
ନୂଆଦିଲ୍ଲୀ: ପଞ୍ଜାବ କ୍ୟାବିନେଟ ମନ୍ତ୍ରୀ ରଜିଆ ସୁଲତାନା ଇସ୍ତଫା ଦେଇଛନ୍ତି। ରଜିଆ ସୁଲତାନା ଜଳ ଯୋଗାଣ, ପରିମଳ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପାଇଥିଲେ। କିଛି ଭୁଲ ଘଟିବ ବୋଲି ସମସ୍ତେ ଜାଣିଥିଲେ ବୋଲି ସେ କହିଛନ୍ତି। ନବଜୋତ ସିଂ ସିଦ୍ଧୁ ଜଣେ ଭଲ ବ୍ୟକ୍ତି। ତାଙ୍କର କୌଣସି ଲୋଭ ନାହିଁ। ସେ ପଞ୍ଜାବ ଏବଂ ପଞ୍ଜାବ ଲୋକଙ୍କ ପାଇଁ ଲଢୁଛନ୍ତି। ରଜିଆ ସୁଲତାନା ହେଉଛନ୍ତି ନବଜୋତ ସିଂ ସିଦ୍ଧୁଙ୍କ ଉପଦେଷ୍ଟା ମହମ୍ମଦ ମୁସ୍ତାଫାଙ୍କ ପତ୍ନୀ।
ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନିଙ୍କୁ ପଠାଯାଇଥିବା ଇସ୍ତଫା ପତ୍ରରେ ରଜିଆ ସୁଲତାନା କହିଛନ୍ତି ଯେ, ନବଜୋତ ସିଂ ସିଦ୍ଧୁଙ୍କ ସମର୍ଥନରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଉଛନ୍ତି। ସେ କହିଛନ୍ତି ଯେ ସେ ଦଳର କର୍ମୀ ଭାବରେ କାର୍ଯ୍ୟ ଜାରି ରଖିବେ।