
ଜୁନାଗଡ: ମମିତା ହତ୍ୟାକାଣ୍ଡ ଘଟଣାକୁ ନେଇ ଏବେ ବି ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି। ରାଜ୍ୟ ସରକାର ବିରୋଧରେ ବିରୋଧୀ ଦଳ ଗୁଡିକ ପ୍ରତିବାଦ କରୁଛନ୍ତି। ଦୁଇ ବିରୋଧୀ ଦଳ ବିଜେପି ଆଉ କଂଗ୍ରେସ ରାଜ୍ୟର ଅନେକ ସ୍ଥାନରେ ଏହି ଘଟଣାକୁ ନେଇ ଆନ୍ଦୋଳନ କରାଯାଉଛି। ଏହି ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଛି ବୋଲି ବିରୋଧୀ ଦଳଗୁଡିକ ଅଭିଯୋଗ କରିଛନ୍ତି। ତେଣୁ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ଉଭୟ ବିରୋଧୀ ଦଳ।
ତେବେ ଏହି ଘଟଣାକୁ ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଉପରକୁ ଜୁନାଗଡ ଠାରେ ବିରୋଧୀ ଦଳର କର୍ମୀମାନେ ଅଣ୍ଡାମାଡ କରିବା ସହ କଳା ପତାକା ଦେଖାଇଛନ୍ତି। ମିଶ୍ରଣ ପର୍ବରେ ଯୋଗଦେବା ପାଇଁ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ଗାଡିରେ ଯାଉଥିବା ବେଳେ ମନ୍ତ୍ରୀ ଦିବ୍ୟଶଙ୍କର ଉପରକୁ ଅଣ୍ଡା ମାଡ କରାଯାଇଥିଲା। ଏହାକୁ ନେଇ ଉଭୟ ବିଜେପି-ବିଜେଡ଼ି ମଧ୍ୟରେ କଲେଜ ଛକ ନିକଟରେ ଧସ୍ତାଧସ୍ତି ହୋଇଥିବା ଖବର ହସ୍ତଗତ ହୋଇଛି।