
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୫୩୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।
ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୩୩, କଟକରୁ ୬୭, ମୟୂରଭଞ୍ଜରୁ ୨୦, ବାଲେଶ୍ବରରୁ ୨୦, ସୁନ୍ଦରଗଡରୁ ୧୯, ଜଗତସିଂହପୁରରୁ ୧୬, ଗଜପତିରୁ ୧୩, ଯାଜପୁରରୁ ୧୩, କେନ୍ଦ୍ରାପଡାରୁ ୧୩, ପୁରୀରୁ ୧୩, ସମ୍ବଲପୁରରୁ ୯, ବଲାଙ୍ଗୀରିରୁ ୭, ଗଞ୍ଜାମରୁ ୪, ଭଦ୍ରକରୁ ୩, ଢେଙ୍କାନାଳରୁ ୩, ଅନୁଗୁଳରୁ ୨, କନ୍ଧମାଳରୁ ୨, କୋରାପୁଟରୁ ୨, ବରଗଡରୁ ୧, ଝାରସୁଗୁଡାରୁ ୧, କେନ୍ଦୁଝରରୁ ୧, ମାଲକାନଗିରିରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୫୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୨୨ ହଜାର ୭୮୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୫ ହଜାର ୪୧୭ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪ ହଜାର ୨୯୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୨୯୦ କୁ ବୃଦ୍ଧି ହୋଇଛି।