
ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେଉଛି ତିନିଦିନିଆ ରାଜାରାଣୀ ସଙ୍ଗୀତ ଉତ୍ସବ। ଏହା ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ରାଜାରାଣୀ ମନ୍ଦିର ପ୍ରାଙ୍ଗଣରେ ସନ୍ଧ୍ୟା ୬ଟାରୁ ରାତି ୮ଟା ୩୦ ପର୍ଯ୍ୟନ୍ତ ଆୟୋଜିତ ହେବ। ଆଜି ସନ୍ଧ୍ୟା ୬ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସବକୁ ଉଦଘାଟନ କରିବେ।
୨୧ ବର୍ଷ ଧରି ଏହି ଉତ୍ସବ ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ଆୟୋଜିତ ହୋଇ ଆସୁଛି। ଏଥିରେ ମୁଖ୍ୟତଃ ଭାରତୀୟ ବାଦ୍ୟଯନ୍ତ୍ର ତଥା ଶାସ୍ତ୍ରୀୟ ସଂଗୀତ ପରିବେଷଣ କରାଯାଇ ଥାଏ। ଏଥିରେ ଦେଶର ବେଶ ପ୍ରତିଷ୍ଠିତ ସଂଗୀତଜ୍ଞ ଯୋଗଦାନ କରି ସେମାନଙ୍କର ସଂଗୀତ ପରିବେଷଣ କରିଛନ୍ତି।