Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଇଟିଭି ଓଡିଆ, ତରଙ୍ଗ ଏବଂ ଓଟିଭିରେ କାମ କରିଥିବା ସାମ୍ବାଦିକ ସତ୍ୟଜିତ ମହାପାତ୍ରଙ୍କ ପରଲୋକ
ଆଜିର ଖବର

ଇଟିଭି ଓଡିଆ, ତରଙ୍ଗ ଏବଂ ଓଟିଭିରେ କାମ କରିଥିବା ସାମ୍ବାଦିକ ସତ୍ୟଜିତ ମହାପାତ୍ରଙ୍କ ପରଲୋକ

October 5, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଇଟିଭି ଓଡିଆ, ତରଙ୍ଗ ଏବଂ ଓଟିଭିର ସାମ୍ବାଦିକ ସତ୍ୟଜିତ ମହାପାତ୍ରଙ୍କ କରୋନାରେ ପରଲୋକ

ଭୁବନେଶ୍ୱର: ପରଲୋକରେ ଆଉ ଜଣେ ଯୁବ ସାମ୍ବାଦିକ । କୋଭିଡରେ ସଂକ୍ରମିତ ହୋଇ ୪୪ ବର୍ଷ ବୟସରେ ଆଖି ବୁଜିଛନ୍ତି ଇଂରାଜୀ ଦୈନିକ The Common Times ର ସମ୍ପାଦକ ସତ୍ୟଜିତ ମହାପାତ୍ର । ଏକ ଘରୋଇ ହସ୍ପିଟାଲରେ ମାସେ ହେଲା ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ଗତ କିଛି ମାସ ତଳେ ସତ୍ୟଜିତ ଓ ତାଙ୍କ ପତ୍ନୀ ଭୁବନେଶ୍ବରରେ କରୋନା ଟୀକାର ଦୁଇଟି ଯାକ ଡୋଜ ନେଇଥିଲେ l ତେବେ ଉଭୟ ମାସେ ତଳେ କରୋନା ସଂକ୍ରମିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ନିକଟରେ ତାଙ୍କ ସ୍ତ୍ରୀ ମଧ୍ୟ କୋଭିଡରୁ ସୁସ୍ଥ ହୋଇ ଡାକ୍ତରଖାନାରୁ ଘରକୁ ଫେରିଥିଲେ।ମାତ୍ର ସତ୍ୟଜିତଙ୍କ ସ୍ୱାସ୍ଥ୍ୟରେ ଅବନତି ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସତ୍ୟଜିତଙ୍କ ଫୁସଫୁସ ଅଧିକ ଆକ୍ରାନ୍ତ ହୋଇଥିବାରୁ ପରେ ତାଙ୍କୁ ଭେଣ୍ଟିଲେଟରରେ ରଖି ଚିକିତ୍ସା କରାଯାଉଥିଲା l ତେବେ ଡାକ୍ତର ନର୍ସଙ୍କ ସମସ୍ତ ଚେଷ୍ଟା ଆଜି ବିଫଳ ହୋଇଥିଲା।

ଭୁବନେଶ୍ୱରରୁ ପ୍ରକାଶିତ ‘ଦ କମନ ଟାଇମ୍ସ’ ଇଂରାଜୀ ଖବରକାଗଜର ସମ୍ପାଦକ ଭାବରେ କାର୍ଯ୍ୟ କରୁଥିଲେ ସତ୍ୟଜିତ। ଏହା ପୂର୍ବରୁ ସେ ଇଟିଭି ଓଡିଆର ପ୍ରୋଗାମିଂରେ ଦୀର୍ଘବର୍ଷ ଧରି କାର୍ଯ୍ୟ କରୁଥିଲେ। ପରେ 92.7 ବିଗ୍ ଏଫ୍ଏମ ଓ ତରଙ୍ଗ ଟିଭିର ପ୍ରୋଗ୍ରାମିଂ ମୁଖ୍ୟ ଥିଲେ। ତାଙ୍କ ସମୟରେ 92.7 ବିଗ୍ ଏଫ୍ଏମ ବେଶ୍ ଲୋକପ୍ରିୟ ହୋଇପାରିଥିଲା l

ତରଙ୍ଗ ଟିଭିରେ ଅନେକ ପ୍ରୋଗ୍ରାମ ର ସୂତ୍ରଧର ଥିଲେ ସତ୍ୟଜିତ। ଏହା ପୂର୍ବରୁ ଓଟିଭି ରେ ପ୍ରୋଗ୍ରାମ ପ୍ରଡ୍ୟୁସର ଭାବେ କାମ କରିଥିଲେ। ଓଟିଭିରେ ପ୍ରସାରିତ ହେଉଥିବା ‘ଦ ଗ୍ରେଟ ଓଡିଶା ପଲିଟିକାଲ ସର୍କସର’ ପ୍ରଡ୍ୟୁସର ଭାବରେ ତାଙ୍କର ସୁଖ୍ୟାତି ରହିଥିଲା। ୨୦୦୮ରୁ ୨୦୧୫ ଯାଏ ସେ ଏହି ଲୋକପ୍ରିୟ କାର୍ଯ୍ୟକ୍ରମର ପ୍ରଯୋଜକ ଥିଲେ। ସତ୍ୟଜିତ ପ୍ରାୟ ଦୁଇ ଦଶନ୍ଧି ଧରି ସାମ୍ବାଦିକତା କରିଥିବା ସତ୍ୟଜିତ ପ୍ରୋଗ୍ରାମିଂ କ୍ଷେତ୍ରରେ ତାଙ୍କର ନୂୂଆ ନୂଆ ଚିନ୍ତାଧାରା ପାଇଁ ବେଶ ପରିଚିତ ଥିଲେ । ଓଟିଭି ପୂର୍ବରୁ ଇଟିଭିରେ ମଧ୍ୟ ସେ ଆସିଷ୍ଟାଣ୍ଟ ପ୍ରଡ୍ୟୁସର ଭାବରେ କିଛି ବର୍ଷ କାମ କରିଥିଲେ।

ସତ୍ୟଜିତଙ୍କ ଦେହାନ୍ତରେ ସାମ୍ବାଦିକ ଜଗତ ଓ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

କଟକ ଏସସିବି ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ, କହିଲେ….

March 16, 2026

କଟକ ମେଡିକାଲ ଅଗ୍ନିକାଣ୍ଡ ଘଟଣା, ମୃତକଙ୍କ ପରିବାର ବର୍ଗଙ୍କୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା

March 16, 2026

କଟକ ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ମୃତ, ସଂଖ୍ୟା ବଢିବା ଆଶଙ୍କା

March 16, 2026

ଓଡ଼ିଶା ଓମେନ୍ ଇନ୍ ମିଡିଆର ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

March 16, 2026
Latest News

କଟକ ଏସସିବି ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ, କହିଲେ….

March 16, 2026

କଟକ ମେଡିକାଲ ଅଗ୍ନିକାଣ୍ଡ ଘଟଣା, ମୃତକଙ୍କ ପରିବାର ବର୍ଗଙ୍କୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା

March 16, 2026

କଟକ ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ମୃତ, ସଂଖ୍ୟା ବଢିବା ଆଶଙ୍କା

March 16, 2026

ଆଫଗାନିସ୍ତାନ ଉପରେ ପାକିସ୍ତାନୀର ବିମାନ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

March 16, 2026

ଓଡ଼ିଶା ଓମେନ୍ ଇନ୍ ମିଡିଆର ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.