
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୫୬୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।
ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୭୯, କଟକରୁ ୬୯, ଯାଜପୁରରୁ ୨୪, ମୟୂରଭଞ୍ଜରୁ ୨୨, ଜଗତସିଂହପୁରରୁ ୧୯, କେନ୍ଦ୍ରାପଡାରୁ ୧୪, ପୁରୀରୁ ୧୨, ବାଲେଶ୍ବରରୁ ୧୧, ସମ୍ବଲପୁରରୁ ୭, ଢେଙ୍କାନାଳରୁ ୬, ସୁନ୍ଦରଗଡରୁ ୬, ଗଞ୍ଜାମରୁ ୪, କୋରାପୁଟରୁ ୪, ଭଦ୍ରକରୁ ୩, ନୟାଗଡରୁ ୩, ରାୟଗଡାରୁ ୩, ବରଗଡରୁ ୨, ଝାରସୁଗୁଡାରୁ ୨, ଅନୁଗୁଳରୁ ୧, ବୌଦ୍ଧରୁ ୧, କଳାହାଣ୍ଡିରୁ ୧, କେନ୍ଦୁଝରରୁ ୧, ମାଲକାନଗିରିରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୬୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୨୧ ହଜାର ୭୪୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୪ ହଜାର ୬୩୪ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪ ହଜାର ୫୫୭ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୨୮୨ କୁ ବୃଦ୍ଧି ହୋଇଛି।