ଦୁର୍ବ୍ୟବହାର କରିଥିବା ଲୋକଙ୍କୁ କଂଗ୍ରେସରେ ସାମିଲ୍‌ କରିବା ନେଇ ଦଳକୁ ସମାଲୋଚନା କଲେ ପ୍ରିୟଙ୍କା

Published: Apr 17, 2019, 6:47 pm IST

କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ପ୍ରିୟଙ୍କା ଚର୍ତୁବେଦୀ ଆଜି ନିଜ ଦଳ ଉପରେ ପ୍ରଶ୍ନ ଉଠାଇଛନ୍ତି। ପ୍ରିୟଙ୍କା ଅଭିଯୋଗ କରିଛନ୍ତି ଯେ, କଂଗ୍ରେସରେ ଗୁଣ୍ଡାଙ୍କୁ ସାମିଲ୍‌ କରିବାକୁ ନେଇ ଦଳ ଉପରେ ଅସନ୍ତୋଷ ପ୍ରକଟ କରିଛନ୍ତି। ସେ ଏକ ଟୁଇଟ୍‌ କରି କହିଛନ୍ତି ଯେ, କଂଗ୍ରେସ ଦଳରେ ଯେଉଁମାନ ନିଜ ରକ୍ତକୁ ପାଣି କରି ଦଳ ପାଇଁ କାର୍ଯ୍ୟ କରିଛନ୍ତି, ତାଙ୍କଠାରୁ ଅଧିକ ଅଗ୍ରାଧିକାର ଗୁଣ୍ଡାମାନଙ୍କୁ ଦିଆଯାଉଛି। ଯେଉଁମାନଙ୍କ ପାଇଁ ଦଳ ଇଟା ପଥର ତଥା ଗାଳିର ସାମ୍ନା କରିଛି। ଯେଉଁ କଂଗ୍ରେସ କର୍ମୀମାନେ ତାଙ୍କ ସହ ର୍ଦୁବ୍ୟବହାର କରିଥିଲେ ସେମାନଙ୍କୁ ଦଳରେ ପୁଣି ସାମିଲ କରିବାକୁ ସେ ସମାଲୋଚନା କରିଛନ୍ତି। ଦଳର ଏହି ନିଷ୍ପତ୍ତିରେ ଦୁଃଖ ପ୍ରକାଶ କରି ଦଳ ଭିତରେ ହେଉଥିବା ଏହି ବ୍ୟବହାର ତାଙ୍କୁ ଅଧିକ କଷ୍ଟ ଦେଇଛି ବୋଲି ଟ୍ୱିଟ କରି ସୂଚନା ଦେଇଛନ୍ତି।

Related posts