Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାମରା ବନଖଣ୍ଡ: କିସିଣ୍ଡା କୁଲାଡେରା ଜଙ୍ଗଲରେ ମାଈ ହାତୀର ମୃତ୍ୟୁ
ଆଜିର ଖବର

ବାମରା ବନଖଣ୍ଡ: କିସିଣ୍ଡା କୁଲାଡେରା ଜଙ୍ଗଲରେ ମାଈ ହାତୀର ମୃତ୍ୟୁ

October 28, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: ଦିନକୁ ଦିନ ରେଢାଖୋଲ ସବ୍‌ଡିଭିଜନରେ ହାତୀ, ମଣିଷ ଲଢେଇ ବଢିବାରେ ଲାଗିଛି। କେଉଁଠି ହାତୀ ମଣିଷକୁ ମାରୁଛି ତ ଆଉ କେଉଁଠି ମଣିଷ ହାତୀକୁ ଗୁଳି କରି ମାରିବା ନିତ୍ୟ ନୈମିତକ ହୋଇଗଲାଣି। ହାତୀମାନେ ଚାଷୀମାନଙ୍କର ଫସଲ ନଷ୍ଟ କରିଦେଉଛନ୍ତି ତ କାହାର ଘର ଭାଙ୍ଗି ଛାରଖାର କରିଦେଉଛନ୍ତିି। ହାତୀ ମାନଙ୍କର ଉତ୍ପାତରେ ଏଠାକାର ଜନସାଧାରଣଙ୍କ ମନରେ କୋକୁଆ ଭୟ ଦେଖା ଦେଲାଣି।

ଗତକାଲି ନାକଟିଦେଉଳ ବ୍ଲକ୍ ବାମରା ବନଖଣ୍ଡ କିସିଣ୍ଡା କୁୁଲାଡେରା ଜଙ୍ଗଲରେ ଏକ ଅସୁସ୍ଥ ହାତୀର ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଛି। ବନବିଭାଗ ଗତକାଲି ମୃତ ହାତୀର ଶବକୁ ଠାବ କରିଥିଲେ ମଧ୍ୟ ଗଣ ମାଧ୍ୟମକୁ ସୂଚନା ଦେଇ ନ ଥିଲା। ସେଇ ଜଙ୍ଗଲରେ ବନ ବିଭାଗର ପ୍ରାୟ ୧୦ ରୁ ୧୨ ଜଣ କର୍ମଚାରୀ ମୃତ ହାତୀକୁ ଜଗି ରହିଥିଲେ। ଗତକାଲି ଡିଏଫ୍‌ଓ ଫାଲଗୁନି ସାରଥୀ ମଲ୍ଲୀକ କିସିଣ୍ଡା ରେ ରହି ହାତୀ ମୃତ୍ୟୁ କାରଣ ସଂପର୍କରେ ବିଭଗୀୟ କର୍ମଚାରୀଙ୍କ ସହ ଆଲୋଚନା କରୁଥିବାର ଖବର ହସ୍ତଗତ ହୋଇଛି।

ବେସରକାରୀ ସୂତ୍ରରୁ ଜାହା ଜଣା ପଡିଛି, କିଛି ଦିନ ହେଲା କୁଲାଡେରା ଜଙ୍ଗଲରେ ଏକ ଅଣ୍ଡିରା ହାତୀ ଅସୁସ୍ଥ ହୋଇପଡିଥିଲା। ହାତୀଟିର ଗୋଡରେ ଆଘାତ ଲାଗିଥିବା ଅନୁମାନ କରାଯାଇଥିଲା। ଅସୁସ୍ଥ ହାତୀ ପାଖକୁ ମଧ୍ୟ ବନବିଭାଗ ଯାଇଥିଲା। ଗତକାଲି ବନବିଭାଗର ରେଞର ରବିନ୍ କିସ୍‌କୋ, ଫରେଷ୍ଟର ଅନୁରାଧା ଖରସେଲ୍ ତଥା ବନ ବିଭାଗର ଅନ୍ୟ କର୍ମଚାରୀ ମାନେ ଯାଇ ମୃତ ହାତୀକୁ ଠାବ କରିଥିଲେ। ସଂଧ୍ୟା ହୋଇ ଯିବାରୁ ହାତୀର ଶବ ବ୍ୟବଚ୍ଛେଦ କରା ଯାଇ ପାରି ନ ଥିଲା। ଆଜି ହାତୀର ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣା ପଡିଛି। କିଛି ଦିନ ହେଲା କେବଳ କୁଲାଡେରା ଜଙ୍ଗଲରେ ହିଁ ଅସୁସ୍ଥ ହାତୀଟି ରହିଥିଲା। ତାର ଗୋଡରେ ଆଘାତ ଲାଗିଥିବାରୁ ସେ ବେଶି ବାଟ ଯାଇ ପାରୁ ନ ଥିଲା।

ଏ ଅଂଚଳରେ ବହୁ ମାଫିଆ ହାତୀକୁ ମାରି ତାର ଦାନ୍ତ କାଟି ନେବାକୁ ପ୍ରୟାସ କରୁଥିବାର ନଜିର୍ ରହିଛି। ହେଲେ ସୁଯୋଗ ପାଇ ପାରୁ ନ ଥିବାରୁ ସେମାନେ ହାତୀ ମାନଙ୍କୁ ହତ୍ୟା କରିିପାରୁ ନାହାନ୍ତି। ଦିନକୁ ଦିନ ହାତୀ ବଂଶ ଲୋପ ପାଇଯାଉ ଥିବାରୁ ଚିନ୍ତାର କାରଣ ହୋଇଛି।

ମାଈ ହାତୀର ମୃତ୍ୟୁ ରେଢାଖୋଲ ସବ୍‌ଡିଭିଜନ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ଜିଲ୍ଲା ଜୁନିଅର ରେଡ଼କ୍ରସ କାର୍ଯ୍ୟନିର୍ବାହୀ ବୈଠକ: ନୂତନ ଜିଲ୍ଲା ସଚିବଙ୍କ ଦାଇତ୍ୱ ଗ୍ରହଣ

January 17, 2026

ପିଏଫ୍ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର: ପ୍ରକାଶ ପାଇଲା ୟୁପିଆଇ ଉଠାଣ ତାରିଖ

January 17, 2026

ପାକିସ୍ତାନ ପରେ ବାଂଲାଦେଶ: ୧୯ ବର୍ଷରୁ କମ୍ ବିଶ୍ୱକପରେ ହାତ ମିଳାଇଲେ ନାହିଁ ଭାରତୀୟ ଖେଳାଳି

January 17, 2026

କଂଗ୍ରେସ ଉପରେ ୧୨ ଲକ୍ଷ କୋଟିର ଦୁର୍ନୀତିର ଅଭିଯୋଗ ଆଣିଲେ କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ 

January 17, 2026
Latest News

ଭାରତୀୟ ରେଳବାଇ ଦ୍ୱାରା ଅଧିକ ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ପ୍ରଚଳନ

January 17, 2026

ଖୋର୍ଦ୍ଧା ଜିଲ୍ଲା ଜୁନିଅର ରେଡ଼କ୍ରସ କାର୍ଯ୍ୟନିର୍ବାହୀ ବୈଠକ: ନୂତନ ଜିଲ୍ଲା ସଚିବଙ୍କ ଦାଇତ୍ୱ ଗ୍ରହଣ

January 17, 2026

ପିଏଫ୍ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର: ପ୍ରକାଶ ପାଇଲା ୟୁପିଆଇ ଉଠାଣ ତାରିଖ

January 17, 2026

ପାକିସ୍ତାନ ପରେ ବାଂଲାଦେଶ: ୧୯ ବର୍ଷରୁ କମ୍ ବିଶ୍ୱକପରେ ହାତ ମିଳାଇଲେ ନାହିଁ ଭାରତୀୟ ଖେଳାଳି

January 17, 2026

କଂଗ୍ରେସ ଉପରେ ୧୨ ଲକ୍ଷ କୋଟିର ଦୁର୍ନୀତିର ଅଭିଯୋଗ ଆଣିଲେ କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ 

January 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.