ଇଣ୍ଡିଆ‘ସ ମୋଷ୍ଟ ଓ୍ବାଣ୍ଟେଡ୍‌ : ଭାରତର ଓସାମା ସନ୍ଧାନରେ ଅର୍ଜୁନ କପୁର୍‌

Published: Apr 16, 2019, 1:42 pm IST
india's most wanted teaser out

ରାଜକୁମାର ଗୁପ୍ତାଙ୍କ ବହୁ ପ୍ରତୀକ୍ଷିତ ହିନ୍ଦି ଫିଲ୍ମ ଇଣ୍ଡିଆସ ମୋଷ୍ଟ ଓ୍ବାଣ୍ଟେଡ୍‌ର ଟିଜର୍‌ ରିଲିଜ୍‌ ହୋଇଛି। ଫିଲ୍ମର ୯୦ ସେକେଣ୍ଡର ଟିଜରରେ ଅର୍ଜୁନଙ୍କ ଚରିତ୍ର ପ୍ରଭାତ କପୁରଙ୍କ ଦୁନିଆ ଦେଖାଇଛନ୍ତି ରାଜକୁମାର ଗୁପ୍ତା। ଟିଜର୍‌ରେ ଅର୍ଜୁନ ଦାଢି ରଖିବା ସହିତ ଗମ୍ଭୀର ଚରିତ୍ରରେ ନଜର ଆସିଛନ୍ତି। ୫ ଜଣ ଯୁବକ ଜଣେ ଆତଙ୍କବାଦୀ(ଭାରତର ଓସାମା)କୁ ଧରିବାକୁ ନେଇ ଏହି ଫିଲ୍ମର କାହାଣୀ ରହିଛି। ଫିଲ୍ମର ଏକ ପୋଷ୍ଟରରେ ରହିଛି ‘ବନ୍ଧୁକ ନାହିଁ, ଗର୍ବ ନାହିଁ କେବଳ ସାହସ’। ଫିଲ୍ମର ପୋଷ୍ଟର ଅନୁଯାୟୀ ଫିଲ୍ମରେ କୌଣସି ବନ୍ଧୁକ ସିନ୍‌ ମଧ୍ୟ ନାହିଁ। ଫିଲ୍ମରେ ଅର୍ଜୁନଙ୍କ ବ୍ୟତିତ ଅମ୍ରିତା ପୁରୀ, ରାଜେଶ ଶର୍ମା, ପ୍ରଶାନ୍ତ ଏବଂ ଶାନ୍ତିଲାଲ ମୁଖାର୍ଜୀ ପ୍ରମୁଖ ଭୂମିକାରେ ନଜର ଆସିବେ। ରାଜକୁମାର ଗୁପ୍ତା କାହାଣୀ ଲେଖିବା ସହିତ ନିର୍ଦ୍ଦେଶନା ଦେଇଥିବା ବେଳେ ଫିଲ୍ମଟି ମେ ୨୪ ତାରିଖରେ ରିଲିଜ୍‌ ହେବାକୁ ଯାଉଛି। ଏହି ଫିଲ୍ମ ବ୍ୟତିତ ଅର୍ଜୁନ ଆହୁରି ଦୁଇଟି ପ୍ରୋଜେକ୍ଟରେ କାମ କରୁଛନ୍ତି। ଆଶୁତୋଷ ଗଓ୍ବାରିକରଙ୍କ ଐତିହାସିକ ଡ୍ରାମା ପାନିପତରେ କ୍ରିତି ସାନନ୍‌ ଏବଂ ସଞ୍ଜୟ ଦତ୍ତଙ୍କ ସହ ଅଭିନୟ କରୁଥିବା ବେଳେ ୟଶରାଜ ବ୍ୟାନର୍ସରେ ସନ୍ଦୀପ ଔର ପିଙ୍କି ଫରାର୍‌ରେ ପରିଣୀତି ଚୋପ୍ରାଙ୍କ ସହିତ ନଜର ଆସିବେ। ଏହି ଫିିଲ୍ମରେ ପଙ୍କଜ ତ୍ରୀପାଠି, ନୀନା ଗୁପ୍ତା ଏବଂ ଶଳିବା ଚଢ୍ଢା  ପ୍ରମୁଖ ଭୂମିକାରେ ନଜର ଆସିବେ।

Related posts