ଆଜି ରାଜ୍ୟରେ ଚିହ୍ନଟ ହେଲେ ୩୧୬ ଜଣ ନୂଆ କରୋନା ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

Published: Nov 1, 2021, 10:24 am IST

ଭୁବନେଶ୍ବର:  ଆଜି ରାଜ୍ୟରେ ୩୧୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୫୧ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୮୬ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୩୦  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

– ବାଲେଶ୍ୱର ଜିଲ୍ଲାରୁ – ୩

– ଭଦ୍ରକ ଜିଲ୍ଲାରୁ – ୧

– ବଲାଙ୍ଗୀରି ଜିଲ୍ଲାରୁ- ୧୦

– କଟକ ଜିଲ୍ଲାରୁ – ୩୨

– ଢେଙ୍କାନାଳ ଜିଲ୍ଲାରୁ – ୪

– ଗଜପତି ଜିଲ୍ଲାରୁ- ୧

– ଗଞ୍ଜାମ ଜିଲ୍ଲାରୁ- ୪

– ଜଗତସିଂହପୁର ଜିଲ୍ଲାରୁ – ୪

– ଯାଜପୁର ଜିଲ୍ଲାରୁ – ୯

– ଝାରସୁଗୁଡ଼ା ଜିଲ୍ଲାରୁ – ୨

– କଳାହାଣ୍ଡି ଜିଲ୍ଲାରୁ – ୧

– କନ୍ଧମାଳ ଜିଲ୍ଲାରୁ- ୧

– କେନ୍ଦ୍ରାପଡ଼ା ଜିଲ୍ଲାରୁ –  ୮

– ଖୋର୍ଦ୍ଧାରୁ- ୧୫୨

– ମାଲକାନଗିରି ଜିଲ୍ଲାରୁ- ୧

– ମୟୁରଭଞ୍ଜ ଜିଲ୍ଲାରୁ – ୨୮

– ନୟାଗଡ଼ ଜିଲ୍ଲାରୁ – ୩

– ପୁରୀ ଜିଲ୍ଲାରୁ – ୨

– ରାୟଗଡା ଜିଲ୍ଲାରୁ- ୧

– ସମ୍ବଲପୁର ଜିଲ୍ଲାରୁ – ୭

– ସୋନପୁର ଜିଲ୍ଲାରୁ- ୧

– ସୁନ୍ଦରଗଡ଼ ଜିଲ୍ଲାରୁ – ୬

– ଷ୍ଟେଟ ପୁଲରୁ- ୩୫

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୧ ହଜାର ୭୭୩ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୯ ହଜାର ୧୪୭ ଏବଂ ବର୍ତ୍ତମାନ ୪୨୩୭ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Related posts