ଢେଙ୍କାନାଳରେ ଅମିତ୍‌ ଶାହା : ବିଜେପି ଆସିଲେ ୫ ବର୍ଷରେ ଓଡ଼ିଶା ରାଜ୍ୟ ଏକ ନମ୍ବର ହେବ

Published: Apr 17, 2019, 6:09 pm IST

ଢେଙ୍କାନାଳ ପଲ୍ଲିଶ୍ରୀ ପଡ଼ିଆରେ ବିଜେପି ଅଧ୍ୟକ୍ଷ ଅମିତ ଶାହ ଆଜି  ବିଜୟ ସଂକଳ୍ପ ସମାବେଶରେ ଉଦ୍‌ବୋଧନ ଦେଇଛନ୍ତି। ଏହି ଅବସରରେ ଖୋର୍ଦ୍ଧାର ବିଜେପି ନେତା ମଙ୍ଗୁଳି ଜେନା ହତ୍ୟା ପ୍ରସଙ୍ଗ ଉଠାଇ ବିଜେପି କର୍ମୀଙ୍କୁ ହତ୍ୟା କରି ଆମକୁ ଡରାଇପାରିବନି ବୋଲି କହିଛନ୍ତି ଅମିତ୍‌।  ମୋଦି ସରକାର ଗରିବଙ୍କ ପାଇଁ ବହୁ ଯୋଜନା କରିଛନ୍ତି। ଗରିବଙ୍କ ପାଇଁ କଂଗ୍ରେସ କିଛି ବି କରିନି, ନବୀନ ବାବୁ ମୋଦିଙ୍କ ଡରରେ ଆୟୁଷ୍ମାନ ଯୋଜନା ଲାଗୁ କଲେ ନାହିଁ ତଥା ଓଡ଼ିଶା ପାଇଁ କେନ୍ଦ୍ର ସରକାର ବହୁତ କାମ କରିଛନ୍ତି ବୋଲି କହିବା ସହିତ ରାଜ୍ୟର ୩୫ ପ୍ରତିଶତ ଲୋକଙ୍କ ଘରେ ପିଇବା ପାଣି ନାହିଁ  ୬୦ ବର୍ଷରେ କଂଗ୍ରେସ ସରକାର ଦେଶ ପାଇଁ କିଛି କରିନାହିଁ। ୫ ପିଢି ଯାଏଁ ରାହୁଲ ଗାନ୍ଧିଙ୍କ ସରକାର ଚାଲିଥିଲା। କିନ୍ତୁ ୫ବର୍ଷରେ ମୋଦୀ ବହୁତ କାମ କରିଛନ୍ତି। ମୋଦୀଙ୍କ ସମୟରେ ଦେଶ ସୁରକ୍ଷିତ ଅଛି। ୮କୋଟି ପରିବାରକୁ ଶୌଚାଳୟ ମିଳିଛି। ୨କୋଟି ୩୫ଲକ୍ଷ ପରିବାରକୁ ବିଜୁଳି ପହଁଚିଛି। ୫୦କୋଟି ଲୋକଙ୍କୁ ଆୟୁଷ୍ମାନ ଯୋଜନାରେ ସାମିଲ କରାଯାଇଛି। କେନ୍ଦ୍ର ସରକାର ଓଡିଶାର ବିକାଶ ପାଇଁ ଡିଏମଏଫରେ ୬୦୦୦କୋଟି, ସମ୍ବଲପୁରରେ ଆଇଆଇଏମ ଏବଂ ଭୁବନେଶ୍ୱରରେ ଆଇଆଇଟି ଆଦି କରିଛନ୍ତି। ବିଜେପି ଅଧ୍ୟକ୍ଷ ଶାହା ନବୀନଙ୍କୁ କଟାକ୍ଷ କରି କହିଛନ୍ତି ଯେ, ଦୀର୍ଘ ସମୟ ଧରି ନବୀନ ବାବୁ ଓଡ଼ିଶାରେ ଶାସନ ଚଲାଉଛନ୍ତି  କିନ୍ତୁ ଓଡିଶାର ୩୫ ପ୍ରତିଶତ ଘରେ ପିଇବା ପାଣି ନାହିଁ। ୨୦୨୨ ମଧ୍ୟରେ ଓଡିଶାର ସମସ୍ତଙ୍କ ପାଖରେ ପକ୍କା ଘର ଥିବ। ବିଜୁଳି ପହଁଚିବ। ଓଡିଶା ପ୍ରାକୃତିକ ସମ୍ପଦରେ ଭରପୁର। କିନ୍ତୁ ରାଜ୍ୟବାସୀ ଗରିବ। ରାଜ୍ୟ ସରକାର ଏହାକୁ ଠିକ୍‌ ଭାବେ ଉପଯୋଗ କରିପାରୁନାହାନ୍ତି। ବିଜେପି ସରକାର ଆସିଲେ ଖଣି ମାଫିଆଙ୍କୁ ଜେଲ ପଠାଯିବ। ଚିଟଫଣ୍ଡ ଘୋଟାଲାର ଅଭିଯୁକ୍ତଙ୍କୁ ଜେଲ ପଠାଯିବ। ମହିଳାଙ୍କ ଏସଏସଜି ଋଣ ସମାପ୍ତ ହେବ। ବିଜେପି ସରକାର ଉଭୟ କେନ୍ଦ୍ର ଏବଂ ରାଜ୍ୟରେ ହେଲେ ୫ବର୍ଷରେ ଓଡିଶା ଏକ ନମ୍ବର ରାଜ୍ୟ ହେବ ବୋଲି ଶାହା କହିଛନ୍ତି। ରାଜ୍ୟରେ ବିଜେପିକୁ ଭୋଟ ଦେବା ପାଇଁ ସେ ଜନତାଙ୍କୁ ଆହ୍ୱାନ ଦେବା ସହ ପୁଣି ଥରେ ମୋଦି ସରକାରର ଦୃଢୋକ୍ତି ପ୍ରକାଶ କରନ୍ତି ଶାହା।

Related posts