Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରନ୍ଧନ ଗ୍ୟାସ୍ ଓ ପେଟ୍ରୋଲ, ଡ଼ିଜେଲ ଦର ବୃଦ୍ଧିକୁ ସମାଜବାଦୀ ପାର୍ଟିର ନିନ୍ଦା
ଆଜିର ଖବର

ରନ୍ଧନ ଗ୍ୟାସ୍ ଓ ପେଟ୍ରୋଲ, ଡ଼ିଜେଲ ଦର ବୃଦ୍ଧିକୁ ସମାଜବାଦୀ ପାର୍ଟିର ନିନ୍ଦା

October 6, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆଚ୍ଛା ଦିନର ପ୍ରତିଶ୍ରୁତି ଦେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମହାଳାୟା’ ଭଳି ଏକ ଆଚ୍ଛାଦିନର ସୁଯୋଗ ନେଇ ଆଜି ପୁଣି ଦେଶର ସାଧାରଣ ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ ଓ ଗରିବ ଲୋକଙ୍କ ଉପରେ ଦରଦାମ ବୃଦ୍ଧିର ବୋଝ ଲଦି ଦେଇଛନ୍ତି। ଆଜି ପେଟ୍ରୋଲ ୩୦ ପଇସା ମହାଙ୍ଗା ହୋଇଥିବା ବେଳେ ଡ଼ିଜେଲ ୩୫ ପାଇସା ମହଙ୍ଗା ହୋଇଛି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଆଜି ୧୦୩ ଟଙ୍କା ୮୩ ପଇସାରେ ପହଞ୍ôଚ ଥିଲାବେଳେ ଡ଼ିଜେଲ ୯୯ ଟଙ୍କା ୭୨ ପଇସାରେ ପହଞ୍ଚିଛି। କିନ୍ତୁ ସେତିିକିରେ ଖାଉଟିଙ୍କୁ ଶୋଷଣ କରିବାର ଶୋଷ ମୋଦି ସରକାରଙ୍କ ମେଣ୍ଟିନାହିଁ। ଅଣ ସବ୍‌ସିଡ୍‌ଯୁକ୍ତ ରନ୍ଧନ ଗ୍ୟାସ୍‌ର ସିଲିଣ୍ଡର ପିଛା ଦାମ୍ ମଧ୍ୟ ୧୫ ଟଙ୍କା ବୃଦ୍ଧି ହୋଇ ଭୁବନେଶ୍ୱରରେ ୯୨୬ରେ ପହଞ୍ଚିଛି।

ଏଠାରେ ଉଲ୍ଲେଖଥାଉକି, ବିଗତ ଏକବର୍ଷ ଭିତରେ ରନ୍ଧନ ଗ୍ୟାସ୍ ହାରାହାରି ୧୯୦ ଟଙ୍କା ବୃଦ୍ଧି ପାଇସାରିଛି ଏବଂ ସେହିଭଳି ପେଟ୍ରୋଲ ୧୮ଟଙ୍କା ୭୮ ପଇସା ଓ ଡ଼ିଜେଲ ୨୦ ଟଙ୍କା ୬ ପଇସା ବୃଦ୍ଧି ଘଟିଛି। କରୋନା ସଂକ୍ରମଣରେ ଭାରତବର୍ଷର ୧୫ ଲକ୍ଷ ଲୋକ ଜୀବିକା ହରାଇ ଥିବାବେଳେ ବନ୍ୟା, ବାତ୍ୟା, ମରୁଡ଼ି ଯୋଗୁ ଚାଷୀମାନଙ୍କର ଚାଷବାସ ଉଜୁଡ଼ି ଯାଇଥିବା ବେଳେ ମୋଦି ସରକାରଙ୍କ ପେଟ୍ରୋଲ, ଡ଼ିଜେଲ ଓ ରନ୍ଧନ ଗ୍ୟାସ୍‌ର ମୂଲ୍ୟ ବୃଦ୍ଧି ମହାଳୟା ଭେଟି ବୋଲି ସମାଜବାଦୀ ପାର୍ଟି ପକ୍ଷରୁ କୁହାଯାଇଛି। ପାର୍ଟିର ରାଜ୍ୟ କମିଟି ସଭାପତି ରବି ବେହେରା ଏକ ପ୍ରେସ୍ ବିବୃତ୍ତି ଜାରିକରି କହିଛନ୍ତି ଯେ, ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟା ବିଜେପି ଓ ଏନ୍‌ଡ଼ିଏ ସରକାରଙ୍କ ପାଇଁ ଆଗାମୀ ଦିନରେ କବର ଖୋଳିବ। ପେଟ ଆଉ ଭୋକର ଜ୍ୱାଳା ଏବଂ ବେକାରୀର ଦୁଃଖ କେନ୍ଦ୍ର ସରକାରକୁ ଗାଦିଚ୍ୟୁତ କରିବ ବୋଲି ଶ୍ରୀ ବେହେରା ଏହି ପ୍ରେସ୍ ବିଜ୍ଞପ୍ତି ଜରିଆରେ କହିଛନ୍ତି। ସମସ୍ତ ବାମ ଗଣତାନ୍ତ୍ରିକ ରାଜନୈତିକ ଦଳ ଓ ଶକ୍ତିସମୂହ ଏକାଠି ହୋଇ ସରକାରଙ୍କ ମନୋମୁଖୀ ଦରଦାମ ବୃଦ୍ଧି, ବେକାରୀ ବିରୋଧି ପଦକ୍ଷେପ ଏବଂ କୃଷକମାନଙ୍କ ଦାବି ପ୍ରତି ଅଣଦେଖା ବିରୁଦ୍ଧରେ ଦୁର୍ବାର ଗଣଆନ୍ଦୋଳନ ଗଢିତୋଳିବା ପାଇଁ ସମାଜବାଦୀ ପାର୍ଟି ପକ୍ଷରୁ ବିନମ୍ର ନିବେଦନ କରାଯାଇଛି। ମୁଦ୍ରାସ୍ଫିିତି, ଅଦ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦର ବୃଦ୍ଧି ଓ ପେଟ୍ରୋଲ, ଡ଼ିଜେଲ ଓ ରନ୍ଧନଗ୍ୟାସର କ୍ରମାଗତ ମୂଲ୍ୟ ବୃଦ୍ଧି ଦେଶର ୪୫କୋଟି ପରିବାର ପାଇଁ ଆହ୍ୱାନ ସୃଷ୍ଟି କରିଛି।

କେନ୍ଦ୍ର ସରକାର ତୁରନ୍ତ ଏହି ଦର ବୃଦ୍ଧିକୁ ନିୟନ୍ତ୍ରଣକୁ ନ ଆଣିଲେ ତେଲ ଉପରୁ ଉତ୍ପାଦନ ଶୁଳ୍କ କମାଇବା ପାଇଁ ଓ ରାଜ୍ୟ ସରକାରମାନେ ଭାଟ୍ କମାଇବା ପାଇଁ ଶ୍ରୀ ବେହେରା ଆହ୍ୱାନ ଦେଇଛନ୍ତି। ତୁରନ୍ତ ପେଟ୍ରୋଲ ଓ ଡ଼ିଜେଲକୁ ଜିଏସ୍‌ଟି ଅନ୍ତର୍ଭୁକ୍ତ କରିବା ପାଇଁ ସମାଜବାଦୀ ପାର୍ଟି ଦାବି କରିଛି। ଏହା ନହେଲେ ରାଜରାସ୍ତାରେ ଦଳ ପକ୍ଷରୁ ଦରଦାମ ବିରୁଦ୍ଧରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଶ୍ରୀ ବେହେରା ଏହି ପ୍ରେସ୍ ବିବୃତ୍ତିରେ ସତର୍କ କରାଇ ଦେଇଛନ୍ତି।

ଡିଜେଲ ଦର ବୃଦ୍ଧି ପେଟ୍ରୋଲ ରନ୍ଧନ ଗ୍ୟାସ୍ ସମାଜବାଦୀ ପାର୍ଟି
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026
Latest News

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.