
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୫୯୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।
ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୬୭, କଟକରୁ ୫୩, ବାଲେଶ୍ବରରୁ ୪୭, ମୟୂରଭଞ୍ଜରୁ ୩୧, ଯାଜପୁରରୁ ୨୮, ଜଗତସିଂହପୁରରୁ ୨୩, ପୁରୀରୁ ୨୧, ଢେଙ୍କାନାଳରୁ ୧୬, ସମ୍ବଲପୁରରୁ ୧୧, ଅନୁଗୁଳରୁ ୭, ବଲାଙ୍ଗୀରିରୁ ୬, ଗଞ୍ଜାମରୁ ୪, କେନ୍ଦ୍ରାପଡାରୁ ୪, କେନ୍ଦୁଝରରୁ ୪, ରାୟଗଡାରୁ ୪, ଦେବଗଡରୁ ୩, କୋରାପୁଟରୁ ୩, ସୁନ୍ଦରଗଡରୁ ୩, ବରଗଡରୁ ୨, କନ୍ଧମାଳରୁ ୨, ଝାରସୁଗୁଡାରୁ ୧, କଳାହାଣ୍ଡିରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୫୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୧୭ ହଜାର ୭୧୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୦ ହଜାର ୫୧୮ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪ ହଜାର ୫୧୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୨୩୮ କୁ ବୃଦ୍ଧି ହୋଇଛି।