ଆଜି ବହୁ ପ୍ରତୀକ୍ଷିତ ପିପିଲି ଉପନିର୍ବାଚନ, ସକାଳ 7ଟାରୁ ଆରମ୍ଭ ହେବ ଭୋଟିଂ

Published: Sep 30, 2021, 4:55 am IST

ଭୁବନେଶ୍ବର:  ବାରମ୍ବାର ସ୍ଥଗିତ ପରେ ଆଜି ହେବ ପିପିଲି ଉପନିର୍ବାଚନ। ସେଥିପାଇଁ ନିର୍ବାଚନ ଅଧିକାରୀଙ୍କ ତରଫରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ଆଜି ସକାଳ 7ଟାରୁ ଆରମ୍ଭ ହେବ ଭୋଟିଂ। ଏହି ନିର୍ବାଚନ ମଣ୍ଡଳୀର ୩୪୮ ଗୋଟି ବୁଥ୍ କରାଯାଇଛି। ସେଥିମଧ୍ୟରୁ ୨୦୧ ଗୋଟି ବୁଥକୁ ସମ୍ବେଦନଶୀଳ ବୁଥ୍ ଭାବରେ ଚିହ୍ନଟ କରାଯାଇଛି ।

ଏହି ଉପନିର୍ବାଚନ ପାଇଁ ସମୁଦାୟ ୩୪୮ ଗୋଟି ପୁଲିଂ ପାର୍ଟି ନିୟୋଜିତ କରାଯାଇଛି। ଉପନିର୍ବାଚନ କାର୍ଯ୍ୟରେ ସମୁଦାୟ ୧୪୯୦ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଏହା ମଧ୍ୟରେ ୯୮ ଜଣ ସଂରକ୍ଷିତ କର୍ମଚାରୀ ମଧ୍ୟ ଅଛନ୍ତି । ଏତଦ୍ ବ୍ୟତୀତ ବୁଥ୍ ବାହାରେ ରହି ନିର୍ବାଚନ କାର୍ଯ୍ୟ କରିବା ନିମନ୍ତେ ଅତିରିକ୍ତ ୬୯୬ ଜଣ କର୍ମଚାରୀଙ୍କୁ ନିଯୁକ୍ତି କରାଯାଇଛି । ଏହି କର୍ମଚାରୀ ମାନେ ବିଶେଷ ଭାବରେ କୋଭିଡ ନିୟମାବଳୀ ପାଳନ ସମ୍ପର୍କରେ କାର୍ଯ୍ୟ କରିବେ।

Related posts