Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅନ୍ଧକାରମୟ ବାଣପୁର-ବାଲୁଗାଁ ମୁଖ୍ୟ ରାସ୍ତା: ଅସୁରକ୍ଷିତ ଜନତା, ନିଦ୍ରାରେ ବ୍ଲକ ପ୍ରଶାସନ
ଆଜିର ଖବର

ଅନ୍ଧକାରମୟ ବାଣପୁର-ବାଲୁଗାଁ ମୁଖ୍ୟ ରାସ୍ତା: ଅସୁରକ୍ଷିତ ଜନତା, ନିଦ୍ରାରେ ବ୍ଲକ ପ୍ରଶାସନ

November 11, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ସହର ଏବଂ ଗ୍ରାମାଞ୍ଚଳର ରାସ୍ତାପାର୍ଶ୍ୱ ଆଲୋକିକରଣ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ବିଦ୍ୟୁତ ଖୁଣ୍ଟି ଗୁଡିକର ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ସରକାରଙ୍କ କୋଟି କୋଟି ଟଙ୍କା ପାଣିରେ ପଡୁଥିବାବେଳେ ଅନେକ ଗୁରୁତ୍ୱପୂର୍ଣ ଅଞ୍ଚଳ ବର୍ଷ ବର୍ଷ ଧରି ଅନ୍ଧକାରମୟ ରହୁଛି। ଏପରି ନଜିର ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର-ବାଲୁଗାଁ ମୁଖ୍ୟ ରାସ୍ତାରେ।

ବାଣପୁର ବାଇପାସ ଠାରୁ ନନ୍ଦପୁର ଗ୍ରାମ ପର୍ଯ୍ୟନ୍ତ ଦୀର୍ଘ ତିନି କିଲୋମିଟର ମୁଖ୍ୟ ରାସ୍ତା ସଂପୂର୍ଣ୍ଣ ଅନ୍ଧକାରମୟ ହୋଇ ରହୁଛି। ବାଣପୁରସ୍ଥିତ ମା’ ଭଗବତୀ ମନ୍ଦିର ରାଜ୍ୟର ଏକ ପ୍ରମୁଖ ଶକ୍ତିପୀଠ ତଥା ପର୍ଯ୍ୟଟନସ୍ଥଳ ହୋଇଥିବାବେଳେ ଉକ୍ତ ରାସ୍ତାରେ ଦୈନିକ ହଜାର ହଜାର ସ୍ଥାନୀୟ ଜନସାଧାରଣ ଓ ପର୍ଯ୍ୟଟକ ଯିବା ଆସିବା କରିବା ସହିତ ଶହ ଶହ ଗାଡି ମୋଟର ଚଳ ପ୍ରଚଳ ହୋଇଥାଏ। ଶୀତଦିନ ଆସିଲେ ଏହାର ମାତ୍ରା ଆହୁରି ବଢିଯାଏ, କାରଣ ଭଗବତୀ ପୀଠ ଓ ଶାଳିଆ ଡ୍ୟାମକୁ ଓଡ଼ିଶାର କୋଣ ଅନୁକୋଣରୁ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କ ଆଗମନ ହୁଏ। ବାଣପୁର – ବାଲୁଗାଁ ରାସ୍ତାଟି ହେଉଛି ଏକମାତ୍ର ରାସ୍ତା ଯାହାକି ବାଣପୁରକୁ ପ୍ରବେଶ କରିବା ପାଇଁ ଉଦିଷ୍ଟ। ପୁଣି ଉକ୍ତ ରାସ୍ତା ମଧ୍ୟଦେଇ ୧୬ ନମ୍ବର ଜାତୀୟ ରାଜପଥ ମଧ୍ୟ ଯାଇଛି।

କିନ୍ତୁବିଡ଼ମ୍ବନାର ବିଷୟ ବାଇପାସ ଠାରୁ ନନ୍ଦପୁର ପର୍ଯ୍ୟନ୍ତ ଦୀର୍ଘ ତିନି କିଲୋମିଟର ଧରି ଉକ୍ତ ରାସ୍ତାରେ ଗୋଟାଏ ହେଲେ ବିଦ୍ୟୁତ ଖୁଣ୍ଟରେ ଲାଇଟ ଜଳୁନାହିଁ। ଯାହାଦ୍ୱାରା ଉକ୍ତ ରାସ୍ତାଟି ଏକ ଉପାନ୍ତ ଅଞ୍ଚଳ ଭ୍ରମ ସୃଷ୍ଟି କରୁଛି। ଏହି ରାସ୍ତାରେ ୧୭ ଗୋଟି ବିଦ୍ୟୁତ ଖୁଣ୍ଟ ଥିବାବେଳେ କେତେକ ଖୁଣ୍ଟରେ ପୁରୁଣା ଲାଇଟ ଗୁଡାକ ଦୀର୍ଘ ଦୁଇ ବର୍ଷ ହେଲା ଅଚଳ ହୋଇ ପଡିଛି ତ ଆଉ କେତେକ ଖୁଣ୍ଟରେ ଷ୍ଟାଣ୍ଡ ଅଛି ସିନା କିନ୍ତୁ ଲାଇଟ ନାହିଁ। ସନ୍ଧ୍ୟା ହେଲେ ଏହି ରାସ୍ତାରେ ଅନ୍ଧକାରର ରାଜୁତି ଆରମ୍ଭ ହୁଏ, କଲବଲ ହୁଅନ୍ତି ଯା ଆସ କରୁଥିବା ଜନସାଧାରଣ ଓ ପର୍ଯ୍ୟଟକ।

ଏପରିକି ଅନ୍ଧକାରର ସୁଯୋଗ ନେଇ ରାସ୍ତାରେ ମାତୁଛନ୍ତି ଅସାମାଜିକ ଯୁବକ ଓ ମଦ୍ୟପ।  ଯାହାଫଳରେ ଏହି ରାସ୍ତାରେ ବାରମ୍ବାର ଚୋରି, ଡକାୟତି, ରାହାଜାନି ହେଉଥିବା ଅଭିଯୋଗ ହେଉଛି। ବଜାରରୁ ଟ୍ୟୁସନ ସାରି ଫେରୁଥିବା ଏକାଧିକ ଛାତ୍ରୀମାନେ ହୁଅନ୍ତି ଅସଦାଚରଣର ଶିକାର। ଗତ ଦୁଇ ମାସ ତଳେ ଟ୍ୟୁସନ ସାରି ଘରକୁ ଫେରୁଥିବା ଜଣେ ଛାତ୍ରୀ ନିକଟସ୍ଥ ମା’ ମେଘାମ୍ବରୀଙ୍କ ମନ୍ଦିର ନିକଟରେ ଅସଦାଚରଣର ଶିକାର ହୋଇଥିଲେ।  ଏବଂ ଏହାକୁ ନେଇ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ ହୋଇଥିଲା।

ଅନୁରୂପ ଭାବେ ନନ୍ଦପୁର, ମଙ୍ଗରାଜପୁର, ଅଲାଇଡିହ, ଭେଷରୀ, ନହରୀଡିହ, ପାରିନୁଆଗାଁ, ଆନ୍ତରକିଆରି ଆଦି ଗ୍ରାମ ଉକ୍ତ ରାସ୍ତା କଡ଼ରେ ଥିବା ହେତୁ ଉକ୍ତ ଗ୍ରାମର ମହିଳା ଏବଂ ଛାତ୍ରୀ ମାନେ ସଂନ୍ଧ୍ୟାରେ ଉକ୍ତ ରାସ୍ତା ଦେଇ ଗ୍ରାମକୁ ଯିବାପାଇଁ ନିଜକୁ ସୁରକ୍ଷିତ ମଣୁନାହାନ୍ତି।

ତେବେ ଆଶ୍ଚର୍ଯ୍ୟର କଥା ଏତେ ଗୁରୁତ୍ୱପୂର୍ଣ୍ଣ ରାସ୍ତାରେ ଦୀର୍ଘ ଦୁଇ ବର୍ଷ ହେଲା ଖଣ୍ଡେ ଲାଇଟ ଲାଗୁନଥିବା ବେଳେ ପ୍ରଶାସନ ସବୁ ଜାଣି ମଧ୍ୟ ଅଜଣା ପରି ହେଉଛି। ପ୍ରତିଦିନ ଉକ୍ତ ରାସ୍ତାଦେଇ ଖୋଦ ପ୍ରଶାସନିକ ଅଧିକାରୀମାନେ ଯିବାଆସିବା କରୁଥିବା ବେଳେ କାହା ନଜରକୁ ଏପରି ଗୁରୁତ୍ୱପୂର୍ଣ ସମସ୍ୟା ଦେଖାନଯିବା ସହଜରେ ହଜମ ହେଉନାହିଁ।

ତେବେ ଉକ୍ତ ରାସ୍ତାଟି ପୂର୍ତ୍ତବିଭାଗ ଅଧୀନରେ ଯାଇଥିବାବେଳେ ଏଥିରେ ଲାଗିଥିବା ବିଦ୍ୟୁତ ଖୁଣ୍ଟ ଓ ଏହାର ରକ୍ଷଣାବେକ୍ଷଣ ଦାଇତ୍ୱ ପଞ୍ଚାୟତର ଅଟେ। ଏ ନେଇ ଆମ ପ୍ରତିନିଧି ନନ୍ଦପୁର ସରପଞ୍ଚଙ୍କ ସହ ଯୋଗାଯୋଗ କରିବାରୁ ଦୀର୍ଘ ଦୁଇ ବର୍ଷ ହେଲା ଉକ୍ତ ରାସ୍ତାକଡରେ ଥିବା ଷ୍ଟ୍ରିଟ ଲାଇଟର ରକ୍ଷଣାବେକ୍ଷଣ ଦାୟିତ୍ବ ପଞ୍ଚାୟତ ରୁ ଅପସାରିତ କରାଯାଇ ବାଣପୁର ବିଡ଼ିଓଙ୍କ ହାତରେ ଥିବା କହିଛନ୍ତି। ସେହିଭଳି ବାଣପୁର ବିଡ଼ିଓଙ୍କୁ ପଚାରିବାରୁ ସେ ଏ ଦିଗରେ ପଦକ୍ଷେପ ନେବେ ବୋଲି କହୁଛନ୍ତି। ତେବେ ଦେଖାଯାଉ କେବେ ବାଣପୁର ବ୍ଲକ ପ୍ରଶାସନର ନିଦ ଭାଙ୍ଗୁଛି ଏବଂ କେବେ ବାଇପାସରୁ ନନ୍ଦପୁର ପର୍ଯ୍ୟନ୍ତ ରାସ୍ତାର ୧୭ ଗୋଟି ବିଦ୍ୟୁତ ଖୁଣ୍ଟରେ ପୁନଃ ଲାଇଟ ଜଳୁଛି। ସ୍ଥାନୀୟ ଜନସାଧାରଣ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଏହାର ସମାଧାନ ନହଲେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି।

ବାଣପୁର-ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026
Latest News

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.