Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍ ହସ୍ପିଟାଲ୍‌ରେ ଆର୍ଥ୍ରାଇଟିସ୍ ରୋଗ ନିମନ୍ତେ ଅତ୍ୟାଧୁନିକ ର‌୍ୟୁମାଟୋଲୋଜି କେନ୍ଦ୍ର ପ୍ରସ୍ତାବ
ଆଜିର ଖବର

ସମ୍ ହସ୍ପିଟାଲ୍‌ରେ ଆର୍ଥ୍ରାଇଟିସ୍ ରୋଗ ନିମନ୍ତେ ଅତ୍ୟାଧୁନିକ ର‌୍ୟୁମାଟୋଲୋଜି କେନ୍ଦ୍ର ପ୍ରସ୍ତାବ

October 11, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ଫ୍ୟାକଲ୍ଟି ଅଫ୍ ମେଡିସିନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ରୋଗୀଙ୍କୁ ଉତମ ଚିକିତ୍ସା ପ୍ରଦାନ କରାଯିବା ସହ ଏ ଦିଗରେ ଗବେଷଣା କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ନିମନ୍ତେ ଏକ ଅତ୍ୟାଧୁନିକ ର‌୍ୟୁମାଟୋଲୋଜି କେନ୍ଦ୍ର ସ୍ଥାପନ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଛି।

ଓଡ଼ିଶାରେ ଚିକିତ୍ସା ଶିକ୍ଷା କ୍ଷେତ୍ରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌କୁ ପ୍ରଥମ ଅନୁଷ୍ଠାନ ଭାବେ ର‌୍ୟୁମାଟୋଲୋଜି ପାଠ୍ୟକ୍ରମରେ ଡିଏମ୍ କୋର୍ସ ଶିକ୍ଷା ପ୍ରଦାନ ନେଇ ଅନୁମତି ମିଳିଛି। ଏହା ଏକ ଗର୍ବର ବିଷୟ ବୋଲି ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ସୋମବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ପ୍ରକାଶ କରିଛନ୍ତି।

ର‌୍ୟୁାମାଟିଜମ୍ ଅର୍ଥାତ ଆଣ୍ଠୁଗଣ୍ଠି ବାତ ଏଭଳି ଏକ ରୋଗ ଯାହାକି ଅନେକ ଲୋକଙ୍କୁ ଆକ୍ରାନ୍ତ କରୁଛି। ପ୍ରତ୍ୟେକ ୧୦୦୦ ଲୋକଙ୍କ ମଧ୍ୟରୁ ୫ ରୁ ୧୦ ଜଣ ଲୋକ ଏହି ସମସ୍ୟାର ଶିକାର ହେଉଛନ୍ତି। ତେଣୁ ଏହି ରୋଗର ଚିକିତ୍ସା ଏବଂ କିଭଳି ରୋଗଗ୍ରସ୍ତ ନ ହେବେ ସେ ଦିଗରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ସୂଚନା ଦେଇଛନ୍ତି ସମ୍ ହସ୍ପିଟାଲ୍‌ର ଇମ୍ୟୁନୋଲୋଜି ଓ ର‌୍ୟୁମାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡଃ) ପ୍ରଦୀପ୍ତ ଶେଖର ପାତ୍ର।

ଅକ୍ଟୋବର ୧୨ ତାରିଖ ବିଶ୍ୱ ଆର୍ଥ୍ରାଇଟିସ୍ ଦିବସ ପରିପ୍ରେକ୍ଷୀରେ ସମ୍ ହସ୍ପିଟାଲ୍‌ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ପ୍ରଫେସର ପାତ୍ର। ପ୍ରଫେସର ସାମନ୍ତସିଂହାର ଓ ପ୍ରଫେସର ପାତ୍ର ମିଳିତ ଭାବରେ ଏହି ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସମ୍ବୋଧନ କରିଥିଲେ। କୋଭିଡ ମହାମାରୀ ଆରମ୍ଭ ହେବା ପରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ସରକାରଙ୍କ ସହଭାଗିତାରେ ୫ଟି କୋଭିଡ ହସ୍ପିଟାଲ୍‌
ପରିଚାଳନା କରୁଥିବା ବେଳେ ପ୍ରଫେସର ପାତ୍ରଙ୍କୁ ଏହି କୋଭିଡ ଯୁଦ୍ଧର ଆଗଧାଡିର ପ୍ରମୁଖ ଯୋଦ୍ଧା ବୋଲି ଅଭିହିତ କରି ପ୍ରଫେସର ସାମନ୍ତସିଂହାର ପ୍ରଶଂସା କରିଛନ୍ତି।

ଲକ୍ଷେ୍ନା÷ ସ୍ଥିତ ସଞ୍ଜୟଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍‌, ଯେଉଁଠାରେ କି ର‌୍ୟୁମାଟଏଡ୍ ଆର୍ଥ୍ରାଇଟିସ୍‌ ନିମନ୍ତେ ଅତ୍ୟାଧୁନିକ ଚିକିତ୍ସା ଉପଲବ୍ଧ, ସେଠାରୁ ପ୍ରଫେସର ପାତ୍ର ଶିକ୍ଷା ଗ୍ରହଣ କରିଥିବା ବେଳେ ସମାନ ଢାଂଚାରେ ସମ୍‌ ହସ୍ପିଟାଲ୍‌ର ର‌୍ୟୁମାଟୋଲୋଜି କେନ୍ଦ୍ର ଆରମ୍ଭ କରାଯିବ ବୋଲି ସେ କହିଛନ୍ତି।

ସମ ହସ୍ପିଟାଲ୍‌ର ଇମ୍ୟୁନୋଲୋଜି ଓ ର‌୍ୟୁମାଟୋଲୋଜି ବିଭାଗ ଓଡ଼ିଶାରେ ର‌୍ୟୁମାଟେଡ୍  ଆର୍ଥ୍ରାଇଟିସ୍‌ର ଚିକିତ୍ସା ନିମନ୍ତେ ଏକ ଆଗଧାଡିର କେନ୍ଦ୍ର ଭାବେ ଉଭା ହୋଇଥିବା ବେଳେ ରୋଗୀମାନଙ୍କୁ ଖୁବ୍ କମ୍ ମୂଲ୍ୟରେ ଉତମମାନର ଚିକିତ୍ସା ପ୍ରଦାନ କରାଯାଉଛି। ଆମ ହସ୍ପିଟାଲରେ ଉଚ୍ଚ ଶିକ୍ଷିତ ଡାକ୍ତର ଏବଂ ଅତ୍ୟାଧୁନିକ ଚିକିତ୍ସା ଉପକରଣ ଉପଲବ୍ଧ ବୋଲି ପ୍ରଫେସର ପାତ୍ର କହିଛନ୍ତ ।

ର‌୍ୟୁମାଟୋଲୋଜି ବିଭାଗରେ ଖୋଲିଥିବା “ଇମ୍ୟୁନୋଲୋଜି ଓ ଅଟୋଆଂଟିବଡି” ଲ୍ୟାବ୍ ରୋଗୀମାନଙ୍କୁ ସୁଲଭ ଦରରେ ଗୁଣାତ୍ମକ ରକ୍ତ ପରୀକ୍ଷା ଉପଲବ୍ଧ କରାଇବାରେ ସକ୍ଷମ ହେଉଛି। ପୂର୍ବରୁ ଏହି ରକ୍ତ ପରୀକ୍ଷା ନିମନ୍ତେ ରୋଗୀମାନଙ୍କର ରକ୍ତନମୁନା ରାଜ୍ୟ ବାହାରକୁ ପଠାଯାଉଥିଲା ଓ ଏଥିପାଇଁ ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡୁଥିଲା ବୋଲି ସେ କହିଛନ୍ତି। ର‌୍ୟୁମାଟଏଡ୍ ଆର୍ଥ୍ରାଇଟିସ୍ ରୋଗ ହେଉଛି ଶରୀରର ଗଣ୍ଠିଗୁଡିକରେ ସୃଷ୍ଟି ହେଉଥିବା ରୋଗ ଯେଉଁଥି ପାଇଁ ଦୀର୍ଘଦିନ ଧରି ଜଣେ ପ୍ରଶିକ୍ଷିତ ର‌୍ୟୁମାଟୋଲୋଜିଷ୍ଟଙ୍କ ଠାରୁ ଚିକିତ୍ସା କରାଇବା ଆବଶ୍ୟ ।

କିନ୍ତୁ ସଚେତନତାର ଅଭାବ ଯୋଗୁଁ ରୋଗୀମାନେ ଉପଯୁକ୍ତ ଚିକିତ୍ସା ପାଇପାରୁ ନାହାନ୍ତି ଏବଂ କୌଣସି ସୁଫଳ ମିଳିପାରୁ ନାହିଁ ବୋଲି ସେ କହିଛନ୍ତି। ସମ୍ ହସ୍ପିଟାଲ ର‌୍ୟୁମାଟୋଲୋଜି ଓ.ପି.ଡି ରେ ଥିବା ମସ୍କୁଲୋସ୍କେଲିଟାଲ୍ ଅଲ୍ଟ୍ରାସାଉଣ୍ଡ ଦ୍ୱାରା ଡାକ୍ତରମାନେ ଗଣ୍ଠିବାତ ରୋଗ ଚିକିତ୍ସା ଯୋଗାଇ ପାରୁଛନ୍ତି।

ଏତଦ୍ ବ୍ୟତୀତ ଅନ୍ୟ ସୁବିଧା ଯେପରିକି ରିହାବିଲିଟେସନ୍ ଥେରାପି, ଫିଜିଓଥେରାପି, ଅକ୍ୟୁପେସ୍‌ନାଲ ଥେରାପି ଆଦି ଗୋଟିଏ ଛାତତଳେ ମିଳିପାରୁଥିବାରୁ ସମ୍ ହସ୍ପିଟାଲ୍‌ରେ ର‌୍ୟୁମାଟୋଲୋଜି ବିଭାଗ ଏବେ ରାଜ୍ୟରେ ଥିବା ଗଣ୍ଠିବାତ ରୋଗୀମାନଙ୍କ ପାଇଁ ଭରସା ପାଲଟିଛି।

ଗଣ୍ଠିବାତ ରୋଗ ଗଣ୍ଠିରେ ପ୍ରଦାହ ଘଟି ପାଣିରେ ଜମିବା ଯୋଗୁଁ ହୋଇଥାଏ ଓ ଏହା ଯେକୌଣସି ବୟସରେ ଏପରିକି ପିଲାମାନଙ୍କ କ୍ଷେତ୍ରରେ ମଧ୍ୟରେ ଦେଖାଦେଇଥାଏ। ବୃଦ୍ଧ ବୟସରେ ଆଣ୍ଠୁ ଯନ୍ତ୍ରଣାକୁ ଅଷ୍ଟୋଆର୍ଥ୍ରାଇଟିସ୍ କୁହାଯାଏ ଯାହାକି କାଟି ର୍ଲେଜ ବା କୋମଳାସ୍ଥି କ୍ଷୟ ଯୋଗୁଁ ଘଟିଥାଏ। ଏହା ଏକ ସଂକ୍ରାମକ ରୋଗ ନୁହେଁ। ପ୍ରାୟ ୧୦୦ ରୁ ଅଧିକ ପ୍ରକାରର ଆର୍ଥ୍ରାଇଟିସ୍ ଉଭୟ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ଦେଖାଯାଇଥାଏ।

ତେବେ ମହିଳାମାନଙ୍କ କ୍ଷେତ୍ରରେ ର‌୍ୟୁମାଟଏଡ୍ ଆର୍ଥ୍ରାଇଟିସ୍ ସମସ୍ୟା ଅଧିକ
ଦେଖାଦେଇଥାଏ। ତେଣୁ ଧୂମ୍ରପାନ, ମଦ୍ୟପାନ, ଜଙ୍କଫୁଡ୍ ତ୍ୟାଗ କରିବା ସହ ମେଦବହୁଳତା ସମସ୍ୟାକୁ ମଧ୍ୟ ଦୂରେଇ ରଖିବା ରଖିବା ଉଚିତ୍ ବୋଲି ପ୍ରଫେସର ପାତ୍ର କହିଛନ୍ତି। ଆର୍ଥ୍ରାଇଟିସ୍ ରୋଗ କ୍ଷେତ୍ରରେ ଖୁବ୍ ଶୀଘ୍ର ଚିକିତ୍ସା କରାଇନେବା ଉଚିତ୍ କାରଣ ଏହି ରୋଗ ପୁରୁଣା ହେଲେ ଚିକିତ୍ସାର ସୁଫଳ ମିଳି ନଥାଏ।

ସମ୍ ହସ୍ପିଟାଲ୍
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମାର୍ଚ୍ଚ ୩୦ ତାରିଖ ସୋମବାରରେ କେଉଁ ରାଶି ଉପରେ କଣ ରହିଛି ପ୍ରଭାବ, ଜାଣନ୍ତୁ ରାଶିଫଳ

March 30, 2026

ବିଜେପିରେ କାହିଁକି ଯୋଗ ଦେଉଛନ୍ତି କଂଗ୍ରେସ ନେତା?: କାରଣ କହିଲେ ରାହୁଲ ଗାନ୍ଧୀଙ୍କ ସହଯୋଗୀ

March 29, 2026

ଆସନ୍ତା ୩ ଯାଏଁ ଜାରି ରହିବ କାଳବୈଶାଖୀ ପ୍ରକୋପ: ଏହି ଜିଲ୍ଲାଗୁଡିକରେ ବଜ୍ରପାତ ସହ ବର୍ଷା ଆଶଙ୍କା

March 29, 2026

ଆଜି ଆଇପିଏଲ ରେ ମୁମ୍ବାଇ ଏବଂ କୋଲକାତା ମଧ୍ୟରେ ମ୍ୟାଚ୍: ଜାଣନ୍ତୁ ପ୍ଲେଇଂ ଇଲେଭେନ

March 29, 2026
Latest News

ଭାରତ ଅଭିମୁଖେ ଆସୁଛି ୯୪,୦୦୦ ମେଟ୍ରିକ୍‌ ଟନ ବିଶିଷ୍ଟ ଦୁଇଟି ଏଲପିଜି ଜାହାଜ 

March 30, 2026

ଆଜି ମାର୍ଚ୍ଚ ୩୦ ତାରିଖ ସୋମବାରରେ କେଉଁ ରାଶି ଉପରେ କଣ ରହିଛି ପ୍ରଭାବ, ଜାଣନ୍ତୁ ରାଶିଫଳ

March 30, 2026

PM Maan Ki Baat: ବିଶ୍ବର ଯୁଦ୍ଧ ପରିସ୍ଥିତିକୁ ମୁକାବିଲା କରିବାକୁ ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

March 29, 2026

ବିଜେପିରେ କାହିଁକି ଯୋଗ ଦେଉଛନ୍ତି କଂଗ୍ରେସ ନେତା?: କାରଣ କହିଲେ ରାହୁଲ ଗାନ୍ଧୀଙ୍କ ସହଯୋଗୀ

March 29, 2026

ଆସନ୍ତା ୩ ଯାଏଁ ଜାରି ରହିବ କାଳବୈଶାଖୀ ପ୍ରକୋପ: ଏହି ଜିଲ୍ଲାଗୁଡିକରେ ବଜ୍ରପାତ ସହ ବର୍ଷା ଆଶଙ୍କା

March 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.