍ଡ ଡେଭଲପ୍‌ମେଂଟର।” ଏଥିରେ ୧୦୦ ରୁ ଉର୍ଦ୍ଧ୍ୱ ଏକାଡେମିକ୍‌, ରିସର୍ଚ୍ଚ ସ୍କଲାର୍ସ ଏବଂ ଶିଳ୍ପ ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ। ଶନିବାର ଦିନ ଶେଷ ହୋଇଥିବା ଏହି ସମ୍ମିଳନୀ ନୂତନ ସାମଗ୍ରୀ ଏବଂ ଏହାର ବ୍ୟବହାର ସହିତ ଥର୍ମାଲ୍‌ ଇଞ୍ଜିନିୟରିଂ, ଡିଜାଇନ୍ ଏବଂ ମାନୁଫ୍ୟାକ୍‌ଚରିଂ ଇଞ୍ଜିନିୟରିଂ, ଇଣ୍ଡଷ୍ଟ୍ରିଆଲ୍ ଇଞ୍ଜିନିୟରିଂ ଏବଂ ରିନ୍ୟୁଆଲ୍ ଏନର୍ଜି ରିସର୍ଚ୍ଚ ସହିତ ବିଭିନ୍ନ ବିଷୟ ଉପରେ ଆଲୋଚନା କରିବା ଓ ଏକାଡେମୀ ଏବଂ ଶିଳ୍ପକୁ ଏକତ୍ରିତ କରିବା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ଏହି ସମ୍ମିଳନୀର କନ୍‌ଭେନର୍ ଡ. ପ୍ରେମାନନ୍ଦ ପ୍ରଧାନ କହିଛନ୍ତି।

ଆମେ ବିଶ୍ୱର ବିଭିନ୍ନ ଦେଶରୁ ୧୫୬ ଟି ଗୁଣାତ୍ମକ ଗବେଷଣା ସନ୍ଦର୍ଭ ପାଇବା ସହିତ ସେଥିରୁ ୧୦୫ଟି କୁ ଉପସ୍ଥାପନା ଓ ଉତମ ପ୍ରକାଶନ ପାଇଁ ଗ୍ରହଣ କରିଛୁ ବୋଲି ଡ. ପ୍ରଧାନ କହିଛନ୍ତି। ଆମେରିକାର ଭର୍ଜିନିଆ ଟେକ୍‌ର ପ୍ରଫେସର ଡେଭିସ୍ ସ୍କଟ୍ ସିଙ୍କ ମୁଖ୍ୟ ବକ୍ତାଭାବେ ଏହି ସମ୍ମିଳନୀ ଯୋଗ ଦେବା ସହିତ ଲାର୍ଜ ସ୍କେଲ୍ ଏଂଟରପ୍ରାଇଜେସ୍ ଟ୍ରାନ୍ସଫର୍ମେସନ୍ ଏବଂ ଶିଳ୍ପାୟନରେ ପୋଷ୍ଟ ପାଣ୍ଡାମିକ୍ ପରିସ୍ଥିତିରେ ଯୁବପିଢ଼ି କିପରି ନିଜର ଦକ୍ଷତା ବିକାଶ କରିପାରିବେ ସେ ବିଷୟରେ ଆଲୋକପାତ କରିଥିଲେ।

ଆମେରିକାର ପିଟ୍ସବର୍ଗ ୟୁନିଭର୍ସିଟିର ପ୍ରଫେସର ବୋପାୟା ବିଡାଣ୍ଡା ଅନିଶ୍ଚିତତା ଏବଂ ବିଭ୍ରାନ୍ତିକର ଅବସ୍ଥାରେ କର୍ପୋରେଟ୍ ସ୍ଥିରତା କିପରି ବଜାୟ ରହିପାରିବ ସେ ନେଇ ଏହି ସମ୍ମିଳନୀରେ ଆଲୋଚନା କରିଥିଲେ।

ଏହି ସମ୍ମିଳନୀର ଉଦ୍‌ଘାଟନୀ ଅଧିବେଶନରେ ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର, ସୋଆ ପ୍ରୋ- ଭାଇସ୍ ଚ୍ୟାନ୍‌ସେଲର ପ୍ରଫେସର ପି.କେ. ନନ୍ଦ, ସୋଆର ମୁଖ୍ୟ ପରାମର୍ଶଦାତା ପ୍ରଫେସର ଆର୍‌. ପି. ମହାନ୍ତି ଓ ବ୍ଲୁ ଡୋମ୍ ଇଂଟେଲିଜେନ୍ସର ନିର୍ଦ୍ଦେଶକ ଡ. ଅମୀୟ ପଟ୍ଟନାୟକ ବକ୍ତବ୍ୟ ରଖିଥିଲେ।

ନରୱେର ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ୟୁନିଭର୍ସିଟିର ପ୍ରଫେସର ଏ . ରୋଲ୍‌ଷ୍ଟାଡାସ୍‌, ଆର‌୍ୟଲାଣ୍ଡର ଆଇରିସ୍‌ ଏକାଡେମି ଅଫ୍ ଇଞ୍ଜିନିୟରିଂର ପ୍ରଫେସର ଜିମ୍ ବ୍ରାଉନ, ଭାବା ଆଟୋମିକ୍ ରିସର୍ଚ୍ଚ ସେଂଟରର ଡ. ଦିବାନିକ ରାୟ, ଅରୁଣାଂଚଳ ପ୍ରଦେଶ ନିଟ୍‌ର ନିର୍ଦ୍ଦେଶକ ଡ. ପିଙ୍କେଶ୍ୱର ମହନ୍ତ, ଇସ୍ରୋର ଶ୍ରୀ ଶ୍ରୀଧର ପାଣିଗ୍ରାହୀ ଏବଂ ସିଏସ୍‌ଆଇଆର୍ ନ୍ୟାସ୍‌ନାଲ ଏରୋସ୍ପେସ୍ ଲାବୋରେଟୋରିସ୍‌ର ଡ. ପ୍ରଦୀପ କୁମାର ସାହୁ ଅନ୍ୟ ନିମନ୍ତ୍ରିତ ବକ୍ତାମାନଙ୍କ ମଧ୍ୟରେ ଥିଲେ।

ଶିକ୍ଷା ଓ ଅନୁସନ୍ଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେଡିରୁ ପୁଣି ନିଲମ୍ବନ ହେଲେ ଜଣେ ପୂର୍ବତନ ବିଧାୟକ ଏବଂ ଜଣେ ପୂର୍ବତନ ସାଂସଦ

April 6, 2026

୯ ପୋଲିସକୁ ଫାଶୀ

April 6, 2026

ଓଡ଼ିଶାରେ ଯଥେଷ୍ଟ ପରିମାଣରେ ଇନ୍ଧନ ଗଚ୍ଛିତ ଅଛି: ସ୍ପଷ୍ଟ କଲେ ସରକାର

April 6, 2026

୧୪ ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ

April 6, 2026
Latest News

ବିଜେଡିରୁ ପୁଣି ନିଲମ୍ବନ ହେଲେ ଜଣେ ପୂର୍ବତନ ବିଧାୟକ ଏବଂ ଜଣେ ପୂର୍ବତନ ସାଂସଦ

April 6, 2026

୯ ପୋଲିସକୁ ଫାଶୀ

April 6, 2026

ଓଡ଼ିଶାରେ ଯଥେଷ୍ଟ ପରିମାଣରେ ଇନ୍ଧନ ଗଚ୍ଛିତ ଅଛି: ସ୍ପଷ୍ଟ କଲେ ସରକାର

April 6, 2026

୧୪ ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ

April 6, 2026

ରାଜ୍ୟସଭା ସଦସ୍ୟ ଭାବେ ୧୯ ଜଣ ନେଲେ ଶପଥ, ଓଡିଶାର ତିନିଜଣ

April 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.