Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ଵରରେ ରହୁ ଟେକ୍ସାଟାଇଲ କମଟିର କାର୍ଯ୍ୟାଳୟ, ଓଡିଶା ଶିଳ୍ପୀ ମହାସଂଘର ଦାବୀ
ଆଜିର ଖବର

ଭୁବନେଶ୍ଵରରେ ରହୁ ଟେକ୍ସାଟାଇଲ କମଟିର କାର୍ଯ୍ୟାଳୟ, ଓଡିଶା ଶିଳ୍ପୀ ମହାସଂଘର ଦାବୀ

October 25, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରାଳୟ ଅଧୀନରେ ଥିବା ଭୁବନେଶ୍ୱରର ରିଜିଓନାଲ ଟେକ୍ସାଟାଇଲ କମିଟିର କାର୍ଯ୍ୟାଳୟକୁ କଲିକତା ଉଠାଇନେବାକୁ କେନ୍ଦ୍ରରୁ ନିର୍ଦ୍ଦେଶନାମା ଆସିଛି। ଯାହାକୁ ଦୃଢ ବିରୋଧ କରିଛି ରାଜ୍ୟ ଶିଳ୍ପୀ ଓ ବୁଣାକାରଙ୍କ ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଓଡିଶା ଶିଳ୍ପୀ ମହାସଂଘ। ଏ ସଂକ୍ରାନ୍ତରେ ଭୁବନେଶ୍ୱର ଗସ୍ତରେ ଆସିଥିବା କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରାଳୟର ସଚିବ ଉପେନ୍ଦ୍ର ପ୍ରସାଦ ସିଂହଙ୍କୁ ଆଜି ଭେଟିଛନ୍ତି ଓଡିଶା ଶିଳ୍ପୀ ମହାସଂଘର ଏକ ପ୍ରତିନିଧୀ ଦଳ।

ଏହି ସାକ୍ଷାତ ସମୟରେ ଓଡିଶା ଶିଳ୍ପୀ ମହାସଂଘ ପକ୍ଷରୁ ଭୁବନେଶ୍ୱରରେ ପୂର୍ବଭଳି ରିଜିଓନାଲ ଟେକ୍ସାଟାଇଲ କମିଟିର କାର୍ଯ୍ୟାଳୟ ପୂର୍ବ ଭଳି କାର୍ଯ୍ୟ ଜାରି ରଖୁ ବୋଲି ଏକ ଦାବୀ ପତ୍ର ସଚିବ ଶ୍ରୀ ସିଂହଙ୍କୁ ପ୍ରଦାନ କରାଯାଇଛି।

ତତସହିତ କିଛି ବର୍ଷ ହେବ କେନ୍ଦ୍ର ବସ୍ତ୍ର ମନ୍ତ୍ରାଳୟ ପକ୍ଷରୁ ବନ୍ଦ ହୋଇଯାଇଥିବା ହସ୍ତଶିଳ୍ପୀଙ୍କ ପାଇଁ ଆମ ଆଦମୀ ବୀମା ଯୋଜନା ଓ ବୁଣାକାରଙ୍କ ପାଇଁ ମହତ୍ମାଗାନ୍ଧୀ ବୁଣାକାର ବୀମା ଯୋଜନା ସହ ଉଭୟଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ଲାଗୁ କରିବାକୁ ଶିଳ୍ପୀ ମହାସଂଘ ପକ୍ଷରୁ ଅନୁରୋଧ କରାଯାଇଛି। କାରଣ କରୋନା ଭଳି ମହାମାରୀ ସମୟରେ ଆମ ରାଜ୍ୟର
କୋଡିଏରୁ ଉର୍ଦ୍ଧ ଶିଳ୍ପୀ ଓ ବୁଣାକାରଙ୍କ ଦେହାନ୍ତ ଘଟିଛି। ନା ରାଜ୍ୟ ନା କେନ୍ଦ୍ର ପକ୍ଷରୁ କୈାଣସି ସମାଜିକ ସୁରକ୍ଷା ଯୋଜନା ନଥିବାରୁ ଦେହାନ୍ତ ଘଟିଥିବା ଶିଳ୍ପୀ ଓ ବୁଣାକାରଙ୍କ ପରିବାରକୁ ଟଙ୍କାଟିଏ ବି ଆର୍ଥିକ ସହାୟତା ମିଳିପାରିନି।

ଓଡିଶା ଶିଳ୍ପୀ ମହାସଂଘ ସହ ଏହି ସାକ୍ଷାତ ସମୟରେ ସଚିବ ଶ୍ରୀ ସିଂହ ଭୁବନେଶ୍ୱରର ରିଜିଓନାଲ ଟେକ୍ସାଟାଇଲ କମିଟି ଏଠାକାର ବୁଣାକାରଙ୍କ କି କାର୍ଯ୍ୟରେ ଆସୁଛି ବୋଲି ପଚାରି ବୁଝିଥିଲେ। ଏ ସପର୍କରେ ସବିଶେଷ ଅନୁଧ୍ୟାାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ।

ଏହି ଅବସରରେ ଓଡିଶା ଶିଳ୍ପୀ ମହାସଂଘ ପକ୍ଷରୁ ଉତରିୟ ଓ ଜାତୀୟ ପୁରସ୍କାର ପ୍ରାପ୍ତ ଶିଳ୍ପୀ ସୈାଦାମିନୀ ସ୍ୱାଇଁଙ୍କ ହସ୍ତ ନିର୍ମିତ ଏକ ପଟଚିତ୍ର ପ୍ରଦାନ କରି ସଚିବ ଶ୍ରୀ ସିଂହଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସୁଦର୍ଶନ ଆର୍ଟ ଆଣ୍ଡ କ୍ରାଫ୍ଟ ଭିଲେଜ ପରିସରରେ ସଚିବଙ୍କ ସହ ଏହି ସାକ୍ଷାତ ସମୟରେ ଓଡିଶା ଶିଳ୍ପୀ ମହାସଂଘର ମୁଖ୍ୟ ଉପଦେଷ୍ଟା ପଦ୍ମବିଭୂଷଣ ସୁଦର୍ଶନ ସାହୁ, ସଭାପତି ଉଦୟ ମହାନ୍ତି, ସଂପାଦକ ପ୍ରିୟରଂଜନ କର, ସଂଗଠନ ସଂପାଦିକା ସରୋଜିନୀ ଦାସ, ଉପସଭାପତି ଶରତ ପ୍ରଧାନ ଓ ଜାତିୟ ପୁରସ୍କାର ପ୍ରାପ୍ତ ପଟଚିତ୍ର ଶିଳ୍ପୀ ସୈାଦାମିନୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ଓଡିଶା ଶିଳ୍ପୀ ମହାସଂଘ ଭୁବନେଶ୍ଵର
Share. Facebook Twitter LinkedIn Email WhatsApp Copy Link

Related Posts

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026

ଥାଇଲାଣ୍ଡରେ ଭାରତୀୟ ଶ୍ରମିକ ଅଟକ ରହିବା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି

February 23, 2026

ରୋଟାରୀ ରୟାଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୬: ରୋଟାରୀ କ୍ଲବ୍ ଅଫ୍ କଟକ ବିଜୟୀ

February 23, 2026

SIR ପରେ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲା ୯୭ ଲକ୍ଷରୁ ଅଧିକ ନାମ

February 23, 2026
Latest News

ଗାଲୁଆ ଗ୍ରାମ ପଂଚାୟତରେ ‘ପଲ୍ଲୀରେ ପ୍ରଶାସନ’ ଜନଶୁଣାଣି

February 23, 2026

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026

ଥାଇଲାଣ୍ଡରେ ଭାରତୀୟ ଶ୍ରମିକ ଅଟକ ରହିବା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି

February 23, 2026

ରୋଟାରୀ ରୟାଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୬: ରୋଟାରୀ କ୍ଲବ୍ ଅଫ୍ କଟକ ବିଜୟୀ

February 23, 2026

SIR ପରେ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲା ୯୭ ଲକ୍ଷରୁ ଅଧିକ ନାମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.