ପ୍ରଖ୍ୟାତ ସାହିତ୍ୟିକ ପ୍ରଫେସର ରାଜକିଶୋର ମିଶ୍ରଙ୍କ ପରଲୋକ

Published: Oct 1, 2021, 4:53 pm IST

ଭୁବନେଶ୍ବର: ପ୍ରଖ୍ୟାତ ସାହିତ୍ୟିକ ତଥା ପ୍ରଫେସର ରାଜକିଶୋର ମିଶ୍ରଙ୍କ 81 ବର୍ଷ ବୟସରେ ପରଲୋକ ଘଟିଛି। ଆଜି ସକାଳେ ତାଙ୍କର ଭୁବନେଶ୍ବରସ୍ଥିତ ବାସ ଭବନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ପ୍ରଫେସର ମିଶ୍ର ଓଡିଶା ସାହିତ୍ୟ ଏକାଡେମୀର ସଚିବ ଭାବେ କାର୍ଯ୍ୟ କରିଥିଲେ। ଏଥିସହିତ ସେ ଓଡିଶା ରିଭ୍ୟୁ ଏବଂ ଉତ୍କଳ ପ୍ରସଂଗର ସଂପାଦକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।

ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ବ୍ୟକ୍ତ କରିଛନ୍ତି। ସେହିପରି ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ମଧ୍ୟ ମିଶ୍ରଙ୍କ ବିୟୋଗରେ ଶୋକ ବ୍ୟକ୍ତ କରି ଓଡିଶା ଜଣେ ପ୍ରତିଷ୍ଠିତ ସାହିତ୍ୟିକଙ୍କୁ ହରାଇଲା ବୋଲି କହିଛନ୍ତି।

Related posts