
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୪୩୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।
ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୯୨, କଟକରୁ ୫୦, ଜଗତସିଂହପୁରରୁ ୨୬, ବାଲେଶ୍ବରରୁ ୨୧, ଯାଜପୁରରୁ ୧୬, ପୁରୀରୁ ୧୫, ସମ୍ବଲପୁରରୁ ୧୪, ମୟୂରଭଞ୍ଜରୁ ୧୩, ଢେଙ୍କାନାଳରୁ ୧୨, କେନ୍ଦ୍ରାପଡାରୁ ୮, ଝାରସୁଗୁଡାରୁ ୫, ଗଞ୍ଜାମରୁ ୪, ଦେବଗଡରୁ ୩, ନୟାଗଡରୁ ୩, ସୁନ୍ଦରଗଡରୁ ୩, ଅନୁଗୁଳରୁ ୨, କୋରାପୁଟରୁ ୨, ସୋନପୁରରୁ ୨, ମାଲକାନଗିରିରୁ ୧, ରାୟଗଡାରୁ ୧ ଏବଂ ଷ୍ଟେଟ ପୁଲରୁ ୪୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୧୮ ହଜାର ୭୪୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୧ ହଜାର ୬୯୬ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪ ହଜାର ୬୪୫ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୨୪୯ କୁ ବୃଦ୍ଧି ହୋଇଛି।