Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ମଧ୍ୟରେ ସୋଆର ୧୩ ଜଣ ଗବେଷକ
ଆଜିର ଖବର

ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ମଧ୍ୟରେ ସୋଆର ୧୩ ଜଣ ଗବେଷକ

October 28, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ୧୩ ଜଣ ବିଶିଷ୍ଟ ଗବେଷକ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସ୍ଥାନ ପାଇବାର ଗୌରବ ଅର୍ଜନ କରିଛନ୍ତି। ଆମେରିକାର ପ୍ରତିଷ୍ଠିତ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ଏହି ବୈଜ୍ଞାନିକମାନଙ୍କ ତାଲିକାରେ ସୋଆର ଏହି ୧୩ ଗବେଷକ ଅଛନ୍ତି।

୨୦୨୦ରେ ଷ୍ଟାନ୍‌ଫୋର୍ଡ ଦ୍ୱାରା ପ୍ରସ୍ତୁତ ଏହି ସମ୍ମାନଜନକ ତାଲିକାରେ ସୋଆର ୧୧ ଜଣ ଗବେଷକ ସ୍ଥାନ ପାଇଥିବାବେଳେ ସେମାନଙ୍କ ମଧ୍ୟରୁ ୯ ଜଣ ଗବେଷକ ପୁଣି ଚଳିତବର୍ଷ ଏହି ତାଲିକାରେ ନିଜ ସ୍ଥାନ ବଜାୟ ରଖିପାରିଛନ୍ତି। ସେମାନଙ୍କ ସହିତ ୨୦୨୧ ତାଲିକାରେ ସୋଆର ଅନ୍ୟ ୪ ଜଣ ଗବେଷକ ଡଃ ମନୋହର ମିଶ୍ର, ଡଃ ରାଜଶ୍ରୀ ଦାଶ, ଡଃ ଅକ୍ଷୟ କୁମାର ପାତ୍ର ଏବଂ ଡଃ ସୁଲଗ୍ନା ପଟ୍ଟନାୟକ ପ୍ରଥମ ଥର ପାଇଁ ସ୍ଥାନୀତ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି।

ଡଃ ମିଶ୍ର ଏବଂ ଡଃ ଦାଶ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ରେ ଆସୋସିଏଟ୍ ପ୍ରଫେସର ଭାବେ କାର୍ଯ୍ୟରତ ଥିବା ବେଳେ ଡଃ ପାତ୍ର ସେହି ଅନୁଷ୍ଠାନରେ ଆସିଷ୍ଟାଂଟ ପ୍ରଫେସର ଭାବେ କାର୍ଯ୍ୟ କରନ୍ତି। ସେହିପରି ଡଃ ପଟ୍ଟନାୟକ ଆଇଟିଇଆର୍‌ର ପୂର୍ବତନ ରିସର୍ଚ୍ଚ ସ୍କଲାର୍। ପୁନର୍ବାର ଏହି ତାଲିକାରେ ସ୍ଥାନ ପାଇଥିବା ସୋଆର ଗବେଷକମାନେ ହେଲେ ବିଶିଷ୍ଟ ନ୍ୟୁରୋସର୍ଜନ୍ ତଥା ବର୍ତ୍ତମାନ ସୋଆ କୁଳପତି ଭାବେ କାର୍ଯ୍ୟରତ ପ୍ରଫେସର (ଡଃ) ଅଶୋକ କୁମାର ମହାପାତ୍ର, ପ୍ରଫେସର (ଡଃ)  ପ୍ରଦୀପ୍ତ କିଶୋର ଦାଶ, ପ୍ରଫେସର କୁଳମଣି ପରିଡା, ପ୍ରଫେସର ଲାଲା ବିହାରୀ ଶୁକ୍ଳା, ପ୍ରଫେସର ଆର.ଏନ୍‌.ପି. ଚୌଧୁରୀ, ପ୍ରଫେସର ଗୌତମ ରଥ, ପ୍ରଫେସର ନିହାରବାଳା ଦେବୀ, ଡଃ ମନୋଜ କୁମାର ନାୟକ ଏବଂ ଡଃ ସତ୍ୟ ରଞ୍ଜନ ମିଶ୍ର।

ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡଃ) ମନୋଜରଞ୍ଜନ ନାୟକ ଗୁରୁବାର ବିଶ୍ୱବିଦ୍ୟାଳୟ କାର୍ଯ୍ୟାଳୟରେ ଏହି ଗବେଷକମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କ ସଫଳତା ନିମନ୍ତେ ଅଭିନନ୍ଦନ ଜଣାଇଛନ୍ତି। ବିଶ୍ୱବିଦ୍ୟାଳୟ ଆପଣମାନଙ୍କ ପାଇଁ ଗର୍ବିତ ବୋଲି ପ୍ରଫେସର ନାୟକ କହିଛନ୍ତି।

ଏହି ଅବସରରେ ସୋଆ କୁଳପତି ପ୍ରଫେସର ମହାପାତ୍ର ଗବେଷକମାନେ ମିଳିତ ଭାବେ ଗବେଷଣା କରିବା ସହ ସମାଜର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗବେଷଣା କରିବା ଉଚିତ୍ ବୋଲି କହିଥିଲେ। କେବଳ ସମ୍ମାନ ଓ ପ୍ରତିଷ୍ଠା ପାଇବା ନିମନ୍ତେ ଗବେଷଣା କଲେ ତାହା ସାଧାରଣ ଲୋକଙ୍କ ହିତରେ ଆସିବ ନାହିଁ ତେଣୁ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଗବେଷଣା କରିବା ଆବଶ୍ୟକ ବୋଲି ସେ କହିଥିଲେ।

ଉଚ୍ଚ ଶିକ୍ଷା କ୍ଷେତ୍ରରେ ମାଇଲଖୁଂଟ ହୋଇଥିବା ସୋଆ ଚଳିତବର୍ଷ ନ୍ୟାସ୍‌ନାଲ  ଇନ୍‌ଷ୍ଟିଚ୍ୟୁସ୍‌ନାଲ ର‌୍ୟାଙ୍କିଙ୍ଗ୍ ଫ୍ରେମ୍‌ୱର୍କ (ଏନ୍‌ଆଇଆର୍‌ଏଫ୍‌) ପ୍ରସୂତ ବିଶ୍ୱବିଦ୍ୟାଳୟ ତାଲିକାରେ ଦେଶରେ ୨୦ତମ ସ୍ଥାନ ହାସଲ କରିଛି। ଶିକ୍ଷାର ଗୁଣାବତା ଏବଂ ଅଭିନବ ଗବେଷଣା ସୋଆର ମୂଳମନ୍ତ୍ର। ଗବେଷଣା ଉପରେ ଅଧିକ ମନୋନିବେଶ କରୁଥିବା ସୋଆର ଗବେଷଣା କାର୍ଯ୍ୟ ଜାତୀୟ ସ୍ତରରେ ଗୁରୁତ୍ୱଲାଭ କରିଥିବା କ୍ଷେତ୍ରକୁ ଅଗ୍ରାଧିକାର ଦେଇଥାଏ।

ସୋଆ ଅଧିନରେ ୧୬ଟି ଗବେଷଣା କେନ୍ଦ୍ର ଏବଂ ୫୮ଟି ଗବେଷଣା ଲାବ୍ ରହିଛି। ବିଶ୍ୱବିଦ୍ୟାଳୟରେ ଗବେଷକମାନଙ୍କୁ ଗବେଷଣା କରିବା ନିମନ୍ତେ ଉନ୍ନତମାନର ସୁବିଧାସୁଯୋଗ ପ୍ରଦାନ କରାଯାଇଥାଏ। ପ୍ରଫେସର ମହାପାତ୍ର ଆନ୍ତର୍ଜାତିକ କ୍ଷେତ୍ରରେ ଜଣେ ଖ୍ୟାତନାମା ସ୍ନାୟୁଶଲ୍ୟ ବିଶେଷଜ୍ଞ ହୋଇଥିବାବେଳେ ଏବେ ସୋଆର କୁଳପତି ଅଛନ୍ତି।

ପ୍ରଫେସର ଦାଶ ଶକ୍ତି କ୍ଷେତ୍ରରେ ଜଣେ ବିଶିଷ୍ଟ ଗବେଷକ ହୋଇଥିବା ବେଳେ ପ୍ରଫେସର ପରିଡା ଓ ପ୍ରଫେସର ଶୁକ୍ଳା ଯଥାକ୍ରମେ ଫିଜିକାଲ୍ କେମିଷ୍ଟ୍ରି ଏବଂ ମାଇନିଂ ଆଣ୍ଡ ମେଟାଲର୍ଜି ଗବେଷଣା କ୍ଷେତ୍ରରେ ବେଶ୍ ପ୍ରତିଷ୍ଠିତ। ପ୍ରଫେସର ଚୌଧୁରୀ ଆପ୍ଲାଏଡ୍‌ ଫିଜିକ୍ସ କ୍ଷେତ୍ରରେ ଗବେଷକ ହୋଇଥିବା ବେଳେ ଡଃ ଦେବୀ ବର୍ତମାନ ମାଇନିଂ ଆଣ୍ଡ ମେଟାଲର୍ଜି କ୍ଷେତ୍ରରେ ଗବେଷଣାରତ।

ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ, ବେଙ୍ଗାଲୁରୁର ପୂର୍ବତନ ଛାତ୍ର ପ୍ରଫେସର ଦାଶ ହେଉଛନ୍ତି ସୋଆର ପ୍ରଥମ କୁଳପତି। ବର୍ତ୍ତମାନ ସେ ସୋଆର ଏମିରିଟସ ପ୍ରଫେସର ଏବଂ ମଲ୍ଟି ଡିସିପ୍ଲିନାରୀ ରିସର୍ଚ୍ଚ ସେଲ୍‌ର ମୁଖ୍ୟ ଭାବେ କାର୍ଯ୍ୟରତ। ତାଙ୍କର ରିନିଉଏବଲ୍ ଏନର୍ଜି, ସିଗ୍‌ନାଲ୍ ପ୍ରୋସେସିଂ, ପାୱାର ସିଷ୍ଟମ୍‌ସ , ଡାଟା ମାଇନିଂ, ଆର୍ଟିଫିସିଆଲ୍ ଆଣ୍ଡ କମ୍ପ୍ୟୁଟେସ୍‌ନାଲ୍‌ ଇଂଟେଲିଜେନ୍ସ, ଡିଷ୍ଟ୍ରିବୁଟେଡ୍ ଜେନେରେସନ୍ ଏବଂ ମାଇକ୍ରୋ ଆଣ୍ଡ ସ୍ମଲ୍ ଗ୍ରିଡ କ୍ଷେତ୍ରରେ ପାରଦର୍ଶିତା ରହିଛି।

ପ୍ରଫେସର ପରିଡା ରସାୟନ ବିଜ୍ଞାନ ବିଭାଗର ପ୍ରଫେସର ଏବଂ ସୋଆର ସେଂଟର ଫର୍ ନାନୋ ସାଇନ୍ସ ଆଣ୍ଡ ନାନୋ ଟେକ୍ନୋଲୋଜିର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ସେ ସିଏସ୍‌ଆଇଆର୍‌- ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ସ ଆଣ୍ଡ ମାଟେରିଆଲ୍ସ ଟେକ୍ନୋଲଜି (ସିଏସ୍‌ଆଇଆର୍‌- ଆଇଏମ୍‌ଏମ୍‌ଟି), ଭୁବନେଶ୍ୱରରେ ଦକ୍ଷତାର ସହ କାର୍ଯ୍ୟ କରିବା ସହ ମୁଖ୍ୟ ବୈଜ୍ଞାନିକ ଭାବେ ସେଠାରୁ ଅବସର ଗ୍ରହଣ କରିଛନ୍ତି। ପ୍ରଫେସର ଶୁକ୍ଳା ରିସର୍ଚ୍ଚ ପ୍ରଫେସର ଏବଂ ସୋଆର ବାୟୋଫୁଏଲ୍ ଆଣ୍ଡ ବାୟୋପ୍ରୋସେସିଂ ରିସର୍ଚ୍ଚ ସେଂଟରର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ। ପୂର୍ବରୁ ସେ ସିଏସ୍‌ଆଇଟି – ଆଇଏମ୍‌ଏମ୍‌ଟି ର ବାୟୋ ରିସୋର୍‌ସେସ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରିଛନ୍ତି।

ସୋଆର ପ୍ରଫେସର ଭାବେ କାର୍ଯ୍ୟରତ ପ୍ରଫେସର ଚୌଧୁରୀଙ୍କର ମଲ୍ଟିଫେରୋଇକ୍ସ, ପଲିମର୍ – ନାନୋକମ୍ପୋଜାଇଟ୍ସ ଏବଂ ଆଡଭାନ୍ସଡ ମ୍ୟାଟେରିଆଲ୍‌ସ ୱିଥ୍ ଡେଭଲପ୍‌ମେଂଟ ଅଫ୍ ନ୍ୟୁ ମଲ୍ଟିଫଙ୍କସ୍‌ନାଲ୍ ମ୍ୟାଟେରିଆଲ୍ସ ଫର୍ ଡିଭାଇସେସ୍ କ୍ଷେତ୍ରରେ ପାରଦର୍ଶିତା ରହିଛି। ଆଇଟିଇଆର୍‌ର ଆସୋସିଏଟ୍ ପ୍ରଫେସର ଡଃ ଦେବୀଙ୍କର ସଲ୍‌ଭେଂଟ ଏକ୍ସଟ୍ରାକ୍ସନ୍ ଅଫ ନନ୍ ଫେରସ୍‌, ରେୟାର୍ ଅର୍ଥ ମେଟାଲ୍ସ, ପ୍ରୋସେସ୍ ଡେଭଲପ୍‌ମେଂଟ ଏବଂ ଲିଚିଙ୍ଗ କ୍ଷେତ୍ରରେ ୩୦ ବର୍ଷ ଗବେଷଣାର ଅଭିଜ୍ଞତା ରହିଛି।

ଡକ୍ଟର ରଥ ସୋଆର ସ୍କୁଲ ଅଫ ଫାର୍ମାସ୍ୟୁଟିକାଲ ସାଇନସେସ୍‌ରେ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ବେଳେ ଡକ୍ଟ ନାୟକ ଓ ଡକ୍ଟର ମିଶ୍ର ଆଇଟିଇଆରରେ ଶିକ୍ଷାଦାନ କରନ୍ତି।

ଗବେଷକ ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ଶିକ୍ଷା ଓ ଅନୁସନ୍ଧାନ ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

ପୁରୀ ହୋଟେଲ ବୁକିଂ ଜାଲିଆତି ଘଟଣା: ରାଜସ୍ଥାନର ଦୁଇ ଅପରାଧୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

July 22, 2025

ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ ମାନସ ରଞ୍ଜନ ପାଠକ

July 22, 2025

ନାବାଳିକା ଦେହରେ  ନିଆଁ ଲଗାଇଦେବା ଘଟଣା: ବଳଙ୍ଗା ପୁଲିସଠାରୁ ସମସ୍ତ ତଥ୍ୟ ସଂଗ୍ରହ କଲା କ୍ରାଇମବ୍ରାଞ୍ଚ

July 22, 2025

ପେଟ୍ରୋଲିୟମ୍‌ ସଂଘର ଆଲୋଚନା ପରେ ବଡ଼ ନିଷ୍ପତ୍ତି: ସମ୍ପୂର୍ଣ୍ଣ ନିଷେଧ ହେଲା ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରୟ କରିବା

July 22, 2025
Latest News

ପୁରୀ ହୋଟେଲ ବୁକିଂ ଜାଲିଆତି ଘଟଣା: ରାଜସ୍ଥାନର ଦୁଇ ଅପରାଧୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

July 22, 2025

ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ ମାନସ ରଞ୍ଜନ ପାଠକ

July 22, 2025

ନାବାଳିକା ଦେହରେ  ନିଆଁ ଲଗାଇଦେବା ଘଟଣା: ବଳଙ୍ଗା ପୁଲିସଠାରୁ ସମସ୍ତ ତଥ୍ୟ ସଂଗ୍ରହ କଲା କ୍ରାଇମବ୍ରାଞ୍ଚ

July 22, 2025

ପେଟ୍ରୋଲିୟମ୍‌ ସଂଘର ଆଲୋଚନା ପରେ ବଡ଼ ନିଷ୍ପତ୍ତି: ସମ୍ପୂର୍ଣ୍ଣ ନିଷେଧ ହେଲା ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରୟ କରିବା

July 22, 2025

ଆଜି ଜୁଲାଇ ୨୨ ତାରିଖ ମଙ୍ଗଳବାରରେ ପାଞ୍ଚୋଟି ରାଶିର ଭାଗ୍ୟରେ ହେବ ବଡ ପରିବର୍ତ୍ତନ

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.