Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କାଳୁପଡା ଘାଟ: ମାନସିକ ବିକାରଗ୍ରସ୍ତ ରେଳ ଯାତ୍ରୀକୁ ଉଦ୍ଧାର କରିବା ଲାଗି ନାକେଦମ୍ ହେଲା ଅଗ୍ନିଶମ ବାହିନୀ
ଆଜିର ଖବର

କାଳୁପଡା ଘାଟ: ମାନସିକ ବିକାରଗ୍ରସ୍ତ ରେଳ ଯାତ୍ରୀକୁ ଉଦ୍ଧାର କରିବା ଲାଗି ନାକେଦମ୍ ହେଲା ଅଗ୍ନିଶମ ବାହିନୀ

October 13, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

କାଳୁପଡା: ଖୋର୍ଦ୍ଧା ଜିଲ୍ଲା କାଳୁପଡା ଘାଟ ରେଳ ଷ୍ଟେସନରେ ଏକ ଅଭାବନିୟ ଘଟଣା ଘଟିଯାଇଛି। ଜଣେ ମାନସିକ ବିକାରଗ୍ରସ୍ତ ଯାତ୍ରୀକୁ ଟ୍ରେନ ବଗି ଉପରୁ ଉଦ୍ଧାର କରିବା ପାଇଁ ନାକେଦମ ହୋଇଛି ଟାଙ୍ଗୀ ଅଗ୍ନୀଶମ ବାହିନୀ।

ସୂଚନା ଅନୁଯାୟୀ, ଆସାମର ଜଣେ ଯୁବକ ଟ୍ରେନ୍ ରେ ହାଓଡା ଯାତ୍ରା କରୁଥିଲେ। କିନ୍ତୁ ଟ୍ରେନଟି କୌଣସି କାରଣରୁ କାଳୁପଡା ଘାଟ ଷ୍ଟେସନରେ ଧିମା ହୋଇଯାଇଥିଲା। ଫଳରେ ଆସାମର ଯୁବକ ଜଣଙ୍କ ଗାଡିରୁ ଓହ୍ଲାଇ ଷ୍ଟେସନରେ ଏଣେ ତେଣେ ବୁଲିବାକୁ ଲାଗିଥିଲେ। କିନ୍ତୁ ପରେ ଷ୍ଟେସନରେ ଛିଡା ହୋଇଥିବା ଏକ କୋଇଲା ବୋଝେଇ ବଗି ଉପରକୁ ଯୁବକଜଣଙ୍କ ହଠାତ ଚଢି ଯାଇଥିଲେ ଏବଂ ଉଚ୍ଚ ଵିଦ୍ୟୁତ୍ ସଂପନ୍ନ ତାରକୁ ଧରିବାକୁ ଚେଷ୍ଟା କରିଥିଲା। ସୌଭାଗ୍ୟ ବଶତଃ ବିଦ୍ୟୁତ୍ ପ୍ରବାହ ବନ୍ଦ ଥିବାରୁ ଯୁବକ ଜଣଙ୍କ ରକ୍ଷା ପାଇ ଯାଇଥିଲେ।

ଖବର ପାଇ ଟାଙ୍ଗୀ ଅଗ୍ନୀଶମ ବାହିନୀ ଘଟଣା ସ୍ଥଳରେ ପହଂଚି ଯୁବକ ଜଣଙ୍କୁ ଉଦ୍ଧାର କରି ଟାଙ୍ଗୀ ସରକାରୀ ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତି କରିଥିଲେ। ସେଠାରେ ଯୁବକ ଜଣକ ତାଙ୍କର ପରିଚୟ ପ୍ରକାଶ କରିଥିଲେ। ତାଙ୍କର ନାମ ମାନୁଜ୍ ଭୁମିଜ୍ ଏବଂ ଘର ଆସାମ ପ୍ରଦେଶରେ ବୋଲି ପ୍ରକାଶ କରିଥିଲେ। ହେଲେ ଯୁବକ ଜଣକ ମାନସିକ ବିକୃତ ଥିବାରୁ ସ୍ଥାନୀୟ ପ୍ରଶାସନ ପାଇଁ ସମସ୍ୟା ସୃଷ୍ଟି କରିଥିଲା।

ଖବର ପାଇ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ପ୍ରବକ୍ତା ସରୋଜ କୁମାର ପାଇକରାୟ, ସାମ୍ବାଦିକ ଅନନ୍ତ କୁମାର ପ୍ରଧାନ, ରାକେଶ ମହାନ୍ତି ପ୍ରମୁଖ ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ମାନସିକ ଅଗ୍ରସର ପ୍ରତିଷ୍ଠାନ ପିପୁଲସ୍ ଫୋରମ ସହ ଯୋଗା ଯୋଗ କରିଥିଲେ। ପିପୁଲସ୍ ଫୋରମ୍ ର ମୁଖ୍ୟ ସଂଜୟ କୁମାର ପଟ୍ଟନାୟକଙ୍କ ନିର୍ଦ୍ଧେଶକ୍ରମେ ଏକ ଉଦ୍ଧାର କାରୀ ଦଳ ଟାଙ୍ଗୀ ମେଡିକାଲରେ ପହଂଚି ମାନସିକ ଅନଗ୍ରସର ଯୁବକଙ୍କୁ ନିଜ ହେପାଜତକୁ ନେଇଥିଲେ।

ଏହି ଉଦ୍ଧାର କାର୍ଯ୍ୟରେ ଟାଙ୍ଗୀ ଥାନା ଆଇଆଇସି ବିଜୟ କୁମାର ମଲିକ, ବାଲୁଗାଁ ରେଳ ସୁରକ୍ଷା ବଳ ସଵ ଇନସପେକ୍ଟର ପ୍ରକାଶ ଚନ୍ଦ୍ର ଦାସ ସାମିଲ ହୋଇଥିଲେ। ପୋଲିସ୍ ର ଏଭଳି କାର୍ଯ୍ୟକୁ ସାଧାରଣ ଲୋକେ ଭୁରି ଭୁରି ପ୍ରଶଂସା କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତର ନବସୃଜନ ଯାତ୍ରା ଉପରେ ନୀତି ଆୟୋଗର ରିପୋର୍ଟ ଉନ୍ମୋଚିତ

September 24, 2025

ଅକ୍ଟୋବର ୨ ରୁ ସ୍ଵତନ୍ତ୍ର ଅଭିଯାନ “ଆମ ସଂକଳ୍ପ – ନିଶା ନୁହେଁ ଜୀବନ” ଓ “ନିଶା ମୁକ୍ତ ଭୁବନେଶ୍ୱର”

September 24, 2025

୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

September 24, 2025

ଆଜି ସେପ୍ଟେମ୍ବର ୨୪ ତାରିଖ ବୁଧବାରରେ ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭ ଖବର

September 24, 2025
Latest News

ଭାରତର ନବସୃଜନ ଯାତ୍ରା ଉପରେ ନୀତି ଆୟୋଗର ରିପୋର୍ଟ ଉନ୍ମୋଚିତ

September 24, 2025

ଅକ୍ଟୋବର ୨ ରୁ ସ୍ଵତନ୍ତ୍ର ଅଭିଯାନ “ଆମ ସଂକଳ୍ପ – ନିଶା ନୁହେଁ ଜୀବନ” ଓ “ନିଶା ମୁକ୍ତ ଭୁବନେଶ୍ୱର”

September 24, 2025

୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

September 24, 2025

ଆଜି ସେପ୍ଟେମ୍ବର ୨୪ ତାରିଖ ବୁଧବାରରେ ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭ ଖବର

September 24, 2025

କାଲୋଲ ପୌରପାଳିକାରେ ୧୪୪ କୋଟି ମୂଲ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ

September 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.