ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ର ବୃହତ ଜଳବିଦ୍ୟୁତ ଯୋଜନା ମାଧ୍ୟମରେ ଜଳସେଚନ ବ୍ୟବସ୍ଥା କରାଯାଉଥିବା ବେଳେ ପ୍ରତିବର୍ଷ କେନାଲ ଘାଇ ହୋଇ ଚାଷ ନଷ୍ଟ ହେବା ଏକ ନିତି ଦିନିଆ ଘଟଣା ହୋଇଯାଇଛି। ବର୍ତ୍ତମାନ ଖରିଫ ଧାନ ଫସଲ ଅମଳ ହେବାକୁଥିବା ବେଳେ ଦକ୍ଷିଣ କେନାଲରେ ଘାଇ ହୋଇଯାଇ ଶହ ଶହ ହେକ୍ଟର ଚାଷ ଜମିରେ ପାଣି ମାଡିଯାଇ ଫସଲ ନଷ୍ଟ ହୋଇଯାଇଛି।
ଦକ୍ଷିଣ ମୂଖ୍ୟ କେନାଲରେ କଲମପୁର ବ୍ଲକ ପାଜେନ ଗ୍ରାମ ନିକଟରେ ଘାଇ ହୋଇଯାଇ ବ୍ୟାପକ ଫସଲ ନଷ୍ଟ ହୋଇଯାଇଥିବା ଜଣାପଡିଛି। ଦୁର୍ବଳ କେନାଲ ହୁଡା ଯୋଗୁଁ ଏହି କେନାଲ ପ୍ରାୟ ପ୍ରତିବର୍ଷ ଭାଙ୍ଗି ଘାଇ ହୋଇଯାଇ ଫସଲ ନଷ୍ଟ ହୋଇଥାଏ। ଦୀର୍ଘ ତିନିବର୍ଷ ହେବ ଏହି କେନାଲ ମରାମତି ହେବାର ବ୍ୟବସ୍ଥା କରାଯାଉଥିବା ବେଳେ ଅଦ୍ୟାବଧି ତାହା ଆରମ୍ଭ କରାଯାଇନାହିଁ।
ବର୍ତ୍ତମାନ ଫସଲ ଅମଳ ହେବାକୁଥିବା ବେଳେ ଚାଷ ଜମିରେ ପାଣି ମାଡିଯାଇ ଚାଷ ଉପରେ ବାଲିଚର ହୋଇଯାଇ ଚାଷ ନଷ୍ଟ ହୋଇଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରିବାପାଇଁ ଇନ୍ଦ୍ରାବତୀ କର୍ତୃପକ୍ଷ ପହଂଚି କେନାଲ ବନ୍ଧ ମରାମତି କରିବା ପ୍ରୟାସ ଆରମ୍ଭ କରିଥିବା ବେଳେ ଚାଷୀଙ୍କ କ୍ଷୟକ୍ଷତି ଆକଳନ କରାଯାଇନାହିଁ। ପୂର୍ବରୁ କେନାଲ ଘାଇ ହୋଇ ଚାଷ ହୋଇଥିବା ବେଳେ ସେସବୁର କ୍ଷତିପୂରଣ ଅଦ୍ୟାବଧି ଦିଆଯାଇନଥିବା ବେଳେ ବର୍ତମାନର କ୍ଷତିପୂରଣ ମିଳୀବା ନେଇ ଚାଷୀମାନେ ଆସଙ୍କା ପ୍ରକାଶ କରିଛନ୍ତି। କେନାଲ କର୍ତୃପକ୍ଷଙ୍କ ଅବହେଲା ଯୋଗୁଁ ଏଭଲି କେନାଲରେ ଘାଇ ହୋଇଯାଉଥିବା ଏବଂ ଅବେଳରେ ଚାଷ ନଷ୍ଟ ହେଉଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି।