ଗୁଳି କରି ପୋଲିଂ କର୍ମଚାରୀଙ୍କୁ ହତ୍ୟା କଲେ ନକ୍ସଲ

Published: Apr 17, 2019, 6:57 pm IST

ଆସନ୍ତା କାଲି ଓଡ଼ିଶାର ଦ୍ବିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ଅନୁଷ୍ଠିତ ହେବ। ଓଡ଼ିଶାର ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ଗୋଛାପଡ଼ା ଥାନା ବାରଲା ଗ୍ରାମ ନିକଟରେ ପୋଲିଂ ଡ୍ୟୁଟିରେ ମୁତୟନ ହୋଇଥିବା ‘ଗ୍ରାମ ରୋଜଗାର’ ସେବିକା ସଂଯୁକ୍ତା ଦିଗଲଙ୍କୁ ଗୁଳି କରି ହତ୍ୟା କରିଛନ୍ତି ମାଓବାଦୀ।   ସଂଯୁକ୍ତାଙ୍କ ସମେତ ୪ ଜଣ ଲୋକ ଏକ ଗାଡ଼ିରେ ଜଙ୍ଗଲୀ ରାସ୍ତାରେ ଯାଉଥିଲେ। ହଠାତ ଗାଡ଼ି ସାମ୍ନାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା। ଏହି ସମୟରେ ଲୁଚି ରହିଥିବା ନକ୍ସଲମାନେ ଗୁଳି ବର୍ଷା କରିଥିଲେ। ଫଳରେ ସଂଯୁକ୍ତାଙ୍କ ମୁଣ୍ଡରେ ଗୁଳି ବାଜିଥିଲା। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଅନ୍ୟ ୩ କର୍ମଚାରୀ ଗାଡ଼ି ସହ ପଳାଇ ଆସିଥିଲେ। ନକ୍ସଲ ପ୍ରବଣ ଅଞ୍ଚଳଗୁଡ଼ିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସତ୍ତ୍ବେ ନକ୍ସଲଙ୍କ ଏପରି ଆକ୍ରମଣ ପୋଲିସ୍‌ ପାଇଁ ଚ୍ୟାଲେଞ୍ଜିଂ ହୋଇଛି।

Related posts