ଅଚ୍ୟୁତଙ୍କ ପାଇଁ ଭୋଟ୍‌ ମାଗିବା ନେଇ ବିବାଦରେ ଦୂତୀ

Published: Apr 17, 2019, 2:38 pm IST

ନିର୍ବାଚନ କମିଶନଙ୍କ ଆମ୍ବାସଡର ତଥା ଆଥ୍‌ଲେଟ୍‌ ଦୂତୀ ଚାନ୍ଦଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ସେ ବିଜେଡିର କନ୍ଧମାଳ ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ପାଇଁ ପ୍ରଚାର କରୁଥିବା ଅଭିଯୋଗ ହୋଇଛି। ସୋସିଆଲ୍‌ ମିଡିଆରେ ସେ ଅଚ୍ୟୁତ ସାମନ୍ତଙ୍କ ପାଇଁ ଭୋଟ୍ ମାଗୁଥିବା ଅଭିଯୋଗ କରିଛି ବିଜେପି। କେବଳ ନିର୍ବାଚନ କମିଶନ୍‌ଙ୍କ ଆମ୍ବାସଡର ନୁହେଁ, ଦୂତୀ ଜଣେ ସରକାରୀ କର୍ମଚାରୀ ଭାବେ ମଧ୍ୟ କାର୍ଯ୍ୟରତ। ତେଣୁ ଏହା ଆଦର୍ଶ ଆଚରଣ ବିଧିର ଖୋଲା ଉଲ୍ଲଂଘନ ବୋଲି ଅଭିଯୋଗ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଅଭିଯୋଗର ଯାଞ୍ଚ କରାଯାଇ ଉଚିତ୍‌ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଏହି ଅଭିଯୋଗରେ ଦୂତୀ କହିଛନ୍ତି ଯେ, ସେ ଅଚ୍ୟୁତ ସାମନ୍ତଙ୍କ ସହ ଫଟୋ ସେୟାର ଓ ମେସେଜ କରି ତାଙ୍କୁ ଜିତାଇବାକୁ କହିନାହାନ୍ତି, ବରଂ ଭୋଟ୍‌ ଦେବାକୁ ଅନୁରୋଧ କରିଛନ୍ତି। ନିର୍ବାଚନ କମିଶନଙ୍କ ଆମ୍ବାସଡ଼ର ହୋଇ ଏପରି କରିବା ଠିକ୍ ନୁହେଁ ବୋଲି ନିର୍ବାଚନ କମିଶନର କହିଛନ୍ତି।

Related posts