ଉବରରେ ୧ବିଲିୟନ୍‌ ଡଲାର ନିବେଶ କରିବେ ଟୟୋଟା ଏବଂ ସଫ୍ଟ ବ୍ୟାଙ୍କ

Published: Apr 19, 2019, 12:12 pm IST

ଜାପାନିଜ୍‌ କାର୍‌ ନିର୍ମାଣକାରୀ କମ୍ପାନୀ ଟୟୋଟା ଏବଂ ନିବେଶକ କମ୍ପାନୀ ସଫ୍ଟ ବ୍ୟାଙ୍କ ଭିଜନ୍‌ ଫଣ୍ଡ ଉବରରେ ୧ ବିଲିୟନ୍‌ ଡଲାର ନିବେଶ କରିବାକୁ ଯାଉଛନ୍ତି। ଶୁକ୍ରବାର ଟୟୋଟା ଏବଂ ୟେସ୍‌ ବ୍ୟାଙ୍କ ପକ୍ଷରୁ ଏହି ଚୁକ୍ତି ହୋଇଥିବା କୁହାଯାଇଥିବା ବେଳେ ଅକ୍ଟୋବର ଶେଷ ସୁଦ୍ଧା ଏହି ଅର୍ଥ ନିବେଶ କରାଯିବ ବୋଲି ଜଣା ପଡିଛି। ଟୟୋଟା ପୂର୍ବରୁ ଉବରରେ ୫୦୦ ମିଲିୟନ୍‌ ଡ଼ଲାର ନିବେଶ କରିଛି। ବର୍ତ୍ତମାନ ନିବେଶ କରାଯାଇଥିବା ଅର୍ଥ ସ୍ବୟଂଚାଳିତ କାର୍‌ ନିର୍ମାଣରେ ବ୍ୟବହାର କରାଯିବ ବୋଲି କୁହାଯାଇଛି। ଟୟୋଟା ଏବଂ ଡେନ୍‌ସୋ ମିଳିତ ଭାବରେ ୬୬୭ ମିଲିୟନ୍‌ ନିବେଶ କରୁଥିବା ବେଳେ ସଫ୍ଟବ୍ୟାଙ୍କ ୩୩୩ ମିଲିୟନ୍‌ ନିବେଶ କରୁଛି। ଟୟୋଟା ବର୍ତ୍ତମାନ ଉବରର ୧୬ ପ୍ରତିଶତ ଅଂଶଧନ ନିଜ ପାଖରେ ରଖିଥିବା ବେଳେ ଆସନ୍ତା ତିନି ବର୍ଷରେ ୩୦୦ ମିଲିୟନ୍‌ ନିବେଶର ଲକ୍ଷ୍ୟ ରଖିଥିବା କୁହାଯାଇଛି।

Related posts