ରଜନୀକାନ୍ତଙ୍କ ସମେତ ବହୁ ତାମିଲ୍‌ ଅଭିନେତା ଅଭିନେତ୍ରୀଙ୍କ ଭୋଟ୍‌ଦାନ

Published: Apr 18, 2019, 1:10 pm IST

ଅଭିନେତା – ରାଜନେତା ରଜନୀକାନ୍ତ ଆଜି ଲୋକସଭା ନିର୍ବାଚନ ପାଇଁ ଭୋଟ୍‌ ଦେଇଛନ୍ତି । ଚେନ୍ନାଇର ମଧ୍ୟ ଲୋକସଭା ଆସନ ପାଇଁ ଏହି ଅଭିନେତାଜଣକ ଭୋଟ୍‌ ଦେଇଛନ୍ତି । ସେହିପରି ଅଭିନେତା – ରାଜନେତା କମଲ୍‌ ହାସନ ଓ ତାଙ୍କ ସୁପୁତ୍ରୀ ତଥା ଅଭିନେତ୍ରୀ ଶ୍ରୁତି ହାସନ୍‌ଙ୍କୁ ମଧ୍ୟ ଭୋଟ୍‌ ଦେବାପାଇଁ ଏକ ଲାଇନ୍‌ରେ ରହିଥିବାର ଦେଖିବାକୁ ମିଳିଥିଲା । ସେହିପରି ତାମିଲ୍‌ ଅଭିନେତା ସୁରିଆ, ଜ୍ୟୋତିକା, କାର୍ତ୍ତି, ବିଜୟ, ଅଜିତ୍‌, ଏଆର ମୁରୁଗାଦୋସ ପ୍ରମୁଖଙ୍କୁ ଭୋଟ୍‌ଗ୍ରହଣ କେନ୍ଦ୍ରରେ ଭୋଟ ଦେଉଥିବାର ଦେଖିବାକୁ ମିଳିଥିଲା ।  ଆଜି ତାମିଲ୍‌ନାଡୁର ୩୮ଟି ଲୋକସଭା ଓ ୧୮ ବିଧାନସଭାରେ ସାନି ମତଦାନ ଅନୁଷ୍ଠିତ ହେଉଛି । ଦିନ ୧୧ଟା ସୁଦ୍ଧା ତାମିଲ୍‌ନାଡୁରେ ୩୦.୬୨% ମତଦାନ ହୋଇଥିବାର ସୂଚନା ମିଳିଛି । ଏଠାରେ ଏଆଇଡିଏମ୍‌କେ ବିଜେପି ଓ ପିଏମ୍‌କେ ସହ ମିଳିତ ଭାବରେ ନିର୍ବାଚନ ଲଢୁଥିବାବେଳେ ଡିଏମ୍‌ଡିକେ ସହ ଡିଏମ୍‌କେ, କଂଗ୍ରେସ, ଭିସିକେ, ଏମ୍‌ଡିଏମ୍‌କେ ସହ ମେଣ୍ଟ କରି ନିର୍ବାଚନ ଲଢୁଛନ୍ତି ।

Related posts